ETV Bharat / state

ଶିକ୍ଷାର ଏନ୍ତୁଡିଶାଳରେ 22 ବର୍ଷ, ନିୟମଗିରିର ଭବିଷ୍ୟ ଗଢୁଛନ୍ତି ଶାନ୍ତନୁ ଦେବୀ - Niyamagiri

ନିୟମଗିରିରେ ଶିକ୍ଷାର ଦେବୀ ଶାନ୍ତନୁ ଅପା, ଡଙ୍ଗରିଆ ହାତରେ ଖଡି କଲମ ଧରେଇବାର ପଣ କରି ନେଇଛନ୍ତି ସେ। ଛୁଆ ଠୁ ବୁଢା ସମସ୍ତଙ୍କର ସେ ଅପା । ଘର କଟକ ଜିଲ୍ଲାର ଅଏନପୁରରେ ହୋଇଥିଲେ ମଧ୍ୟ ନିୟମଗିରିରେ ଅପା ଭାବେ ବେଶ ପରିଚିତ 65 ବର୍ଷୀୟା ଶାନ୍ତନୁ ମହାପାତ୍ର । ନିୟମଗିରିରେ ଅନ୍ଧବିଶ୍ବାସର ଅନ୍ଧକାରକୁ ହଟାଇ ଜନଜାତିର ପିଲାଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରି ସେ ବେଶ୍ ଚର୍ଚ୍ଚିତ ।

ଶିକ୍ଷାର ଏନ୍ତୁଡିଶାଳରେ 22 ବର୍ଷ, ନିୟମଗିରିର ଭବିଷ୍ୟ ଗଢୁଛନ୍ତି ଶାନ୍ତନୁ ଅପ୍ପା

author img

By

Published : Sep 5, 2020, 4:10 PM IST

Updated : Sep 5, 2020, 4:28 PM IST

ରାୟଗଡା: ନିୟମଗିରିର ବାଲବାଡ଼ିରେ ଗୁରୁକୁଳର ଗୁରୁମାଁ ଶାନ୍ତନୁ ଅପ୍ପା । ନାଁ ଅଛି ଶ୍ରେଣୀ ଗୃହ, ନା ଅଛି ଲାଇଟ୍ ଫ୍ୟାନ୍। ଖୋଲା ଆକାଶ ତଳେ ଛାମୁଣ୍ଡିଆ ବାନ୍ଧି ଚାଲିଛି ଚାଟଶାଳୀ । ସରକାରୀ ଅନୁଦାନ ତ ଦୂରର କଥା ପାଠ୍ୟ ପୁସ୍ତକ କିମ୍ବା ମାଗଣା ପୋଷାକ ଖଣ୍ଡେ ବି ମିଳୁନି। ତଥାପି ଡଙ୍ଗରିଆଙ୍କୁ ଓଡ଼ିଆଠୁ ଆରମ୍ଭ କରି ଇଂରାଜୀ ଶିକ୍ଷାଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିଭାଇ ଆସୁଛି ନିୟମଗିରିର ,ଏ ହେଉଛି ବାଲବାଡ଼ି। ଦୀର୍ଘ ୨୨ ବର୍ଷ ଧରି ଡଙ୍ଗରିଆଙ୍କ ପାଇଁ ଆଲୋକବର୍ତ୍ତିକା ସାଜି ଏହି ଶିକ୍ଷାନୁଷ୍ଠାନ ଚଳାଇ ଆସିବା ପଛରେ ରହିଛି ଏକ ମହୀୟସୀ ମହିଳାଙ୍କ ଅବଦାନ । ସେ ଆଉ କେହି ନୁହନ୍ତି ଶାନ୍ତନୁ ଅପା ଓରଫ ଶାନ୍ତନୁ ମହାପାତ୍ର । ଘର କଟକ ଜିଲ୍ଲାର ଅଏନପୁରରେ କିନ୍ତୁ କର୍ମଭୂମି ଭାବେ ବାଛି ନେଇଛନ୍ତି ନିୟମଗିରିକୁ । ବିଷମକଟକ ବ୍ଲକ୍ କୁର୍ଲି ପଞ୍ଚାୟତ ନିୟମଗିରି ପାହାଡ଼ ଉପରେ ଅବସ୍ଥିତ ଖମ୍ବେସି ଗାଁ। ଯେଉଁଠି ରହିଛି ଶାନ୍ତନୁ ଅପାଙ୍କ ଶିକ୍ଷାନୁଷ୍ଠାନ।

ଶିକ୍ଷାର ଏନ୍ତୁଡିଶାଳରେ 22 ବର୍ଷ, ନିୟମଗିରିର ଭବିଷ୍ୟ ଗଢୁଛନ୍ତି ଶାନ୍ତନୁ ଦେବୀ

ଅନ୍ଧ ବିଶ୍ବାସର ଅନ୍ଧାର ଗଳିରୁ ଡଙ୍ଗରିଆଙ୍କୁ ଟାଣି ଆଣି ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ୧୯୮୦ ମସିହାରେ କସ୍ତୁରବା ଗ୍ରାମ ସେବା କେନ୍ଦ୍ର ଦ୍ବାରା ପ୍ରତିଷ୍ଠା ହୋଇଥିଲା ଏହି ଶିକ୍ଷାନୁଷ୍ଠାନ। ଯାହାର ପ୍ରତିଷ୍ଠାତା ଥିଲେ ରମାଦେବୀ। ପରବର୍ତ୍ତୀ ସମୟରେ ଏହାର ଦାୟିତ୍ବ ଅନ୍ନପୂର୍ଣ୍ଣା ମହାରଣା, ମାଳତୀ ଚୌଧୁରୀଙ୍କ ହାତରେ ନ୍ୟସ୍ତ ଥିବାବେଳେ ୧୯୯୮ ମସିହାରୁ ମଙ୍ଗ ଧରି ଆସୁଛନ୍ତି ଶାନ୍ତନୁ ଅପା। ଲକ୍ଷ୍ୟ ହାସଲ କଷ୍ଟସାଧ୍ୟ ସତ୍ବେ ଶାନ୍ତନୁଙ୍କ ଅହରହ ଉଦ୍ୟମ ବଳରେ ନିୟମଗିରିର ପାହାଡ ଖୋଲରୁ ଏବେ ପ୍ରତ୍ୟେହ ଶୁଭୁଛି ଅ.. ଆ. ସହ ପଣକିୟାର ଡାକ ସହ ଆହେ ଦୟା ମୟ ବିଶ୍ଵ ବିହାରୀ .. ପ୍ରାଥନାରେ ଗୁଞ୍ଜରିତ ହେଉଛି ନିୟମଗିରିର ବଣ ପାହାଡ । ଧୀରେ ଧୀରେ ଶିକ୍ଷା ପ୍ରତି ଆକର୍ଷିତ ହେଉଛନ୍ତି ଡଙ୍ଗରିଆ ଛାତ୍ରଛାତ୍ରୀ ।

ବିଷମକଟକ, ମୁନିଗୁଡା, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍ ଅଧୀନରେ ଥିବା ଡଙ୍ଗରିଆ ଗାଁ ଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଶିକ୍ଷାନୁଷ୍ଠାନ ଆଲୋକବର୍ତ୍ତିକା ସାଜିଥିବାରୁ ୫୦ରୁ ଉର୍ଧ୍ବ ଛାତ୍ରଛାତ୍ରୀ ଏବେ ଅଧ୍ୟୟନ କରୁଛନ୍ତି। ଏମାନଙ୍କ ଖାଇବା, ପିଇବାଠୁ ଆରମ୍ଭ କରି ପୋଷାକ ପତ୍ର ସବୁ କିଛି ଦାୟିତ୍ବ ତୁଲାଉଛନ୍ତି ଶାନ୍ତନୁ ଅପା। ଗରିବ ଶ୍ରେଣୀର ଅଭିଭାବକ ଅଧ୍ୟୟନ ପାଇଁ ପିଲାଙ୍କୁ ଛାଡ଼ି ଦେଇ ଯାଉଥିବା ବେଳେ ସେମାନଙ୍କ ନିକଟରୁ ପାରିଶ୍ରମିକ ବାବଦକୁ ଟଙ୍କାଟିଏ ନେଉ ନାହାନ୍ତି ଶାନ୍ତନୁ ଅପା। କେବଳ କସ୍ତୁରବା ଗାନ୍ଧୀ ନ୍ୟାସନାଲ୍ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ମାସିକ ପାରିତୋଷିକ ବାବଦକୁ ମିଳୁଛି ୩ ହଜାର ଟଙ୍କା। ଯେଉଁଥିରେ ନିଜେ ଚଳିବା ସହ ଏହି ଶିକ୍ଷାନୁଷ୍ଠାନକୁ ଚଳାଉଛନ୍ତି। ନିଜର ସ୍ୱଳ୍ପ ଦରମାରେ ଶିକ୍ଷାନୁଷ୍ଠାନ ଚାଲିବା କାଠିକର ପାଠ ହୋଇଥିବା ବେଳେ ଗ୍ରାମବାସୀଙ୍କ ସହାୟତା ସାଙ୍ଗକୁ ଶିକ୍ଷାନୁଷ୍ଠାନ ପରିସରରେ ପନିପରିବା ଏବଂ ଅନ୍ୟାନ୍ୟ ଚାଷ କରି ଖାଦ୍ୟ ଯୋଗାଉଛନ୍ତି ଛାତ୍ରଛାତ୍ରୀଙ୍କୁ।

ପିଲାଙ୍କ ପଢ଼ିବା ପାଇଁ ନିକଟବର୍ତି ସହରରୁ ସଂଗୃହୀତ ଅନେକ ପୁରୁଣା ବହିକୁ ନେଇ ତିଆରି କରିଛନ୍ତି ପାଠାଗାରଟିଏ। ଯେଉଁଠୁ ଅଧ୍ୟୟନ କରି ୨ ଶହରୁ ଉର୍ଧ୍ବ ଛାତ୍ରଛାତ୍ରୀ ଏବେ ଭୁବନେଶ୍ବର, ରାୟଗଡ଼ା, କୋରାପୁଟ, ବ୍ରହ୍ମପୁର ସମେତ ଅନ୍ୟ ସହରରେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି। ଏପରିକି ଏହି ଜନଜାତିର ପ୍ରଥମ ଯୁବକ ମୁକ୍ତେଶ୍ବର ୱାଡକା ପ୍ରଥମ ଅଧ୍ୟାପକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। କୁର୍ଲି, ଖମ୍ବେସିରେ ସରକାରୀ ସ୍କୁଲ୍ ରହିଛି। କିନ୍ତୁ ଏହି ସ୍କୁଲକୁ ପାଳି କରି ଶିକ୍ଷକ ଯାଉଥିବାରୁ ଛାତ୍ରଛାତ୍ରୀଙ୍କୁ ନିୟମିତ ପଢ଼ାଇ ଆସୁଛନ୍ତି ଶାନ୍ତନୁ ଅପା।

ଶାନ୍ତନୁ ଅପାଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଉଭୟ ଓଡ଼ିଆ ଓ ଇଂରାଜୀ ଶିକ୍ଷାରେ ପାରଦର୍ଶିତା ଲାଭ କରିଛନ୍ତି। ଅନର୍ଗଳ ଭାବେ ପାଠ୍ୟକ୍ରମରେ ଥିବା ଇଂରାଜୀକୁ ଛାତ୍ରଛାତ୍ରୀମାନେ କହିବା ସହ ଓଡ଼ିଆ ପାଠ୍ୟକ୍ରମକୁ ମଧ୍ୟ ସୁନ୍ଦର ଭାବେ ବର୍ଣ୍ଣନା କରୁଛନ୍ତି। ଏଥି ସହିତ ଭଜନ, ପ୍ରାର୍ଥନା ମଧ୍ୟ ଭଲ ସ୍ବରରେ ଗାଇବାର ଦକ୍ଷତା ରଖିଛନ୍ତି। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ସ୍ଥାନୀୟ ଅଞ୍ଚଳର ଡଙ୍ଗରିଆ ମହିଳାଙ୍କୁ ପାଇଁ ବି ସେ କାମ କରୁଛନ୍ତି। ସିଲେଇ ଶିକ୍ଷା ପ୍ରଦାନ କରିବା ସହ ନିଜ ସକ୍ଷମ ଅନୁଯାୟୀ କିଛି କିଛି ଲୁଗା କିଣି ବସ୍ତ୍ରହୀନ ଆଦିବାସୀଙ୍କୁ ପ୍ରଦାନ କରିବା ସହ ପୁରୁଣା ଶାଢ଼ୀ ଓ ଲୁଗାରେ ଡ୍ରେସ୍, ବ୍ଲାଉଜ୍, ସାୟା ତିଆରି କରି ବଣ୍ଟନ କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ସବୁ ପ୍ରତିକୂଳ ପରିସ୍ଥିତିର ସମାନା କରି ଡଙ୍ଗରିଆଙ୍କୁ ସ୍ବାକ୍ଷରତାର ସ୍ୱାଦ ଚଖାଇ ଆସୁଥିବା ବାଲବାଡ଼ିର ବିକାଶ ପ୍ରତି କାହାର ଆନ୍ତରିକତା ନାହିଁ।
ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

Last Updated : Sep 5, 2020, 4:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.