ETV Bharat / state

ଦୁର୍ଘଟଣା ପରେ କାର୍ଯ୍ୟାନୁଷ୍ଠାନ, 2 ଷ୍ଟେସନ ମାଷ୍ଟର ନିଲମ୍ବିତ

author img

By

Published : Jun 25, 2019, 8:39 PM IST

ସମଲେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣା ପରେ ଘଟିଛି ଅଗ୍ନିକାଣ୍ଡ । ଏଥିରେ ତିନିଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିବା ପରେ ତତ୍ପରତା ପ୍ରକାଶ କରିଛି ରେଳ ବିଭାଗ । ଦୁଇ ଜଣ ଷ୍ଟେସନ୍ ମାଷ୍ଟରକୁ ମଧ୍ୟ ନିଲମ୍ବିତ କରିଛି ବିଭାଗ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାୟଗଡ଼ା

ରାୟଗଡ଼ା: ସମଲେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣା ପରେ ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ 3 ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକମାନେ ହେଉଛନ୍ତି ରାୟଗଡ଼ାର ସିନିୟର ସେକ୍ସନ ଇଞ୍ଜିନିୟର ସାଗର, ଟେକନିକାଲ ଗୌରୀ ନାଇଡ଼ୁ ଓ ଟାୱାର କାରର ଟେକ୍ନିସିଆନ ସୁରେଶ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ରାୟଗଡ଼ା

ଦୁର୍ଘଟଣା ପରେ ରେଳ ବିଭାଗ ଘଟଣାର ତଦନ୍ତ ନିର୍ଦ୍ଦେଶ କୋଲକାତା ରେଳ ନିରାପତ୍ତା କମିଶନକୁ ଦେଇଛି । ଏହା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇ ଜଣ ଷ୍ଟେସନ୍ ମାଷ୍ଟରଙ୍କୁ ନିଲମ୍ବିତ କରିଛି ବିଭାଗ । ସସପେଣ୍ଡ ହୋଇଥିବା ଦୁଇ ଅଧିକାରୀ ହେଉଛନ୍ତି କେଉଟଗୁଡ଼ା ଏବଂ ସିଙ୍ଗାପୁର ରୋଡ଼ ଷ୍ଟେସନ ମାଷ୍ଟର ।

ସୂଚନା ଅନୁଯାୟୀ ରାୟଗଡ଼ା-ସିଙ୍ଗାପୁର ରୋଡର କେଉଟଗୁଡ଼ା ନିକଟରେ ଟ୍ରାକ୍ ଲାଇନ ମରାମତି ଚାଲୁଥିଲା । କାମ ଚାଲୁରଖିଥିବା ଟାୱାର କାରକୁ ସାମ୍ନାରୁ ଆସୁଥିବା ସମଲେଶ୍ୱରୀ ଏକ୍ସପ୍ରେସ୍ ଧକ୍କା ଦେଇଥିଲା । ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ହିଁ ଟ୍ରେନର ଦୁଇଟି ବଗି ଜଳିଯାଇଥିବା ଦେଖିବାକୁ ମିଳିଥିଲା ।

ରାୟଗଡ଼ାରୁ ରଞ୍ଜନ ରଥ, ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:TBody:AConclusion:C
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.