ରାୟଗଡା: ଗୁଣପୁର ପୋଲିସକୁ ପୁଣି ଏକ ବଡ ସଫଳତା । ଏକ ଟ୍ରକରେ ମାଦକଦ୍ରବ୍ୟ ଚୋରାଚାଲଣ ହେଉଥିବା ବେଳେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି । ସ୍ଥାନୀୟ ତ୍ରୀନାଥ ମନ୍ଦିର ଛକରେ ମାଦକ ଦ୍ରବ୍ୟ ନେଇ ଏକ ଟ୍ରକ ଅଟକି ଥିବା ଖବର ପହଞ୍ଚିଥିଲା ଗୁଣପୁର ପୋଲିସ ନିକଟରେ ।
ପୋଲିସ ଅଚାନକ ଚଢଉ କରି ୧୭ ବସ୍ତା ସିଗରେଟ ଓ ଗୁଟୁଖା ଜବତ କରିବା ସହ ଟ୍ରକ ଡ୍ରାଇଭର ଓ ମାଲିକଙ୍କୁ ଗିରଫ କରିଛି । ପୋଲିସର ତଦନ୍ତ ସମୟରେ ବେଆଇନ ସିଗରେଟ ଓ ଗୁଟୁଖା ଯେଉଁ ସବୁ ବ୍ୟବସାୟୀଙ୍କ ପାଖକୁ ଯାଉଥିବା ସେମାନଙ୍କ ନାଁ ରେ ମଧ୍ୟ ପୋଲିସ ମାମଲା ରୁଜ୍ଜୁ କରିଛି । ତେବେ ପୋଲିସ ପକ୍ଷରୁ ଜବତ ସମ୍ପର୍କରେ ଯଦିଓ ସୂଚନା ଦିଆଯାଇଛି ତଥାପି ଗିରଫ ଟ୍ରକ ଡ୍ରାଇଭର କିମ୍ବା ମାଲିକଙ୍କ ନାମ ପ୍ରକାଶ କରାଯାଇନାହିଁ । ଏପରିକି ଏହି ଘଟଣାରେ ୫ ଜଣ କଳା ବେପାରୀଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଏମାନଙ୍କୁ ଗିରଫ କରାଯାଇ ନାହିଁ । ଜବତ ସିଗରେଟ ଓ ଖୁଟୁଖାର ମୁଲ୍ୟ ୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ