ETV Bharat / state

Vedanta କାରଖାନା ଅନିୟମିତତା: ଜିଲ୍ଲାପାଳଙ୍କୁ ଭେଟିଲା ଆଞ୍ଚଳିକ ବିକାଶ ପରିଷଦ - ରାୟଗଡ ଜିଲ୍ଲାପାଳଙ୍କୁ ଭେଟିଲା ଆଞ୍ଚଳିକ ବିକାଶ ପରିଷଦ

ବେଦାନ୍ତ କାରଖାନା ନିୟମ ମୁତାବକ କାର୍ଯ୍ୟ ତୁଲାଉ ନଥିବାରୁ ବିଭିନ୍ନ ଦାବି ନେଇ ରାୟଗଡା ଜିଲ୍ଲାପାଳଙ୍କୁ ଭେଟିଲେ ଲାଞ୍ଜିଗଡ଼, ମୁନିଗୁଡା ଆଞ୍ଚଳିକ ବିକାଶ ପରିଷଦ । ଅଧିକ ପଢନ୍ତୁ

ବେଦାନ୍ତ କାରଖାନା ଅନିୟମିତତା: ଜିଲ୍ଲାପାଳଙ୍କୁ ଭେଟିଲେ ଆଞ୍ଚଳିକ ବିକାଶ ପରିଷଦ

author img

By

Published : Nov 28, 2021, 3:31 PM IST

Updated : Nov 28, 2021, 3:41 PM IST

ରାୟଗଡା: ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ସୀମାନ୍ତରେ ଅବସ୍ଥାପିତ ବେଦାନ୍ତ କାରଖାନା ପ୍ରତିଶୃତି ଏବଂ ନିୟମ ଅନୁଯାୟୀ କାର୍ଯ୍ୟ କରୁନଥିବାରୁ ଲାଞ୍ଜିଗଡ଼, ମୁନିଗୁଡା ଆଞ୍ଚଳିକ ବିକାଶ ପରିଷଦ ପ୍ରଥମେ ଦକ୍ଷିଣାଞ୍ଚଳ RDC ପରେ କଳାହାଣ୍ଡି ଜିଲ୍ଲାପାଳ ଏବଂ ରାୟଗଡା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଗମନାଗମନ ଭଳି ମୌଳିକ ସୁବିଧାରୁ ସ୍ଥାନୀୟ ଲୋକଙ୍କୁ ବଞ୍ଚିତ କରୁଥିବା ଅଭିଯୋଗରେ ବିଭିନ୍ନ ଦାବି ନେଇ ଏକ ପତ୍ର ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ପ୍ରଦାନ କରିଛନ୍ତି ।

Vedanta କାରଖାନା ଅନିୟମିତତା: ଜିଲ୍ଲାପାଳଙ୍କୁ ଭେଟିଲା ଆଞ୍ଚଳିକ ବିକାଶ ପରିଷଦ

ଆଞ୍ଚଳିକ ବିକାଶ ପରିଷଦର ଅଭିଯୋଗ ହେଲା, କମ୍ପାନୀ ଚାଲୁ ହେବା ପରେ ନିଜର ଦାୟିତ୍ୱ ଭୁଲିଯାଇଛି । ଫଳରେ କମ୍ପାନୀରୁ ବାହାରୁଥିବା ଧୂଳିରେ ଅନେକ ଅଞ୍ଚଳର ଲୋକ ପ୍ରଭାବିତ ହେଉଛନ୍ତି । ସେମାନଙ୍କୁ ସେଠାରୁ ବିସ୍ଥାପିତ କରି ଅନ୍ୟତ୍ର ଥଇଥାନ କରିବା, କମ୍ପାନୀ ଅଧୀନରେ ଚାଲୁଥିବା ମେଡିକାଲର ଅବ୍ୟବସ୍ଥାକୁ ସୁଧାରିବା, ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ନଯୁକ୍ତି ଭଳି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ।

ରାୟଗଡରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Nov 28, 2021, 3:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.