ରାୟଗଡା: ବିଧାନସଭାକୁ ରାୟଗଡା ହିଁ ପଠାଇଛି ଏକମାତ୍ର ସ୍ବାଧିନ ବିଧାୟକ । ଜିଲ୍ଲାରେ ଥିବା 3 ବିଧାନସଭା ଆସନରୁ 2ଟିରେ ବାଜିମାତ କରିଛି ବିଜେଡି । ହେଲେ ଖୋଦ ରାୟଗଡା ଆସନରେ ବିଜେଡି ପରାଜୟ ସ୍ବୀକାର କରିଛି । ସ୍ବାଧିନ ପ୍ରାର୍ଥୀ ମକରନ୍ଦ ମୁଦୁଲି ବିଜୟୀ ହୋଇଛନ୍ତି । ବିଜେଡିର ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ।
ସେ କହିଛନ୍ତି, ଜିଲ୍ଲାରେ ବିଜେଡି ଭଲ ପ୍ରଦର୍ଶନ କରିଛି । ହେଲେ ରାୟଗଡା ଆସନ ସ୍ବାଧିନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି । ଏନେଇ ଆମେ ତର୍ଜମା କରିବୁ । ସାରା ରାଜ୍ୟରେ ଆମେ ଭଲ ପ୍ରଦର୍ଶନ କରିଛୁ । କିନ୍ତୁ ୟାର ମାନେ ନୁହେଁ, ସମ୍ପୁର୍ଣ୍ଣ 147 ଆସନରେ ବିଜେଡି ହିଁ ଜିତିବ ବୋଲି କହିଛନ୍ତି ଏନ. ଭାସ୍କର ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ