ETV Bharat / state

ସମ୍ବେଦନଶୀଳ ସ୍ଥାନରେ ରାୟଗଡା ପୋଲିସର ରାତିଅଧିଆ ରେଡ୍‌

author img

By

Published : May 28, 2021, 7:50 AM IST

ରାୟଗଡ଼ାରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସହରର ସମ୍ବେଦନଶୀଳ ସ୍ଥାନରେ ପୋଲିସ ଚଢାଉ କରିଛି । ଅଧିକ ପଢନ୍ତୁ...

ରାୟଗଡ଼ା ସହରର ସମ୍ବେଦନ ସ୍ଥାନରେ ମଧ୍ୟରାତ୍ରରେ ପୋଲିସର ଚଢାଉ

ରାୟଗଡ଼ା: ରାଜ୍ୟରେ କୋଭିଡର ଦ୍ବିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏଥିଲାଗି ରାଜ୍ୟରେ ଲକଡ଼ାଉନ ଜାରି ରହିଛି । ଏହି ସମୟର ସୁଯୋଗ ନେଇ ଅସାମାଜିକ ଲୋକଙ୍କ କଳା କାରନାମା ବଢିବାରେ ଲାଗିଛି । ଏଥିଲାଗି ରାୟଗଡ଼ା ଜିଲ୍ଲା ପୋଲିସ ରାତି ଅଧରେ ସହରରେ ଥିବା ସମ୍ବେଦନଶୀଳ ସ୍ଥାନରେ ରାତି ଅଧିଆ ଚଢାଉ କରିଛି ।

ମଧ୍ୟ ରାତ୍ରିରେ ଜିଲ୍ଲା ପୋଲିସ ପକ୍ଷରୁ ଅସାମାଜିକ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଆରମ୍ଭ ହୋଇଛି କଡାକଡି ଯାଞ୍ଚ ପରତାଳ । ଜିଲ୍ଲା ପୋଲିସ ପକ୍ଷରୁ ରାୟଗଡ଼ା ସହର ବୁଦୁରାବାଳସା, ଆଞ୍ଜେୟାପେଟା, ରଇତକଲୋନୀ, ରିଙ୍ଗରୋଡ ପ୍ରଭୁତି ଅଞ୍ଚଳରେ ଫ୍ଲାଗ ମାର୍ଚ ସାଙ୍ଗକୁ ବିଭିନ୍ନ ଆଡା ଉପରେ ଚଢାଉ କରିଛନ୍ତି । ପୁଣିଥରେ କୋଭିଡ ନିୟମ କଡାକଡି କରିବା ସହ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଆରମ୍ଭ ହୋଇଛି କାର୍ଯାନୁଷ୍ଠାନ । ରାୟଗଡା ଏସଡିପିଓଙ୍କ ନେତୃତ୍ବରେ ଏହି ଚଢାଉ ଜାରି ରହିଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.