ETV Bharat / state

ଦିଲ୍ଲୀରୁ ଫେରି ହୋମ କ୍ବାରେଣ୍ଟିନରେ ରହିଲେ ସାଂସଦ

ଦିଲ୍ଲୀରୁ ଆଜି ଫେରିବା ପରେ ୧୪ ଦିନ ହୋମ କ୍ବାରେଣ୍ଟିନରେ ରହିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ସ୍ବାସ୍ଥ୍ୟ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚି ଥର୍ମାଲ୍ ସ୍କ୍ରିନିଂ କରିବା ସହ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ଅଧିକ ପଢନ୍ତୁ..

author img

By

Published : May 28, 2020, 12:40 PM IST

rayagasda mp saptagiri ulaka home quatrentine in home

ରାୟଗଡ଼ା: ଦିଲ୍ଲୀରୁ ଆଜି ଫେରିବା ପରେ ୧୪ ଦିନ ହୋମ କ୍ବାରେଣ୍ଟିନରେ ରହିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ସ୍ବାସ୍ଥ୍ୟ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚି ଥର୍ମାଲ୍ ସ୍କ୍ରିନିଂ କରିବା ସହ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ପୌର ପରିଷଦ ପକ୍ଷରୁ ସାଂସଦଙ୍କ ଗୃହ ସମ୍ମୁଖରେ ହୋମ୍ କ୍ବାରେଣ୍ଟିନ ସୂଚନା ଫଳକ ଲଗାଯାଇଛି। ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ସାଂସଦ ହୋମ କ୍ବାରେଣ୍ଟିନରେ ରହିବା ନେଇ ସୂଚନା ଫଳକରେ ଉଲ୍ଲେଖ ରହିଛି। ଲକଡାଉନ୍ ଯୋଗୁ ସଂସଦର ଗ୍ରୀଷ୍ମକାଳୀନ ଅଧିବେଶନ ସାରି ରାୟଗଡ଼ା ଫେରି ପାରିନଥିଲେ ସାଂସଦ।

ଦିଲ୍ଲୀରୁ ଫେରି ଗୃହାବ ଆଦ୍ଧରେ ରହିଲେ ସାଂସଦ

ମାର୍ଚ୍ଚ ୨୨ ତାରିଖରେ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିବା ପରେ ବିମାନ, ରେଳ, ବସ ଚଳାଚଳ ବନ୍ଦ ଯୋଗୁ ସାଂସଦ ଉଲାକା ଦିଲ୍ଲୀରେ ଫସି ରହିଥିଲେ। ଦିଲ୍ଲୀରେ ରହି କୋରାପୁଟ ସଂସଦୀୟ କ୍ଷେତ୍ର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶ୍ରମିକଙ୍କୁ ସହାୟତା କ୍ଷେତ୍ରରେ ସାଂସଦ ଉଲ୍ଲେଖୀନୟ ପଦକ୍ଷେପ ନେଇଛନ୍ତି। ବହୁ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇବା ସହିତ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକଙ୍କ ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇଛନ୍ତି। ଲକଡାଉନ୍ କୋହଳ ପରେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବା ପରେ ସଡ଼କ ପଥରେ ଆସି ରାୟଗଡ଼ାରେ ପହଞ୍ଚିଛନ୍ତି ସାଂସଦ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.