ETV Bharat / state

ପଥର ଖାଦାନରେ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା 4ରେ ପହଞ୍ଚିଲା - ପଥର ଖାଦାନରେ ବିସ୍ଫୋରଣରେ ମୃତ୍ୟୁ

ରାୟଗଡା ପଥର ଖାଦାନରେ ବିସ୍ଫୋରଣ ମାମଲାରେ ମୃତକଙ୍କ ସଂଖ୍ୟା 4ରେ ପହଞ୍ଚିଛି । ସେପଟେ ଘଟଣାସ୍ଥଳରେ ଏସପି ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ..

ପଥର ଖାଦାନରେ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା 4 ରେ ପହଞ୍ଚିଲା

author img

By

Published : Oct 18, 2020, 9:54 AM IST

ରାୟଗଡା: ଗୁଣପୁର ବ୍ଲକ ଓକିଲଗୁଡା ବେଆଇନ ପଥର ଖାଦାନ ବିସ୍ଫୋରଣ ମାମଲାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଲା । ସେପଟେ ଘଟଣାସ୍ଥଳରେ ଯାଞ୍ଚ ପାଇଁ ଜିଲ୍ଲା ଏସପି ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।

ପଥର ଖାଦାନରେ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା 4 ରେ ପହଞ୍ଚିଲା

ଶୁକ୍ରବାର ଅପରାହ୍ନରେ ଶ୍ରମିକମାନେ ଖାଦାନରେ କାମ କରିବା ସମୟରେ ହଠାତ ବ୍ଲାଷ୍ଟିଙ୍ଗ ହୋଇଥିଲା । ଫଳରେ ୩ ଜଣ ପ୍ରାଣ ହରାଇଥିଲାବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ । ଆହତ ମଧରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଶନିବାର ବ୍ରହ୍ମପୁରରେ ନୁଙ୍ଗରତାଲ ଗାଁର ଆହତ ବୁଢ଼ା ଶବରଙ୍କ ମୃତ୍ୟୁ ହୋଇଛି । ହେଲେ ମୃତକଙ୍କ ମୃତଦେହ ବ୍ୟବଛେଦକୁ ନେଇ ପୂର୍ବାହ୍ନରେ ମେଡ଼ିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପରେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ ଏବଂ ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ ଡ଼ାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାର ଲୋକ, ଶ୍ରମିକ ନେତା ଏବଂ ଖାଦାନ ମାଲିକଙ୍କ ସହ ଆଲୋଚନା ପରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩ ଲକ୍ଷ ଓ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ରାଜି ହୋଇଛନ୍ତି ।

ଏହା ପରେ ପୋଲିସ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର ହୋଇଛି । ସେପଟେ ବେଆଇନ ପଥର ଖାଦାନରେ ବିସ୍ଫୋରଣ ମାମଲାର ତଦନ୍ତ ଆରମ୍ଭ କରିଛି ଗୁଣପୁର ପୋଲିସ । ଅନ୍ୟପଟେ ଘଟଣାସ୍ଥଳକୁ ଶନିବାର ରାୟଗଡା ଏସପି ଡ଼. ଶର୍ବଣ ବିବେକ ସାଇଣ୍ଟିଫିକ ଟିମ ସହ ଯାଇ ଅନୁଧ୍ୟାନ କରି ଫେରିଛନ୍ତି ।

ଏହି ବିସ୍ଫୋରଣ ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ମାଲିକ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ସେପଟେ ରାୟଗଡ଼ା ଜିଲ୍ଲାରେ ସରକାରୀ ନଥିପତ୍ରରେ ୪୭ ଟି ଷ୍ଟୋନ କ୍ରସର କାର୍ଯ୍ୟକ୍ଷମ ଥିବା ବେଳେ କେତେ ପଥର ଖାଦାନ ରହିଛି ତାର ସୂଚନା ନାହିଁ । ତେବେ ଯେଉଁ ୪୭ଟି ଷ୍ଟୋନ କ୍ରସର ରହିଛି, ସେଥିମଧ୍ୟରୁ ୬୦ ଭାଗ କ୍ରସରର ପରିବେଶ କି ଜଙ୍ଗଲ କ୍ଲିୟରାନ୍ସ ନଥିବା ଜଣା ପଡ଼ିଛି । ଏପରିକି ଜିଲ୍ଲାରେ ମାତ୍ର ଗୋଟିଏ କ୍ରସର ମାଲିକଙ୍କ ପଥର ଖାଦାନରେ ବିସ୍ଫୋରଣର ଲାଇସେନ୍ସ ରହିଥିବା ବେଳେ ତାଙ୍କ ସହ ଚୁକ୍ତି କରି ଅନ୍ୟ କ୍ରସର ମାଲିକମାନେ ନିଜ ନିଜ ପଥର କୁଆଁରିରେ ବିସ୍ଫୋରଣ କରୁଥିବା କହିଛନ୍ତି ପତି ଷ୍ଟୋନ କ୍ରସର ମାଲିକ ।

ସବୁଠାରୁ ବଡ଼ କଥା ଜିଲ୍ଲାରେ କେବଳ ଜଣେ ମାତ୍ର ବିସ୍ଫୋରଣର ଲାଇସେନ୍ସ ପାଇଥିବାବେଳେ ଏକାଦିନରେ ୨୦ରୁ ଊର୍ଦ୍ଧ୍ବ କ୍ରସର ଖାଦାନରେ କିପରି ବିସ୍ଫୋରଣ ହେଉଛି ତାହା ତଦନ୍ତ ସାପେକ୍ଷ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.