ETV Bharat / state

ଗଞ୍ଜେଇର ଚରାଭୂଇଁ ରାୟଗଡ଼ା, ୩ ବର୍ଷରେ ଜବତ ହେଲାଣି ୭୦୫୯ କେଜି ଗଞ୍ଜେଇ

ବାରମ୍ବାର ରେଡ ସତ୍ତ୍ବେ ପାହାଡ଼ି ଇଲାକାରେ ହେଉଛି ଅବାଧ ଗଞ୍ଜେଇ ଚାଷ । କନ୍ଧମାଳ-କଳାହାଣ୍ଡି -ଗଜପତି ସୀମାନ୍ତର ଦୁର୍ଗମ ଅଞ୍ଚଳରେ ଅନାୟାସରେ ଚାଲିଛି ଗ୍ରୀନ୍ ଡାଇମଣ୍ଡର ତସ୍କରୀ । ସେପଟେ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଅପରେସନ୍ ଗ୍ରୀନ୍ ଡାଇମଣ୍ଡ । ଖୁବ୍ ଶୀଘ୍ର ବଡ଼ ଧରଣର ଅପରେସନ୍ ପାଇଁ ପୋଲିସ ସଜବାଜ ହେଉଥିବା ସୂଚନା ଦେଇଛନ୍ତି ରାୟଗଡା ଏସପି । ଅଧିକ ପଢନ୍ତୁ...

author img

By

Published : Sep 28, 2020, 10:53 PM IST

ଗଞ୍ଜେଇର ଚରାଭୂଇଁ ରାୟଗଡ଼ା, ୩ ବର୍ଷରେ ଜବତ ହେଲାଣି ୭୦୫୯ କେଜି ଗଞ୍ଜେଇ
ଗଞ୍ଜେଇର ଚରାଭୂଇଁ ରାୟଗଡ଼ା, ୩ ବର୍ଷରେ ଜବତ ହେଲାଣି ୭୦୫୯ କେଜି ଗଞ୍ଜେଇ

ରାୟଗଡା: ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ରାୟଗଡ଼ା ଜିଲ୍ଲାର ପାହାଡିଆ ଅଞ୍ଚଳ । ବାରମ୍ବାର ରେଡ ସତ୍ତ୍ବେ ପାହାଡ଼ି ଇଲାକାରେ ହେଉଛି ଅବାଧ ଗଞ୍ଜେଇ ଚାଷ । କନ୍ଧମାଳ-କଳାହାଣ୍ଡି -ଗଜପତି ସୀମାନ୍ତର ଦୁର୍ଗମ ଅଞ୍ଚଳରେ ଅନାୟାସରେ ଚାଲିଛି ଗ୍ରୀନ୍ ଡାଇମଣ୍ଡର ତସ୍କରୀ । ମାଓ ପ୍ରବଣ ସାଙ୍ଗକୁ ବଣ ପାହାଡ ଘେରା ଅଞ୍ଚଳର ଭୌଗୋଳିକ ସ୍ଥିତିର ଫାଇଦା ଉଠାଉଛନ୍ତି ଗଞ୍ଜେଇ ମାଫିଆ । ବିଗତ କିଛି ବର୍ଷ ଧରି ଯଦିଓ ମାଓବାଦୀଙ୍କ ସ୍ଥିତି ଜିଲ୍ଲାରେ କମିଛି, ତଥାପି ଗଂଜେଇ କାରବାର ବୃଦ୍ଧି ମାଓବାଦୀଙ୍କ ପାଣ୍ଠି ବୃଦ୍ଧିରେ ଯେପରି ସହାୟକ ନହେବ ସେଥିପାଇଁ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଅପରେସନ୍ ଗ୍ରୀନ୍ ଡାଇମଣ୍ଡ । ଖୁବ୍ ଶୀଘ୍ର ବଡ଼ ଧରଣର ଅପରେସନ୍ ପାଇଁ ପୋଲିସ ସଜବାଜ ହେଉଥିବା ସୂଚନା ଦେଇଛନ୍ତି ରାୟଗଡା ଏସପି । ଜିଲ୍ଲା ମାନଚିତ୍ରରେ ପଦ୍ମପୁର, ଚନ୍ଦ୍ରପୁର, ଗୁଡାରି, ଗୁଣପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜେଇ ଚାଷ ।

କନ୍ଧମାଳ-କଳାହାଣ୍ଡି-ଗଜପତି ସୀମାର ଶହ ଶହ ଏକର ଜମିରେ ଗଞ୍ଜେଇ ଚାଷ ହେଉଥିବାବେଳେ ଅମଳ ପରେ ସତର୍କତାର ସହ ବିଭିନ୍ନ ତରିକାରେ ବାହାରକୁ ଚାଲାଣ କରୁଛନ୍ତି ମାଫିଆ। ଏମିତିକି ପାଦ ଚଲା ରାସ୍ତାରେ ଜିଲ୍ଲା ସୀମାନ୍ତ ପାର କରିବା ପରେ ତେଲ ଟ୍ୟାଙ୍କର, ପରିବା-ଫଳ ବୋଝେଇ ଗାଡ଼ି, ଯାତ୍ରୀବାହୀ ଟ୍ରେନରେ ବାହାର ରାଜ୍ୟକୁ ଚାଲାଣ ହେଉଛି। ଯାହାର ସୁରାକ୍ ଲାଗିଛି ପୋଲିସ ହାତରେ। ଗତ ୩ ମାସରେ ରାୟଗଡ଼ା ପୁଲିସ ଗଂଜେଇ ଚୋରା ଚାଲାଣ ରୋକିବା କ୍ଷେତ୍ରରେ ମିଳିଥିବା ସଫଳତାରୁ ଏହା ସ୍ପଷ୍ଟ ହୋଇଛି । ଗତ ସପ୍ତାହରେ ତେଲ ଟ୍ୟାଙ୍କରରେ ୧୬୦୦ କ୍ଵିଣ୍ଟାଲରୁ ଊର୍ଦ୍ଧ ଗଞ୍ଜେଇ ବିହାରକୁ ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଥିଲା । ଗିରଫ ଡ୍ରାଇଭର ଭିନ୍ନକ୍ଷମ ହୋଇଥିବା ବେଳେ ତାର ଗୋଟିଏ ଗୋଡ ନ ଥିଲା । ପ୍ଲାଷ୍ଟିକ୍ ଗୋଡ ଲଗାଇ ଡ୍ରାଇଭର ଗାଡ଼ି ଚଳାଇ ଗଞ୍ଜେଇ ଚାଲାଣ କରୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମାଫିଆ ଗଞ୍ଜେଇ ଚାଲାଣ ପାଇଁ ନୂଆ ତରିକା ଆପଣାଇବା ପରେ ଯାଞ୍ଚ ନେଇ ପୋଲିସର ଚିନ୍ତା ବଢ଼ିଛି। କରୋନା ପାଇଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ମାଫିଆ ସଡକ ପଥରେ ଗଞ୍ଜେଇ ଚାଲାଣକୁ ଗୁରୁତ୍ବ ଦେଇଛନ୍ତି। ଗତ ୩ ବର୍ଷରେ ରାୟଗଡ଼ା ପୁଲିସ୍ ୭୦୫୯ କେଜି ଗଂଜେଇ ଜବତ କରିବା ସହ ୫୫ ଜଣଙ୍କୁ ଗିରଫ କରିଛି। ୨୦୧୮ ମସିହାରେ ୧୬୩୬ କେଜି ଗଂଜେଇ ସହ ୧୬ ଜଣ, ୨୦୧୯ରେ ୧୮୨୩ କେଜି ଗଂଜେଇ ସହ ୨୧ ଜଣ, ୨୦୨୦ ଅଗଷ୍ଟ ସୁଦ୍ଧା ୩୬୦୦ କେଜି ଗଂଜେଇ ସହ ୧୮ ଜଣ ଗିରଫ ହୋଇଛନ୍ତି। ଆଗକୁ ଶୀତ ଦିନ ଆସୁଥିବାରୁ ଗଞ୍ଜେଇ ଚାଷ ପାଇଁ ପୁଣି ଥରେ ସଜବାଜ ହେଉଛନ୍ତି ମାଫିଆ।ରାୟଗଡ଼ା ପୋଲିସ ଓ ଅବକାରୀ ବିଭାଗ ବେଆଇନ ଗଞ୍ଜେଇ ଚାଷ ନେଇ ସୁରାକ୍ ପାଇଛି। ହେଲେ ସୁରକ୍ଷା ଦୃଷ୍ଟିକୋଣରୁ ମାଓ ପ୍ରବଣ ଏବଂ ଅତି ସ୍ପର୍ଶକାତର ଅଞ୍ଚଳକୁ ପହଞ୍ଚିବା ସହଜ ସାଧ୍ୟ ହେଇ ପାରୁନି । ହେଲେ ଅପରେସନ୍ ଗ୍ରୀନ୍ ଡାଇମଣ୍ଡ ପାଇଁ ରାୟଗଡା ପୋଲିସର ସଜବାଜ କେତେ ସଫଳତା ଆଣିବ ତାହା ସମୟ କହିବ ।ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.