ରାୟଗଡା: ସନ୍ୟାସପୁର ଅଞ୍ଚଳରୁ ବିପୁଳ ବିସ୍ଫୋରକ ଜବତ । ଗୁଣପୁର ପୁଲିସର ଅଚାନକ ଚଢ଼ାଉ ସମୟରେ ସନ୍ୟାସପୁର ଅଞ୍ଚଳରୁ ବ୍ୟାପକ ବିସ୍ଫୋରକ ଜବତ ହୋଇଛି । ବେଆଇନ ବିସ୍ଫୋରକ ରଖିବା ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୭୦ଟି ଡ଼େଟୋନେଟର ଏବଂ ୧୬୦ଟି ବଡ଼ ବୁଷ୍ଟର ଓ ଗୋଟିଏ କଟର ମେସିନ ଜବତ କରିଛି ।
ଗିରଫ ହୋଇଥିବା ତିନିଜଣ ହେଲେ ପଦ୍ମପୁର ଅଞ୍ଚଳର ଜୟପ୍ରକାଶ ଚୈଧୁରୀ ଏବଂ ଆନ୍ଧ୍ରର ଏମ୍.ଶିବକୁମାର ଓ ଜେ.ଶ୍ରୀନୁଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଏହି ବିସ୍ଫୋରକ ନିକଟରେ ଥିବା ଏକ ପଥର କ୍ବାରିରେ ବ୍ୟବହାର କରିବା ପାଇଁ ରଖାଯାଇଥିଲା ।
ତେବେ ରାୟଗଡ଼ା ଜିଲ୍ଲା ଏକ ନକ୍ସଲ ପ୍ରଭାବିତ ଜିଲ୍ଲା ହୋଇଥିବାବେଳେ ଏତେ ମାତ୍ରାରେ ବିସ୍ଫୋରକ ବେଆଇନ ଭାବେ ରଖିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହିଁ ପୁଲିସ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ