ETV Bharat / state

ଆଦିତ୍ୟ ବିର୍ଲା କମ୍ପାନୀ ପାଇଁ ଜନଶୁଣାଣିକୁ ‌‌ପୋଡାପାଡି ପଞ୍ଚାୟତ ବାସିନ୍ଦାଙ୍କ ବିରୋଧ - Rayagada podapodi panchayat people

ଆଗାମୀ ନଭେମ୍ବର 25 ତାରିଖରେ ଆଦିତ୍ୟ ବିର୍ଲା କମ୍ପାନୀର ଜନ ଶୁଣାଣି ହେବାକୁ ଯାଉଛି । ତେବେ ଏହାକୁ କାଶୀପୁର ବ୍ଲକର ପୋଡାପାଡି ପଞ୍ଚାୟତ ବାସିନ୍ଦା ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

Rayagada podapodi panchayat people oppose public hearing of Aditya Birla company
ଆଦିତ୍ୟ ବିର୍ଲା କମ୍ପାନୀ ପାଇଁ ଜନଶୁଣାଣିକୁ ‌‌ପୋଡାପାଡି ପଞ୍ଚାୟତ ବାସିନ୍ଦାଙ୍କ ବିରୋଧ
author img

By

Published : Nov 15, 2020, 7:56 PM IST

ରାୟଗଡା: ଆଗାମୀ ନଭେମ୍ବର 25 ତାରିଖରେ ଆଦିତ୍ୟ ବିର୍ଲା କମ୍ପାନୀର ଜନ ଶୁଣାଣି ହେବାକୁ ଯାଉଛି । ତେବେ ଏହି ଜନ ଶୁଣାଣିକୁ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡି ପଞ୍ଚାୟତ ବାସିନ୍ଦା ରବିବାର ବସିଥିବା ସର୍ବଦଳୀୟ ବୈଠକରେ ବିରୋଧ କରିଛନ୍ତି ।

ଆଦିତ୍ୟ ବିର୍ଲା କମ୍ପାନୀ ପାଇଁ ଜନଶୁଣାଣିକୁ ‌‌ପୋଡାପାଡି ପଞ୍ଚାୟତ ବାସିନ୍ଦାଙ୍କ ବିରୋଧ

ରବିବାର ପୋଡାପାଡି ସରପଞ୍ଚ ଶ୍ରୀମତୀ ଅଲାଇ ମାଝୀଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ତେବେ ଏହି ବୈଠକରେ ଜନ ଶୁଣାଣିକୁ ବିରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ନଭେମ୍ବର 25 ତାରିଖରେ ଥିବା ଜନ ଶୁଣାଣିକୁ ବିରୋଧ କରି ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରଥମେ ଆଦିତ୍ୟ ବିର୍ଲା କମ୍ପାନୀ ପ୍ରତିଷ୍ଠା କରିବା ପରେ ପୁରୁଣା କାରଖାନାର ନୂତନ କଳେବର ପାଇଁ ଜନ ଶୁଣାଣି କରାଯାଉ, ଏହାସହିତ କୋଡ଼ିଙ୍ଗାମାଳି ଖଣି ଖନନ ବନ୍ଦ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

ବିର୍ଲା କମ୍ପାନୀ 13ବର୍ଷ ପୂର୍ବରୁ ଜମି ଅଧିଗ୍ରହଣ କରି ସୁଦ୍ଧା ଏପର୍ଯ୍ୟନ୍ତ କମ୍ପାନୀ ପ୍ରତିଷ୍ଠା କରିପାରିନାହିଁ । କମ୍ପାନୀ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ କୋଡ଼ିଙ୍ଗାମାଳିରୁ ମାଟି ମୁଠାଏ ମଧ୍ୟ ଦେବେ ନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ନଭେମ୍ବର 25ରେ କମ୍ପାନୀ ପକ୍ଷରୁ ହେବାକୁ ଥିବା ଜନ ଶୁଣାଣିରେ କୌଣସି ଲୋକ ଯୋଗ ଦେବେ ନାହିଁ ବୋଲି ମଧ୍ୟ ସେମାନେ ନିଷ୍ପତ୍ତି ନେଇଛନ୍ତି । ଏହି ବୈଠକରେ କାଶୀପୁର ବ୍ଲକ ଚେୟାରମ୍ୟାନ ରୁଆଇ ମାଝୀଙ୍କ ସମେତ ପ୍ରାୟ 22 ଖଣ୍ଡ ଗାଁର ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.