ETV Bharat / state

ଗୁଣପୁର ଟ୍ରିପଲ୍‌ ମର୍ଡର: ୯ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ କାଏମ

author img

By

Published : Oct 21, 2021, 2:57 PM IST

Updated : Oct 21, 2021, 6:09 PM IST

ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର 3 ଜଣଙ୍କୁ ନିର୍ମମ ହତ୍ୟା ମାମଲାରେ 9 ଜଣଙ୍କୁ ପୁଣି ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଦୌରାଜଜ୍ କୋର୍ଟ । ଏହାସହ ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ଗୁଣପୁର ଟ୍ରିପଲ୍‌ ମର୍ଡର : ୯ ଦୋଷୀଙ୍କ ଉପରେ ଫାଶୀ ଦଣ୍ଡାଦେଶ କାୟମ

ରାୟଗଡା: ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା ମାମଲାରେ ୯ ଜଣଙ୍କୁ ପୁଣି ଦୋଷୀ ସାବ୍ୟସ୍ତ କଲେ ଜିଲ୍ଲା ଦୌରାଜଜ୍ କୋର୍ଟ । ଏହାସହ ପୂର୍ବରୁ ଦୋଷୀଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି କୋର୍ଟ । ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସମସ୍ତ ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦଶ ଶୁଣାଇଥିଲେ ।

ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୁକ୍ତ । ହାଇକୋର୍ଟ ମାମଲାକୁ ବିଚାରକୁ ନେଇ ରାୟଗଡା ଜିଲ୍ଲା ଗୁଣପୁର ଜିଲ୍ଲା ଓ ଦୌରା ଜଜ କୋର୍ଟଙ୍କୁ ପୁନଃବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି (ଗୁରୁବାର) ଅଦାଲତା ସମସ୍ତ ଦୋଷୀଙ୍କୁ ପୁଣିଥରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗତ 2018 ମସିହାରେ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଅଭିଯୋଗରେ ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ।

ଘଟଣାରୁ ପ୍ରକାଶ ଯେ, ଗତ ସେପ୍ଟେମ୍ବର ୯, ୨୦୧୬ ମସିହାରେ କିତୁଂ ଗ୍ରାମର ଗୋଟିଏ ପରିବାରର ବାପା, ମାଆ ଓ ଝିଅକୁ ଗୁଣିଗାରେଡି ସନ୍ଦେହରେ ପ୍ରଥମେ ନିସ୍ତୁକ ମାଡ ପରେ କୀଟନାଶକ ଇଞ୍ଜେକସନ ଦେଇ ଅଚେତ ଅବସ୍ଥାରେ ଗାତଖୋଳି ପୋତି ଦେଇଥିଲେ ଗ୍ରାମର କେତେକ ଲୋକ । ପରେ ପୋଲିସ ହାତରେ ଧରାପଡିବା ଭୟରେ ଗାତ ଭିତରୁ ବାହାର କରି ପୁଣି କିରୋସିନ ଢାଳି ପୋଡି ଦେଇଥଲେ । ଏହି ଜଘନ୍ୟ ହତ୍ୟା ମାମଲାରେ ପୁଟାସିଂ ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଦେଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Oct 21, 2021, 6:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.