ETV Bharat / state

ଖୋଲିଲା ମା' ମଝି ଘରିଆଣିଙ୍କ ଦାନ ହୁଣ୍ଡି, ମିଳିଲା ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର

author img

By

Published : Sep 26, 2019, 4:06 AM IST

ଚଳିତ ବର୍ଷ ତୃତୀୟ ଥର ପାଇଁ ଖୋଲିଲା ମା' ମଝି ଘରିଆଣି ମନ୍ଦିରର ଦାନ ହୁଣ୍ଡି । ହୁଣ୍ଡିରୁ ନଗଦ ୫୪,୫୧,୨୯୪ ଟଙ୍କା, ୪୫ ଗ୍ରାମ ସୁନା ଓ ୧ କେଜି ୮୭୦ ଗ୍ରାମର ରୁପା ଅଳଙ୍କାର ମିଳିଛି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝି ଘରିଆଣି ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଗୁଡିକ ଖୋଲାଯାଇଛି । ଏଥିରେ ଭକ୍ତ ଦାନ ଦେଇଥିବା ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ମିଳିଛି । ମା' ମଝି ଘରିଆଣି ମନ୍ଦିରର ଦାନ ହୁଣ୍ଡି ଚଳିତ ବର୍ଷ ତୃତୀୟ ଥର ପାଇଁ ଖୋଲାଯାଇଛି । ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଥିବା ଏହି ହୁଣ୍ଡିରୁ ନଗଦ ୫୪ ଲକ୍ଷ ୫୧ ହଜାର ୨୯୪ ଟଙ୍କା, ୪୫ ଗ୍ରାମ ସୁନା ଓ ୧ କେଜି ୮୭୦ ଗ୍ରାମର ରୁପା ଅଳଙ୍କାର ମିଳିଛି । ଏହା ସହିତ ୨୭ ଟି ପୁରୁଣା ହଜାର ଟଙ୍କିଆ ନୋଟ ଏବଂ ୪୩ ଟି ୫୦୦ ଟଙ୍କିଆ ନୋଟ ମିଳିଛି । ମୋଟ ୪୮୫୦୦ ଟଙ୍କାର ପୁରୁଣା ନୋଟ ମିଳିଥିବା ସୁଚନା ଦେଇଛନ୍ତି ମନ୍ଦିର ପରିଚାଳକ ରାଇସିଂ ବିଡ଼ିକା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ତେବେ ଚଳିତ ଥର ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଟଙ୍କା ଗଣିବା ଦାୟିତ୍ବ ତୁଲାଇଥିଲା । ଏହି ଟଙ୍କା ଗଣନାରେ ରାୟଗଡ଼ା ଭେଙ୍କେଟେଶ୍ବର ମନ୍ଦିର କମିଟି, ଜେକେ ପୁର ସଦସ୍ୟ, ସତ୍ୟ ସାଇ ସେବା ସମିତି, ମଝି ଘରିଆଣି ମନ୍ଦିର କମିଟି ସମେତ କିଛି କଲେଜ ଛାତ୍ରଛାତୀ ମଧ୍ୟ ସହାୟତା କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ମଝିଘରିଆଣି ମନ୍ଦିରରୁ ଖୋଲିଲା ଦାନ ହୁଣ୍ଡି , ବାହାରିଲା ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର । Body:ଇଏ କୌଣସି ବ୍ୟାଙ୍କ କିମ୍ବା ବ୍ୟବସାୟ ପ୍ରତିଷ୍ଟନ ନୁହ , ଇଏ ହେଉଛି ରାୟଗଡ଼ାର ଅଧିଷ୍ଟାତ୍ରୀ ଦେବୀ ମଝିଘରିଆଣିଙ୍କ ମନ୍ଦିର । ଚଳିତ ବର୍ଷର ତୃତିୟ ଥର ପାଇଁ ଏହି ମନ୍ଦିରର ହୁଣ୍ଡି ଖୋଲାଯାଇଛି । ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଥିବା ହୁଣ୍ଡିରୁ ନଗଦ ୫୪ ଲକ୍ଷ ୫୧ ହଜାର ୨୯୪ ଟଙ୍କା ୪୫ ଗ୍ରାମ ସୁନା ଓ ୧କେଜି ୮୭୦ ଗ୍ରାମ ରୁପା ଅଳଙ୍କାର ବାହାରିଛି । ତା ସହିତ ୨୭ ଟି ପୁରୁଣା ହଜାରଟଙ୍କିଆ ନୋଟ ସହ ୪୩ ଟି ୫୦୦ ଟଙ୍କିଆ ନୋଟ ମିଳିଛି । ମୋଟ ୪୮୫୦୦ ଟଙ୍କାର ପୁରୁଣା ନୋଟ ମିଳିଥିବା ସୁଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡ଼ିକା । । ଚଳିତ ଥର ଉକ୍ରଳ ଗ୍ରାମ୍ୟବ୍ୟାଙ୍କ ଟଙ୍କା ଗଣିବା ଦାୟିତ୍ୱ ସହ ନେଇଛି । ତେବେ ଏହି ଟଙ୍କା ଗଣନାରେ ଅନ୍ୟମାନଙ୍କ ମଧ୍ୟରେ ଭେଙ୍କେଟେଶ ମନ୍ଦିର କମିଟି ରାୟଗଡ଼ା ଏବଂ ଜେକେ ପୁର ସଦସ୍ୟ , ସତ୍ୟ ସାଇ ସେବା ସମିତି , ମଝିଘରିଆଣି ମନ୍ଦିର କମିଟି ସମେତ କିଛି କଲେଜ ଛାତ୍ର ଛାତୀ ମଧ୍ୟ ଟଙ୍କା ଗଣିବାରେ ସହାୟତା କରିଛନ୍ତି । ଗତ ୧୦ ଜୁନରେ ଏହି ହୁଣ୍ଡିରୁ ୬୩ ଲକ୍ଷ ୩୮ ହଜାର ୧୦୫ ଟଙ୍କା ସହ 102 ଗ୍ରାମ ସୁନା ଏବଂ 2 କେଜି 347 ଗ୍ରାମ ରୁପା ମିଳିଥିଲା । ତେବେ ପ୍ରତି ୩ ମାସରେ ଥରେ ହୁଣ୍ଡି ଖୋଲାଯାଉ ଥିବା ବେଳେ ବାର୍ଷିକ ୪ କୋଟିରୁ ଅଧିକା ଦାନ ସୂତ୍ରରେ ଏହି ହୁଣ୍ଡିରୁ ମିଳିଥାଏ । ତେବେ ଆନ୍ଧ୍ର ଛତିଶଗଡ଼ ଓ ଓଡ଼ିଶାର ବହୁ ଭକ୍ତ ମାଙ୍କ ଆଶ୍ରୀବାଦ ପାଇ ମନସ୍କାମନା ପୁରଣ ପରେ ସୁନା ଓ ଟଙ୍କା ଦାନ କରିଥାନ୍ତି । ଏହି ଅର୍ଥକୁ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ , ମନ୍ଦିରର ପୂଜା ରିତିନିତୀ , ମନ୍ଦିର ଉନ୍ନୟନ ତଥା କର୍ମଚାରିଙ୍କ ଦରମା ବାବଦରେ ଖର୍ଚ୍ଚ ହେଉଥିବା ଜଣାଯାଇଛି । ଟଙ୍କା ଗଣତି ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଶସସ୍ତ୍ର ପୁଲିସ ମୁତୟନ କରାଯିବା ସହ ସିସିଟିଭିରେ କଡ଼ା ନଜର ରଖାଯାଇଥିଲା । Conclusion:ମଝିଘରିଆଣି ମନ୍ଦିରରୁ ଖୋଲିଲା ଦାନ ହୁଣ୍ଡି , ବାହାରିଲା ଲକ୍ଷ ଲକ୍ଷ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.