ETV Bharat / state

ଦ୍ବିତୀୟ ଗରୀବ ଜିଲ୍ଲା ରାୟଗଡା: ବଦଳୁନି ଦାରିଦ୍ର୍ୟତାର ଚିତ୍ର, ଆଜି ବି ବିକାଶ ଅପହଞ୍ଚ - ନୀତି ଆୟୋଗ ରିପୋର୍ଟ

ଖଣି ଓ କାରଖାନାରେ ସମୃଦ୍ଧ ରାୟଗଡା ଜିଲ୍ଲା । ଏଠି ଦାରିଦ୍ର୍ୟ ଦୂରୀକରଣ ପାଇଁ ମାଳମାଳ ଯୋଜନା ରହିଛି । ଅର୍ନ୍ତଦୋୟ ଅନ୍ନ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକଙ୍କୁ ଚାଉଳ ମିଳୁଛି । ତଥାପି ମେଣ୍ଟି ପାରୁନି ପେଟର ଭୋକ । ତମାମ ଯୋଜନା ସତ୍ତ୍ବେ ରାୟଗଡ଼ା ରାଜ୍ୟରେ ଦ୍ବିତୀୟ ଗରୀବ ଜିଲ୍ଲା ହୋଇଥିବା ନୀତି ଆୟୋଗ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଦ୍ବିତୀୟ ଗରୀବ ଜିଲ୍ଲା ରାୟଗଡା
ଦ୍ବିତୀୟ ଗରୀବ ଜିଲ୍ଲା ରାୟଗଡା
author img

By ETV Bharat Odisha Team

Published : Aug 24, 2023, 4:01 PM IST

Updated : Aug 25, 2023, 9:24 AM IST

ଦ୍ବିତୀୟ ଗରୀବ ଜିଲ୍ଲା ରାୟଗଡା

ରାୟଗଡା: ରାଜ୍ୟର ଦ୍ବିତୀୟ ଗରୀବ ଜିଲ୍ଲା ରାୟଗଡା । ନିକଟରେ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ରାୟଗଡ଼ା ଜିଲ୍ଲା ଖଣି ଓ କାରଖାନା ସମ୍ପୃଦ୍ଧ ହୋଇଥିବା ବେଳେ ଏଠାରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଯୋଜନାର ଅଭାବ ନାହିଁ । ତଥାପି କାହିଁକି ଏହି ଜିଲ୍ଲା ଦାରିଦ୍ର୍ୟ ରାକ୍ଷାସ କବଳରୁ ମୁକୁଳି ପାରୁନି ସେନେଇ ପ୍ରଶ୍ନ ଉଠିଛି । କଳ କାରଖାନା ଓ ସରକାରୀ ଯୋଜନା ସତ୍ତ୍ବେ ରାୟଗଡ଼ା ଜିଲ୍ଲାରେ ଦାଦନ ସମସ୍ୟା ଉଦବେଗଜନକ ରହିଛି । ବେକାରୀ ସମସ୍ୟା ଦୂର ହେଉନି । ସରକାରଙ୍କ ଯୋଜାନରେ ପେଟର ଭୋକ ମେଣ୍ଟୁନି । ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ ପ୍ରତିଟି କ୍ଷେତ୍ରରେ ଗରୀବ ଆଦିବାସୀ ଅବହେଳିତ ହେଉଛନ୍ତି । ଅନେକ ସମୟରେ ଜିଲ୍ଲାରୁ ଆସୁଥିବା ଜନନୀ ଯନ୍ତ୍ରଣାର ଦାରୁଣ ଚିତ୍ର ଜନମାନସକୁ ଆନ୍ଦୋଳିତ କରୁଛି । ତେଣୁ ସରକାର ଦାରିଦ୍ର୍ୟ ହଟାଇବା ପରିବର୍ତ୍ତେ ମାଳମାଳ ପୋଷ୍ଟର ବ୍ୟାନର ଲଗାଇ ପ୍ରଗତିର ଭ୍ରମ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହେଉଛି ।

ନିକଟରେ ନୀତି ଆୟୋଗ ଜାରି କରିଥିବା 'ଜାତୀୟ ବହୁମୁଖୀ ଦାରିଦ୍ର‌୍ୟ ସୂଚୀ, ଏକ ଅଗ୍ରଗତି ସମୀକ୍ଷା ୨୦୨୩ ରିପୋର୍ଟ' ଅନୁସାରେ ରାଜ୍ୟରେ ଗରୀବ ଜିଲ୍ଲା ତାଲିକାରେ ପ୍ରଥମେ ମାଲକାନଗିରି ଥିବାବେଳେ ଦ୍ବିତୀୟରେ ରାୟଗଡ଼ା ଏହା ପଛକୁ କୋରାପୁଟ ଓ ନବରଙ୍ଗପୁର ରହିଛି । ରାୟଗଡ଼ା ଜିଲ୍ଲାରେ ଦାରିଦ୍ର୍ୟ ହାର ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ ପ୍ରତିଶତ ଅଛି । ନୀତି ଆୟୋଗଙ୍କ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ଦାରିଦ୍ର‌୍ୟ ଦୂରୀକରଣ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି, "ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସରକାରୀ ଅର୍ଥର ବ୍ୟାପକ ହରିଲୁଟ୍ ଓ ବାଟମାରଣା ଯୋଗୁଁ ଲୋକଙ୍କ ନିକଟରେ ବିକାଶରେ ବାଧକ ସାଜିଛି । କେବଳ ଭୁବନେଶ୍ବର, ପୁରୀ, କଟକରେ ବିକାଶ ହେଉଛି । ଅବିଭକ୍ତ କୋରାପୁଟ ଜିଲ୍ଲା ହେଉକି କେବିକି ଅଞ୍ଚଳରେ ବିକାଶ ପହଞ୍ଚି ପାରୁନି । ଏଠାରେ ରୋଜଗାର ନାହିଁ, ଲୋକମାନେ ସୁବିଧା ପାଇପାରୁନାହାନ୍ତି । ବଡ ବଡ ପ୍ରକଳ୍ପରେ ଲୋକେ ଲାଭବାନ ହେଉନାହାନ୍ତି । ଲୋକଙ୍କ ଜୀବନ ଜୀବନଧାରଣ ମାନ ଉନ୍ନତି ପାଇଁ ସରକାର ପ୍ରୟାସ କରିବା ଉଚିତ ।"

ଗତ ମାର୍ଚ୍ଚ ମାସ ସୁଦ୍ଧା ରାଜଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ୩୮ଲକ୍ଷ ୭୨ହଜାର ୨୮୭ଟି ଶ୍ରମ ଦିବସ ଅନୁମୋଦିତ ହୋଇଥିଲା । ୨୦୧୮ ମେ ମାସ ସୁଦ୍ଧା ୩୯ଲକ୍ଷ ୮୭ହଜାର ୦୨୨ଶ୍ରମ ଦିବସ ଜରିଆରେ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି ବାବଦକୁ ଜିଲ୍ଲାରେ ଶ୍ରମିକଙ୍କୁ ୧୦୪୦୦.୧୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭର ୨ ମାସରେ ୪ଲକ୍ଷ ୨୧ହଜାର ୪୦ଟି ଶ୍ରମଦିବସ ସୃଷ୍ଟି କରି ୫୭.୨୫ ପ୍ରତିଶତ ସଫଳତା ପାଇଥିବା ପ୍ରଶାସନର ତଥ୍ୟରୁ ଜଣା ପଡ଼ିଛି ।

ସେହିଭଳି ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୨ ଲକ୍ଷ ୩୦୩୯ ପରିବାରଙ୍କୁ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଏକ ଟଙ୍କିଆ ଚାଉଳ ପ୍ରଦାନ କରାଯାଉଛି । ଅର୍ନ୍ତଦୋୟ ଅନ୍ନ ଯୋଜନାରେ ୪୪ ହଜାର ୮୧୫ ଜଣଙ୍କୁ ୩୫ କିଲୋ ଲେଖାଏଁ ଚାଉଳ ମିଳୁଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୫ ହଜାର ୪୦୧ ପରିବାରକୁ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ଦିଆଯାଉଛି । କେବଳ ଖାଦ୍ୟ ସୁରକ୍ଷାକୁ ନେଇ ଏତେ ଯୋଜନା ରହିଥିଲେ ସୁଦ୍ଧା ରାୟଗଡ଼ା ରାଜ୍ୟର ଦ୍ବିତୀୟ ଗରୀବ ଜିଲ୍ଲା ହୋଇଥିବା ନୀତି ଆୟୋଗ ରିପୋର୍ଟରେ ଖୁଲାସା ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଅପହଞ୍ଚ ଇଲାକାର ଆଶାର କିରଣ ସଞ୍ଜିତା, ନଦୀ ଗିରି ଲଙ୍ଘି ଯୋଗାଉଛନ୍ତି ସ୍ବାସ୍ଥ୍ୟସେବା

ଅପରପକ୍ଷରେ ଖଣି ଓ କାରଖାନା ସମୃଦ୍ଧ ଜିଲ୍ଲା ରୂପେ ରାୟଗଡା ପରିଗଣିତ । କଳ କାରଖାନା ପ୍ରତିଷ୍ଠା ବେଳେ ସରକାର ଓ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଠି ଦାଦନର ସୁଅ ଥମିବାର ନାଁ ଧରୁନାହିଁ କି ବେକାରୀ ସମସ୍ୟା ଦୂର ହେବାର କୌଣସି ସୁରାକ୍ ମିଳୁନି । ନିରୀହ ଆଦିବାସୀ ପୂର୍ବପୁରୁଷ ଦେଖାଇଥିବା ରାସ୍ତାରେ ବାଟ ଚାଲୁଥିବା ବେଳେ ଜଙ୍ଗଲରେ ଜନ୍ମ ହୋଇ ଜଙ୍ଗଲି ଜୀବନ ଜିଇଁ ସେଠାରେ ସେମାନଙ୍କର ଅନ୍ତ ଘଟୁଛି ।

ରାୟଗଡ ଜିଲ୍ଲା ଗଠନକୁ ୩୦ ପୁରି ୩୧ ବର୍ଷ ଚାଲୁଛି । ଗୋଟିଏ ଦଳ ହାତରେ ଗତ ୨୩ ବର୍ଷ ଧରି ଶାସନଭାର ରହି ଆସିଛି । ଏବେ ପାହାଡ ମୂଲକରୁ ଲୋକେ ପ୍ରଶ୍ନ କରୁଛନ୍ତି, ଏହା କ'ଣ ବିକାଶ ? ଦିନକୁ ଦିନ ଗରିବ, ଗରିବ ହୋଇ ଯାଉଛି ଆଉ ଧନି, ଧନି ହୋଇ ଯାଉଛନ୍ତି । ସରକାରୀ ଅର୍ଥ ହରିଲୁଟ୍‌, ବାଟମାରଣା ବନ୍ଦ ନହେବା ଯାଏଁ ବିକାଶ ହୋଇପାରିବ ନାହିଁ । ଜିଲ୍ଲାବାସୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ଦୀର୍ଘ ମିଆଦି ଯୋଜନାର ଆବଶ୍ୟକତା ରହିଛି । ଅଞ୍ଚଳରେ ଶିକ୍ଷା, କୃଷି, ରେଳ, ଶିଳ୍ପର ବିକାଶ ହୋଇପାରିଲେ ଆର୍ଥିକ ସ୍ବଚ୍ଛଳତା ଆସିପାରିବ । ଆଦିବାସୀଙ୍କ ରୋଜଗାରର ବାଟ ଫିଟିଲେ ହିଁ ଜିଲ୍ଲାରୁ ଗରିବ ହଟିବ । ଏ ସମ୍ପର୍କରେ ସଂସଦରେ ପ୍ରଶ୍ନ କରିବେ ବୋଲି କହିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା । ସରକାର ଏହି ଜିଲ୍ଲାରୁ ଗରିବୀ ହଟାଇବାକୁ କ'ଣ ସବୁ ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ ।

ଇଟିଭି ଭାରତ, ରାୟଗଡା

Last Updated : Aug 25, 2023, 9:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.