ETV Bharat / state

ରାୟଗଡା ଜିଲ୍ଲା ହସ୍ପିଟାଲକୁ ‘କାୟାକଳ୍ପ ପୁରସ୍କାର’ - କାୟାକଳ୍ପ ପୁରସ୍କାର

୨୦୧୮-୧୯ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ଜିତିଲା ରାୟଗଡା ଜିଲ୍ଲା ଚିକିତ୍ସାଳୟ । ଅଧିକ ପଢନ୍ତୁ...

ରାୟଗଡା ଜିଲ୍ଲା ହସ୍ପିଟାଲକୁ ‘କାୟାକଳ୍ପ ପୁରସ୍କାର’
author img

By

Published : Oct 16, 2019, 3:00 AM IST

ରାୟଗଡା: ବର୍ଷ ୨୦୧୮-୧୯ ପାଇଁ କାୟାକଳ୍ପ ପୁରସ୍କାର ଜିତିଲା ରାୟଗଡା ଜିଲ୍ଲା ଚିକିତ୍ସାଳୟ । ରାଜ୍ୟର 30ଟି ଜିଲ୍ଲା ମଧ୍ୟରୁ ଏହାକୁ କେନ୍ଦ୍ର ସରକାର ଗତ 11 ତାରିଖରେ ପୁରଷ୍କୃତ କରିଛନ୍ତି ।

ରାୟଗଡା ଜିଲ୍ଲା ହସ୍ପିଟାଲକୁ ‘କାୟାକଳ୍ପ ପୁରସ୍କାର’

ଉଭୟ କେନ୍ଦ୍ର ଓ ରାଜ୍ୟର 3ଟି ଟିମ୍ ସାରା ଦେଶରେ ଥିବା ଜିଲ୍ଲାସ୍ତରୀୟ ହସ୍ପିଟାଲକୁ 3ଟି ପର୍ଯ୍ୟାୟରେ ଆସି ସମୀକ୍ଷା କରିବା ପରେ ଏହି ପୁରସ୍କାର ପାଇଁ ସୁପାରିସ କରିଥାନ୍ତି । ପ୍ରଥମେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଟେକ୍ନିକାଲ ଟିମ ଆସି ହସ୍ପିଟାଲ ବୁଲିବା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଆଉ ଏକ ଟିମ ଆସି ବୁଲିଥାନ୍ତି । ଶେଷରେ ପୁଣି କେନ୍ଦ୍ରର ଏକ ଟିମ୍ ମେଡିକାଲରେ ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦେଇଥାଏ । ଏହାପରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଚୟନ କମିଟି ସମସ୍ତ ରିପୋର୍ଟ ଆଧାରରେ ମାର୍କିଂ କରିଥାଏ । 100 ମାର୍କରୁ ଯେଉଁ ମେଡ଼ିକାଲ ଅଧିକ ମାର୍କ ରଖେ ତାକୁ ସେହିବର୍ଷର କାୟାକଳ୍ପ ପୁରସ୍କାର ମିଳିବା ସହ 50 ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମିଳିଥାଏ । ସମସ୍ତ ରାଜ୍ୟର ଶ୍ରେଷ୍ଠ ମେଡିକାଲକୁ ଏହି ପୁରସ୍କାର ମିଳିଥାଏ ।

ତେବେ ଏହି ଟଙ୍କାର କିଛି ଅଶଂ ସମ୍ପୃକ୍ତ ଡ଼ାକ୍ତରଖାନାର କର୍ମଚାରିଙ୍କୁ ବୋନସ ଆକାରରେ ଦିଆଯିବା ସହ ବାକି ଅର୍ଥକୁ ଡାକ୍ତରଖାନାର ଉନ୍ନୟନ ଦିଗରେ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି ।
ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟ ଚଳିତ ବର୍ଷ 92 ପ୍ରତିଶତ ମାର୍କ ରଖି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ପୁରସ୍କାର ପାଇବା ପରେ କର୍ମଚାରୀ ମହଲରେ ଖୁସିର ଲହରି ଖେଳି ଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡ଼ା ଜିଲ୍ଲା ହସପିଟାଲକୁ ‘କାୟାକଳ୍ପ ପୁରସ୍କାର’Body:ବର୍ଷ ୨୦୧୮-୧୯ ପାଇଁ କାୟାକଳ୍ପ ପୁରସ୍କାର ଜିତିଲା ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟ । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ଏହାକୁ କେନ୍ଦ୍ର ସରକାର ଗତ ୧୧ ତାରିଖରେ ପୁରସ୍କୃତ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟର 3ଟି ଟିମ୍ ସାରା ଦେଶରେ ଥିବା ଜିଲ୍ଲାସ୍ତରୀୟ ହସ୍ପିଟାଲକୁ 3ଟି ପର୍ଯ୍ୟାୟରେ ଆସି ସମିକ୍ଷା କରିବା ପରେ ଏହି ପୁରସ୍କାର ପାଇଁ ସୁପାରିସ କରିଥାନ୍ତି । ପ୍ରଥମେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଟେକ୍ନିକାଲ ଟିମ ଆସି ହସ୍ପିଟାଲ ବୁଲିବା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଆଉ ଏକ ଟିମ ଆସି ବୁଲିଥାନ୍ତି । ଶେଷରେ ପୁଣି କେନ୍ଦ୍ରର ଏକ ଟିମ ମେଡିକାଲରେ ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦେଇଥାଏ । ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଚୟନ କମିଟି ସମସ୍ତ ରିପୋର୍ଟ ଆଧାରରେ ମାର୍କିଂ କରିଥାଏ । ୧୦୦ ମାର୍କରୁ ଯେଉଁ ମେଡ଼ିକାଲ ଅଧିକ ମାର୍କ ରଖେ ତାକୁ ସେହିବର୍ଷର କାୟାକଳ୍ପ ପୁରସ୍କାର ମିଳିବା ସହ ୫୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମିଳିଥାଏ। ସମସ୍ତ ରାଜ୍ୟର ଶ୍ରେଷ୍ଠ ମେଡିକାଲକୁ ଏହି ପୁରସ୍କାର ମିଳିଥାଏ ।Conclusion:ତେବେ ଏହି ଟଙ୍କାର କିଛି ଅଶଂ ସମ୍ପୃକ୍ତ ଡ଼ାକ୍ତରଖାନାର କର୍ମଚାରିଙ୍କୁ ବୋନସ ଆକାରରେ ଦିଆଯିବା ସହ ବାକି ଅର୍ଥକୁ ଡ଼ାକ୍ତର ଖାନାର ଉନ୍ନୟନ ଦିଗରେ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି । ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟ ଚଳିତ ବର୍ଷ ୯୨ ପ୍ରତିଶତ ମାର୍କ ରଖି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ପୁରସ୍କାର ପାଇବା ପରେ କର୍ମଚାରୀ ମହଲରେ ଖୁସିର ଲହରି ଖେଳି ଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.