ରାୟଗଡ଼ା: ରାୟଗଡ଼ା ମାଟିର ସନ୍ତାନ ଏ. ନେହା ପଟ୍ଟନାୟକ ଏବେ ପାଲଟିଛନ୍ତି ପ୍ରଶଂସାରେ ପ୍ରିୟ ପାତ୍ର । ରାୟଗଡ ସଦର ମହକୁମାର ହାଉସିଙ୍ଗ ବୋର୍ଡ କଲୋନୀର ବାସିନ୍ଦା ଏ. ଆନନ୍ଦ ପଟ୍ଟନାୟକଙ୍କ ଝିଅ ନେହା, ଆଗ୍ରାର ଏୟାରଫୋର୍ସ ଷ୍ଟେସନରେ ଗତ ଦୁଇ ଓ ତିନି ତାରିଖରେ ଆୟୋଜିତ ତୃତୀୟ ଜାତୀୟ କ୍ରସବୋ ସୁଟିଂ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ହାସଲ କରି ରାୟଗଡା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ବର୍ତ୍ତମାନ ନେହା ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜିଆଇଇଟି ୟୁନିଭରସିଟିରେ ବିଏସସି, ଏଗ୍ରିକଲଚରରେ ଅଧ୍ୟୟନ କରୁଛନ୍ତି ।
ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ଭାରତ ସୁଟିଂ ଏକାଡେମିର ପ୍ରଶିକ୍ଷକ ରେଡି ଗଣେଶଙ୍କ ଠାରୁ କ୍ରସବୋ ସୁଟିଂରେ ତାଲିମ ନେଇଛନ୍ତି । ଆଜି(ଗୁରୁବାର) ନେହା ରାୟଗଡା ପହଞ୍ଚିବା ପରେ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।
ନେହାଙ୍କର ଏହି ସଫଳତାରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଆଗାମୀ ଦିନରେ ଆସନ୍ତା ପ୍ରି-ଅଲମ୍ପିକରେ ଦେଶ ପାଇଁ ପ୍ରିତିନିଧିତ୍ବ କରିବା ପାଇଁ ଆଶା ରଖିଥିବା ପ୍ରକାଶ କରିଛନ୍ତି ନେହା ।
ଇଟିଭି ଭାରତ, ରାୟଗଡ଼ା