ETV Bharat / state

ଲାଞ୍ଚ ମାଗୁଛନ୍ତି ରାୟଗଡ଼ା ଅବକାରୀ ଅଧୀକ୍ଷକ ! ଭିଡିଓ ଭାଇରାଲ - ରାୟଗଡ଼ା ଅବକାରୀ ଅଧିକ୍ଷକଙ୍କ ଦୁର୍ନୀତି

ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ! ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଭିଡିଓରେ ଜଣେ ମଦ ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଅବକାରୀ ଅଧିକ୍ଷକ ଲାଞ୍ଚ ମାଗୁଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

ଲାଞ୍ଚ ମାଗୁଛନ୍ତି ରାୟଗଡ଼ା ଅବକାରୀ ଅଧକ୍ଷକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

author img

By

Published : Aug 16, 2021, 10:55 PM IST

Updated : Aug 17, 2021, 2:26 PM IST

ରାୟଗଡ଼ା: ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ । ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଭିଡିଓରେ ଜଣେ ମଦ ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଅବକାରୀ ଅଧିକ୍ଷକ ଲାଞ୍ଚ ମାଗୁଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଅବାକାରୀ ଅଧିକ୍ଷକଙ୍କ ପାଉଣା କମି ଯାଉଥିବା ନେଇ ସେ ଭିଡିଓରେ ଅଭିଯୋଗ ମଧ୍ୟ କରିଛନ୍ତି ।

ଲାଞ୍ଚ ମାଗୁଛନ୍ତି ରାୟଗଡ଼ା ଅବକାରୀ ଅଧକ୍ଷକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଏଥିପାଇଁ ଗଞ୍ଜାମ ଜିଲ୍ଲାର ପାତ୍ରପୁର ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ କିଭଳି ସେ ପିସି ଆଦାୟ କରୁଥିଲେ ତାହାର ଉଦାହରଣ ମଧ୍ୟ ଦେଇଛନ୍ତି । ସେହି ଅଞ୍ଚଳରେ ଗୋଟିଏ ଦୋକାନ ପିଛା 15 ହଜାର ଟଙ୍କା ନେଉଥିଲେ ଅବକାରୀ ବାବୁ । ଯେଉଁ ଅଧିକାରୀ ମଦ ବ୍ୟବସାୟୀଙ୍କୁ ହଇରାଣ କରୁଥିଲେ ସେମାନଙ୍କୁ ପୂର୍ବରୁ ଖୁସି କରାଯାଉଥିଲା । ରାୟଗଡା ଅବକାରୀ ଅଧିକ୍ଷକ ପ୍ରଶନ୍ନ କୁମାର ନାୟକଙ୍କ ଏପରି ଅନେକ କଥା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଅବକାରୀ ଅଧିକ୍ଷକ ଜଣେ କନେଷ୍ଟବଳଙ୍କୁ ଢାଲ କରି ସମଗ୍ର ଜିଲ୍ଲାରେ ମଦ ବ୍ୟବସାୟୀଙ୍କ ଠାରୁ କିପରି ଟଙ୍କା ଆଦାୟ କରାଯାଇପାରିବ ଏହି ଭାଇରାଲ୍ ଭିଡିଓରୁ ପ୍ରମାଣିତ ହୋଇଯାଇଛି । ଭାଇରାଲ୍ ହେଉଥିବା ଭିଡିଓଟି ଗତ ଏପ୍ରିଲ ମାସର ବୋଲି ଜଣା ପଡ଼ିଛି । ଗତ ଦୁଇଦିନ ତଳେ ହୋଇଥିବା ଲାଞ୍ଚ ଟଙ୍କା କାରବାର ଏହି ଭିଡିଓଟି ଭାଇରାଲ କରିଛନ୍ତି ଜଣେ ମଦ ବ୍ୟବସାୟୀ । ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳ ଅବକାରୀ ବିଭାଗକୁ ଘେରିଛନ୍ତି ।

ଖାଲି ସେତିକ ନୁହେଁ ରାୟଗଡା ଜିଲ୍ଲାରେ ନୂତନ ମଦ ଦୋକାନ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗତ ଏପ୍ରିଲ୍ 8 ତାରିଖ ଦିନ ଲଟେରୀ ମାଧ୍ୟମରେ ଲାଇସେନ୍ସ୍ ପ୍ରଦାନ କରାଯାଇଥିଲା । ତେବେ ଲଟେରୀ ଉଠାଣର ଠିକ୍ 5 ରୁ 6 ଦିନ ପରେ ଅବକାରୀ ଅଧିକ୍ଷକ ପ୍ରଶନ୍ନ କୁମାର ନାୟକ କନେଷ୍ଟବଳ ବା ତାଙ୍କ ଖାସ୍ କର୍ମଚାରୀ କୁହାଯାଉଥିବା ସୁଶାନ୍ତ ପାତ୍ରଙ୍କୁ ନେଇ ଗୁଣପୁର ଗସ୍ତ କରିଥିଲେ । ଜିଲ୍ଲାରେ 31ଟି ଦୋକାନ ଖୋଲିବା ପାଇଁ ଅନୁମତି ମିଳିବା ପରେ ଦୋକାନୀ ମାଲିକଙ୍କଠାରୁ ମଧ୍ୟ ଏହି ଦୁଇ କରିତକର୍ମା ଲକ୍ଷାଧିକ ଟଙ୍କା ଚାନ୍ଦା ଆକାରରେ ଆଦାୟ କରିଥିବା ଅଭିଯୋଗ ହୋଇଛି ।

ସେହିପରି ଜିଲ୍ଲାରେ କେଉଁ ସ୍ଥାନ ପାଇଁ କାହାକୁ ମହୁଲ କ୍ରୟ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ସେନେଇ ମଧ୍ୟସ୍ତିଙ୍କ ଜରିଆରେ ଅଧିକ୍ଷକ ଟଙ୍କା ଆଦାୟ କରୁଥିଲେ ବୋଲି ମଧ୍ୟ ଗୁରୁତର ଅଭିଯୋଗ ହୋଇଛି । ସେପଟେ ଏହି ଘଟଣାକୁ ନେଇ କ୍ୟାମେରା ସାମ୍ନାକୁ ଆସିବାରେ ପଛ ଘୁଞ୍ଚା ଦେଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ପ୍ରଶନ୍ନ କୁମାର ନାୟକ । ତେବେ ଫୋନରେ ଯୋଗାଯୋଗ କରିବାରୁ ଭାଇରାଲ ହେଉଥିବା ଭିଡିଓ ଭିତ୍ତିହୀନ ବୋଲି କହିଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Aug 17, 2021, 2:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.