ETV Bharat / state

ଆଭ୍ୟନ୍ତରୀଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରାୟଗଡା ଜିଲ୍ଲା ଦେଶରେ ତୃତୀୟ - ଆଭ୍ୟନ୍ତରୀଣ ଭିତ୍ତିଭୂମୀ ବିକାଶ ରାୟଗଡା

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଗାଁ ଗାଁକୁ ଯୋଡ଼ାଯାଇ ପାରିଛି । ଆଉ ପଞ୍ଚାୟତ ସ୍ତରରେ ଜନସେବା କେନ୍ଦ୍ର ମାନ ପ୍ରତିଷ୍ଠା କରି ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଛି । ଫଳରେ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳର ଲୋକେ ବେଶ୍ ଉପକୃତ ହୋଇପାରିଛନ୍ତି ବୋଲି ନିତୀ ଆୟୋଗ ରିପୋର୍ଟ ପ୍ରକାଶ କରିଛି । ଅଧିକ ପଢନ୍ତୁ...

ଆଭ୍ୟନ୍ତରୀଣ ଭିତ୍ତିଭୂମୀ ବିକାଶ କ୍ଷେତ୍ରରେ ରାୟଗଡା ଜିଲ୍ଲା ଦେଶରେ ତୃତୀୟ

author img

By

Published : Mar 12, 2021, 10:42 PM IST

ରାୟଗଡା : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଗାଁ ଗାଁକୁ ଯୋଡ଼ାଯାଇ ପାରିଛି । ଆଉ ପଞ୍ଚାୟତ ସ୍ତରରେ ଜନସେବା କେନ୍ଦ୍ର ମାନ ପ୍ରତିଷ୍ଠା କରି ଇଣ୍ଟରନେଟ୍ ସେବା ପ୍ରଦାନ କରାଯାଇଛି । ଫଳରେ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳର ଲୋକେ ବେଶ୍ ଉପକୃତ ହୋଇପାରିଛନ୍ତି ବୋଲି ନିତି ଆୟୋଗ ରିପୋର୍ଟ ପ୍ରକାଶ କରିଛି । ଦେଶର ସର୍ବଶ୍ରେଷ୍ଟ 112 ଟି ଜିଲ୍ଲା ମଧ୍ୟରୁ ରାୟଗଡା ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପୋଡଶୀ ଗଜପତି ଜିଲ୍ଲା ପ୍ରଥମ ଓ କୋରାପୁଟ ଜିଲ୍ଲା ଦ୍ବିତୀୟ ସ୍ଥାନ ଅଧିକାର କରିଛି ।

ଆଭ୍ୟନ୍ତରୀଣ ଭିତ୍ତିଭୂମୀ ବିକାଶ କ୍ଷେତ୍ରରେ ରାୟଗଡା ଜିଲ୍ଲା ଦେଶରେ ତୃତୀୟ

ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ଗାଁ ଗାଁରେ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନାରେ ପୋଲ ନିର୍ମାଣ ଓ ସାଧାରଣ ଜନସେବା କେନ୍ଦ୍ର ନିର୍ମାଣ କରି ଜିଲ୍ଲା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି । ଗତ ଡିସେମ୍ବର ମାସରୁ ଜାନୁଆରୀ ମାସ ମଧ୍ୟରେ ଦେଶରେ ନିତୀ ଆୟୋଗ ପକ୍ଷରୁ ଡେଲଟା ରେଙ୍କିଙ୍ଗ୍ ହୋଇଥିବା ବେଳେ ଆଜି ରିପୋର୍ଟ ପ୍ରକାଶ ପାଇଛି । ତେବେ ସମସ୍ତ ତଥ୍ୟ ଅନଲାଇନ୍ ମାଧ୍ୟମରେ ନିତୀ ଆୟୋଗ ନିକଟରେ ପହଞ୍ଚୁଥିବାରୁ ସେସବୁର ତାଲିକା ପ୍ରସ୍ତୁତ କରାଯାଇ ରେଙ୍କିଙ୍ଗ୍ ପ୍ରଦାନ କରାଯାଇଛି ।

ତେବେ ପ୍ରତି ମାସରେ 5ଟି ବିଭିନ୍ନ ବିଭାଗରେ ରାଙ୍କିଙ୍ଗ୍ ଦିଆଯାଇଥିବା ବେଳେ ଚଳିତ ଡିସେମ୍ବର ମାସରୁ ଜାନୁଆରୀ ମାସ ମଧ୍ୟରେ ଜିଲ୍ଲାର ଅନ୍ତରୀଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରାୟଗଡା ଜିଲ୍ଲାକୁ ତୃତୀୟ ସ୍ଥାନ ମିଳିଛି । ତେବେ ଦେଶର 112ଟି ଜିଲ୍ଲା ମଧ୍ୟରୁ ଓଡିଶାର 10ଟି ଜିଲ୍ଲା ରହିଛି । ତେବେ ରାୟଗଡା ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ଉଦ୍ୟମ ଫଳରେ ଜିଲ୍ଲା ଦେଶରେ ତୃତୀୟ ସ୍ଥାନ ଅଧିକାର କରିପାରିଛି ବୋଲି ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଏନ୍.ଗୁଣ ଶେଖର ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.