ETV Bharat / state

ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ବ ଗ୍ରହଣ - ଜିଲ୍ଲା ପରିଷଦ ଅଧ୍ୟକ୍ଷ

ରାୟଗଡା ଜିଲ୍ଲା ପରିଷଦର ଉପନିର୍ବାଚନରେ ବିଜୟୀ ହୋଇଥିବା ଗଙ୍ଗାଧର ପୁଆଲା ବିଧିବଦ୍ଧ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଶୁକ୍ରବାର ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ବ ଗ୍ରହଣ

author img

By

Published : Mar 7, 2020, 4:28 AM IST

ରାୟଗଡା: ଜିଲ୍ଲା ପରିଷଦର ଉପନିର୍ବାଚନରେ ବିଜୟୀ ହୋଇଥିବା ଗଙ୍ଗାଧର ପୁଆଲା ବିଧିବଦ୍ଧ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଶୁକ୍ରବାର ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ଗ୍ରହଣ ସମାରୋହରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ପଛୁଆବର୍ଗ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ବିଜେଡ଼ି ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କମିଟିର ଉପଦେଷ୍ଟା ସୁଧୀର ଦାସ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ବ ଗ୍ରହଣ

ଉପସ୍ଥିତ ଅତିଥି ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଷଷ୍ଠତମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପେ ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ ସେ ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ଦଳ ମତ ନିର୍ବିଶେଷରେ ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କାମ କରିବେ ବୋଲି କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.