ରାୟଗଡା: ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଏହାସହ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗଦେଇଥିଲେ । ଏହି ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ସ୍ଥାୟୀକୋଠା ନିର୍ମାଣ, ଶିକ୍ଷାଦାନ ପଦ୍ଧତି ସହ ବିଦ୍ୟାଳୟ ଖୋଲିବା ପରେ କିପରି ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଆସିବେ ।
ଶ୍ରେଣୀ ଗୃହରେ ଶିକ୍ଷାଦାନ କିପରି ହେବ ସେ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଗୁଣପୁର ଉପଜିଲ୍ଲାପାଳ ଜେ ସୋନାଲ, ମେଡିକାଲ ପରିଚାଳକ ରମେଶ ସାହୁ, ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଗୋରାଚାନ୍ଦ ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ