ETV Bharat / state

ସପ୍ତାହକୁ 3 ଦିନ ବନ୍ଦ ରହିବ ମା’ ମଝିଘରିଆଣି ମନ୍ଦିର - rayagada district news

କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଚିରେ ରଖି ସପ୍ତାହରେ ୩ ଦିନ ମା ମଝିଘରିଆଣି ମନ୍ଦିର ବନ୍ଦ ରଖିବାକୁ ରାୟଗଡା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଅଧିକ ପଢନ୍ତୁ...

କୋଭିଡ କଟକଣା ପାଇଁ ସପ୍ତାହରେ 3 ଦିନ ବନ୍ଦ ରହିବ ମା‘ ମଝିଘରିଆଣି ମନ୍ଦିର
କୋଭିଡ କଟକଣା ପାଇଁ ସପ୍ତାହରେ 3 ଦିନ ବନ୍ଦ ରହିବ ମା‘ ମଝିଘରିଆଣି ମନ୍ଦିରକୋଭିଡ କଟକଣା ପାଇଁ ସପ୍ତାହରେ 3 ଦିନ ବନ୍ଦ ରହିବ ମା‘ ମଝିଘରିଆଣି ମନ୍ଦିର
author img

By

Published : Apr 11, 2021, 8:21 PM IST

ରାୟଗଡା: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଚିରେ ରଖି ସପ୍ତାହରେ ୩ ଦିନ ମା ମଝିଘରିଆଣି ମନ୍ଦିର ବନ୍ଦ ରଖିବାକୁ ରାୟଗଡା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ରବିବାର, ମଙ୍ଗଳବାର, ବୁଧବାର ମନ୍ଦିରରେ ମାନସିକଧାରୀଙ୍କ ପ୍ରବଳ ଭିଡ ହେଉଥିବାରୁ ଏହି 3 ଦିନ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। କେବଳ ପୂଜକ ମନ୍ଦିରଯାଇ ମାଙ୍କ ରିତନୀତି କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

ସପ୍ତାହରେ 3 ଦିନ ବନ୍ଦ ରହିବ ମା ମଝିଘରିଆଣି ମନ୍ଦିର

ଏଥି ସହିତ ମାଙ୍କ ଚୈତ୍ର ଯାତ୍ରା ସମୟରେ ମଧ୍ୟ ଏପ୍ରିଲ ୨୩ ରୁ ୨୭ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ସମ୍ପୁର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ଦିନ ଗୁଡ଼ିକରେ ଦର୍ଶନ ବନ୍ଦ ରହିବ। ଦୈନିକ ସଂକ୍ରମଣ ବୃଦ୍ଧି ପରେ ସରକାର ପଡ଼ୋଶୀ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ରାୟଗଡା ଜିଲ୍ଲା ପଡୋଶୀ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାରୁ ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରହିଛି । ପଶ୍ଚିମାଞ୍ଚଳ ଜିଲ୍ଲା ଭଳି ରାୟଗଡ଼ାରେ ପୁଣି ସଂକ୍ରମଣ ଯେପରି ନ ବଢ଼େ ସେଥିପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ।

ମା ମଝିଘରିଆଣି ମନ୍ଦିର ପରିଦର୍ଶନରେ ଯାଇ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମା ଶଙ୍କର ବେହେରା, ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସ୍ଥିତି ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଆନ୍ଧ୍ରରେ କରୋନା ସଂକ୍ରମଣ ଉଦବେଗ ଜନକ ସ୍ଥିତି ଆଡକୁ ଗତି କରୁଛି । ତେବେ ଆନ୍ଧ୍ରରୁ ମଧ୍ୟ ସହଶ୍ରାଧିକ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରିବାକୁ ଆସୁଥିବାରୁ କୋଭିଡ ସଂକ୍ରମଣ ବଢିପାରେ ବୋଲି ଆଶଙ୍କା ଦେଖା ଦେଇଛି । ତେଣୁ ଉକ୍ତ ଦିନ ମାନଙ୍କରେ ମନ୍ଦିର ବନ୍ଦ ରଖିବା ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । କେବଳ କୋଭିଡ ଗାଇଡଲାଇନ ଅନୁପାଳନ ପୂର୍ବକ ମନ୍ଦିର ଭିତରେ ରିତନୀତି ବଜାୟ ରଖିବାକୁ ପୂଜକଙ୍କୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଏହି ସବୁ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡିକାଙ୍କୁ ମଧ୍ୟ ଜିଲ୍ଲପ୍ରଶାସନ ନିର୍ଦ୍ଦେଶ ଦେଇଛି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.