ETV Bharat / state

ଅଲମ୍ପିକ ପାଇଁ ମନ ବଳାଇଲେ ରାୟଗଡାର ସୁନାଝିଅ ନେହା - gold medalist a neha news

ସର୍ବଭାରତୀୟ ସ୍ତରରେ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଏ.ନେହା ପଟ୍ଟନାୟକ ଆଗାମୀ ଦିନରେ ଦିଲ୍ଲୀ ଯାଇ ପ୍ରି-ଅଲମ୍ପିକରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ପାଇଁ ଆଶା ରଖିଛନ୍ତି । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରାୟଗଡା ସମ୍ବାଦଦାତା ।

ଅଲମ୍ପିକ ପାଇଁ ମନ ବଳାଇଲେ ନେହା
ଅଲମ୍ପିକ ପାଇଁ ମନ ବଳାଇଲେ ନେହା
author img

By

Published : Jul 9, 2022, 10:44 AM IST

ରାୟଗଡା: ସର୍ବଭାରତୀୟ ସ୍ତରରେ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଏ.ନେହା ପଟ୍ଟନାୟକଙ୍କୁ ଏବେ ସାରା ରାଜ୍ୟରୁ ଶୁଭେଛାର ସୁଅ ଛୁଟୁଛି । ରାୟଗଡ ସଦର ମହକୁମାର ହାଉସିଙ୍ଗ ବୋର୍ଡ କଲୋନୀର ବାସିନ୍ଦା ଏ.ଆନନ୍ଦ ପଟ୍ଟନାୟକଙ୍କ ଝିଅ ହେଲେ ନେହା । ସେ ଚଳିତ ମାସ ଆଗ୍ରାର ଏୟାର ଫୋର୍ସ ଷ୍ଟେସନରେ ଅନୁଷ୍ଠିତ ତୃତୀୟ ଜାତୀୟ ତୀରନ୍ଦାଜ ପ୍ରାତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ରାୟଗଡା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଅଲମ୍ପିକ ପାଇଁ ମନ ବଳାଇଲେ ନେହା

ନେହା ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜିଆଇଇଟି ୟୁନିଭରସିଟିରେ ବିଏସସି, ଏଗ୍ରିକଲଚରରେ ଅଧ୍ୟୟନ କରୁଛନ୍ତି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ଭାରତ ସୁଟିଙ୍ଗ ଏକାଡେମିରରେ ସେ ତୀରନ୍ଦାଜରେ ପ୍ରଶିକ୍ଷଣ ନେଉଥିବା ବେଳେ ଆଗାମୀ ଦିନରେ ଦିଲ୍ଲୀ ଯାଇ ପ୍ରି ଅଲମ୍ପିକରେ ଦେଶ ପାଇଁ ପ୍ରିତିନିଧିତ୍ୱ କରିବା ପାଇଁ ଆଶା ରହିଥିବା ଇଟିଭିକୁ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି ନେହା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.