ETV Bharat / state

ଡଙ୍ଗରିଆ କନ୍ଧଙ୍କ ‘କପଡାଗୁନ୍ଦା ’ ଶାଲ ଓ ଲାଞ୍ଜିଆ ସୌରାଙ୍କ 'ଇଡିତାଲ୍'କୁ ଜିଆଇ ଟ୍ୟାଗ

Dangaria Shawl And Lanjia Saura Mural Painting Idital:ରାଜ୍ୟର 7 ଟି ସ୍ବତନ୍ତ୍ର ଉତ୍ପାଦ ସାମଗ୍ରୀ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ ପାଇବା ପାଇଁ ସକ୍ଷମ ହୋଇଛି । ଡଙ୍ଗରିଆ କନ୍ଧଙ୍କ ଦ୍ବାରା ପ୍ରସ୍ତୁତ ଏମ୍ବ୍ରୋଡରୀ ଶାଲ୍ ‘କପଡାଗୁନ୍ଦା ’ ଓ ଲାଞ୍ଜିଆ ସୌରାଙ୍କ ଚିତ୍ରକଳା 'ଇଡିତାଲ୍' କୁ ମିଳିଛି ଜିଆଇ ଟ୍ୟାଗ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jan 5, 2024, 11:00 PM IST

ଜିଆଇ ଟ୍ୟାଗ
ଜିଆଇ ଟ୍ୟାଗ
ଜିଆଇ ଟ୍ୟାଗ

ରାୟଗଡା : ଓଡିଶାର ପୁରୁଣା ଉତ୍ପାଦ ଓ ହସ୍ତକଳାକୁ ମିଳିଛି ମାନ୍ଯତା । ରାଜ୍ୟର 7 ଟି ସ୍ବତନ୍ତ୍ର ଉତ୍ପାଦ ସାମଗ୍ରୀ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ ପାଇବା ପାଇଁ ସକ୍ଷମ ହୋଇଛି । ଏହି କ୍ରମରେ ରାୟଗଡା ଜିଲ୍ଳାର ଡଙ୍ଗରିଆ କନ୍ଧଙ୍କ ଦ୍ବାରା ପ୍ରସ୍ତୁତ ଏମ୍ବ୍ରୋଡରୀ ଶାଲ୍ ‘କପଡାଗୁନ୍ଦା ’ ଓ ଲାଞ୍ଜିଆ ସୌରାଙ୍କ ଚିତ୍ରକଳା 'ଇଡିତାଲ୍' କୁ ମିଳିଛି ଜିଆଇ ଟ୍ୟାଗ । ଯାହାକୁ ନେଇ ଉଭୟ ଜମଜାତିର ଲୋକଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଛି ।

ରାୟଗଡା ଜିଲ୍ଳାର ପୂର୍ବଘାଟ ପର୍ବତମାଳା ନିୟମଗିରି ପାହାଡର ପାଦ ଦେଶରେ ରହୁଥିବା ଡଙ୍ଗରିଆ କନ୍ଧ ଆଦିମ ଜନଜାତିର ମହିଳାମାନେ ନିଜ ହାତରେ ବୁଣୁଥିବା ଆର୍କଷଣୀୟ ଏମ୍ବ୍ରୋଡରୀ ଶାଲ୍ ‘କପଡାଗୁନ୍ଦା ’କୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି । ନିୟମଗିରି ଡଙ୍ଗରିଆ କନ୍ଧ ୱେଭେର୍ସ ଆସୋସିଏସନ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ବିଭାଗ ସ୍ବତନ୍ତ୍ର ସଚିବ ତଥା ନିର୍ଦ୍ଦେଶକଙ୍କ ଦ୍ବାରା ‘କପଡାଗୁନ୍ଦା ’କୁ ଜିଆଇ ଟ୍ୟାଗ ମିଳିବା ନିମନ୍ତେ ଆବେଦନ କରିଥିଲେ । ତେବେ ଡଙ୍ଗରିଆଙ୍କ କପଡାଗୁନ୍ଦାକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଥିବା ବେଳେ ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଇଡିତାଲ୍କୁ ମଧ୍ୟ ଭାରତ ସରକାର ଜିଆଇ ଟ୍ୟାଗର ମାନ୍ୟତା ଦେଇଛନ୍ତି ।

ତେବେ ଜିଲ୍ଲାର ଗୁଣପୁର ଉପଖଣ୍ଡରେ ରହୁଥିବା ପୁଟାସିଂ ଅଞ୍ଚଳର ଲାଞ୍ଜିଆ ସୌରାଙ୍କ ଦ୍ୱାରା କାନ୍ଥ ଗୁଡିକରେ ଅଙ୍କା ଯାଉଥିବା ସୁନ୍ଦର ସୁନ୍ଦର ଚିତ୍ର ଯାହାକୁ ସୌରା ଭାଷାରେ ‘ଇଡିତାଲ’ ବା କାନ୍ଥ ଚିତ୍ର କୁହାଯାଏ । ସେହି ଚିତ୍ରକଳାକୁ ମଧ୍ୟ ଜିଆଇ ଟ୍ୟାଗ ମିଳିବା ପାଇଁ ଇଡଲ ଇଡିତାଲ ଆସୋସିଏସନ ମଧ୍ୟ ସମାନ ଭାବରେ ଜିଆଇ ଟ୍ୟାଗ ପାଇଁ ଆବେଦନ କରିଥିଲା । ୨୦୨୦-୨୧ ମସିହାରେ ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା ’ ଶାଲ୍ ଜିଆଇ ଟ୍ୟାଗ ମାନ୍ୟତା ପାଇବା ନିମନ୍ତେ ଆବେଦନ କରାଯାଇଥିବା ବେଳେ ୨୦୨୧-୨୨ ମସିହାରେ ଲାଞ୍ଜିଆ ସଉରାଙ୍କ ‘ଇଡିତାଲ’ ଚିତ୍ର ନିମନ୍ତେ ଆବେଦନ କରାଯାଇଥିଲା । ଗତ କିଛି ଦିନ ତଳେ ଜିଆଇ ଟ୍ୟାଗ ମାନ୍ୟତା ନେଇ କେନ୍ଦ୍ର ସରକାରଙ୍କ ଜିଆଇ ଟ୍ୟାଗ ଜୋର୍ନାଲରେ ମାଧ୍ୟମରେ ‘କପଡାଗୁନ୍ଦା’ ଏବଂ ‘ଇଡିତାଲ’ ଚିତ୍ରକୁ ଅଭିଯୋଗ ପାତ୍ର ଦାଖଲ ପାଇଁ ବିଜ୍ଞାପନ ପ୍ରକାଶିତ କରିଥିଲେ ।

ହା ମଧ୍ୟ ପଢ଼ନ୍ତୁ.....ରିଞ୍ଜିତାଲରେ 'ଇଡିତାଲ ଚିତ୍ରକଳା' ପ୍ରଦର୍ଶନୀ, ଜିଆଇ ମାନ୍ୟତାକୁ ଅପେକ୍ଷା

ସେପଟେ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ‘କପଡାଗୁନ୍ଦା ’ ଶାଲର ବେସ ଚାହିଦା ରହିଥିବା ବେଳେ ଇଡିତାଲ ଚିତ୍ର ମଧ୍ୟ ବିଶ୍ବସ୍ତରରେ ପ୍ରସିଦ୍ଧ ଲାଭ କରିବାରେ ସକ୍ଷମ ହୋଇପାରିଛି । ତେବେ ଉଭୟ ଲାଞ୍ଜିଆ ସଉରା ଏବଂ ଡ଼ଙ୍ଗରିଆ କାନ୍ଧ ଭଳି ଆଦିମ ଜନଜାତି ଜିଆଇ ଟ୍ୟାଗ ପାଇଁ ଦୀର୍ଘବର୍ଷ ଧରି ଦାବି କରି ଆସୁଥିଲା । ରାୟଗଡା ଜିଲ୍ଳାର ଏହି ଦୁଇଟି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିବା ଖବର ପ୍ରସାରିତ ହେବା ପରେ ଜିଲ୍ଳାରେ ଖୁସିର ଲହରି ଖେଳିଯାଇଛି । ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ କହିଛନ୍ତି, "କପଡାଗନ୍ଦା ଓ ଇଡିତାଲକୁ ଜିଆଇ ଟ୍ୟାଗ ମିଳିବା ପରେ ଏହାର ପ୍ରଚାର, ପ୍ରସାର ସହ ବଜାରିକରଣ ନିମନ୍ତେ ରାୟଗଡା ଜିଲ୍ଳା ପ୍ରଶାସନ ତରପରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଏହାଦ୍ବାରା ଆଦିମ ଜନଜାତିଙ୍କ ଆର୍ଥିକ ଅଭିବୃଦ୍ଧିରେ ଏହି ଜିଆଇ ଟେଗ ସହାୟକ ହେବ ।" କପଡାଗୁନ୍ଦାକୁ ଜିଆଇ ଟ୍ୟାଗର ମାନ୍ୟତା ପାଇବା ପାଇଁ ଡଙ୍ଗରିଆ କନ୍ଧ ଦୀର୍ଘ ବର୍ଷ ହେବ ସଂଘର୍ଷ ଜାରି ରଖିଥିଲେ । ରାଜ୍ୟ ସରକାର ମଧ୍ୟ ‘କପଡାଗୁନ୍ଦା ‘ ଏବଂ ଇଡିତାଲକୁ ଭଗୈାଳିକ ସୂଚକ (ଜିଆଇ)ଙ୍କ ଟ୍ୟାଗ ଦେବାକୁ କେନ୍ଦ୍ର ନିକଟରେ ଦାବି କରି ଆସୁଥିବା ଯୋଗୁଁ ଏହାକୁ ନେଇ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି । ଏହା ଦ୍ବାରା ଏହି ଅଞ୍ଚଳର ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ସାରକା କହିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.