ETV Bharat / state

ମମିତା ହତ୍ୟା ଘଟଣା: ରାୟଗଡା କଂଗ୍ରେସ ଘେରିଲା SP ଅଫିସ - ମମିତା ମେହେର ହତ୍ୟା ଘଟଣା

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପ୍ରଥମେ ଅପହରଣ, ପୁଣି ଜୀବନ୍ତ ପୋଡ଼ି ପୋତିଦେବା ଘଟଣାର ପ୍ରତିବାଦ କରି ରାୟଗଡା ଜିଲ୍ଲା କଂଗ୍ରେସ ଏବଂ ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟ।ଳୟକୁ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟା ଘଟଣା: ଘେରିଲା ଏସପି ଅଫିସ ରାୟଗଡା କଂଗ୍ରେସ

author img

By

Published : Oct 21, 2021, 9:48 PM IST

ରାୟଗଡା: ଶିକ୍ଷୟିତ୍ରୀ ମମିତା ମେହେର ଘଟଣାରେ ଏସପି ଅଫିସ ଘେରାଉ କରିଛି କଂଗ୍ରେସ । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପ୍ରଥମେ ଅପହରଣ, ପୁଣି ଜୀବନ୍ତ ପୋଡ଼ି ପୋତିଦେବା ଘଟଣାର ପ୍ରତିବାଦ କରି ରାୟଗଡା ଜିଲ୍ଲା କଂଗ୍ରେସ ଏବଂ ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲା ଏସପିଙ୍କ କାର୍ଯ୍ୟ।ଳୟକୁ ଘେରାଉ କରାଯାଇଛି । ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ କମିଟି ।

ମମିତା ମେହେର ହତ୍ୟା ଘଟଣା: ଘେରିଲା ଏସପି ଅଫିସ ରାୟଗଡା କଂଗ୍ରେସ

ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୂର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଏସପି ଅଫିସ ସମୁଖରେ ବିକ୍ଷଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ସିଧା ସଳଖ ମନ୍ତ୍ରୀଙ୍କ ସମ୍ପୃକ୍ତି ରାହିଥିବାରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମିଶାଇ ରାଜ୍ୟ ସରକାରଙ୍କ 9 ଜଣ ମନ୍ତ୍ରୀ ବିଭିନ୍ନ ଅପରାଧିକ ମାମଲାରେ ରହିଥିବା ବେଳେ ନବୀନ ସରକାର ଘଣ୍ଟ ଘୋଡାଇ ରଖିଥିବା କଂଗ୍ରେସ ଅଭିଯୋଗ କରିଛି ।

ମମିତା ମେହେର ଘଟଣାରେ ମଧ୍ୟ ସରକାରଙ୍କ ପ୍ରମାଣ ହଟେଇ ଘଟଣା ଚାପେଇବାର ପୁରୁଣା ଫର୍ମୁଲା ଧରିଛନ୍ତି । ଏଣୁ ରାଜ୍ୟ କଂଗ୍ରେସ ନିର୍ଦେଶ କ୍ରମେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଦୁର୍ଗ। କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.