ETV Bharat / state

ରତ୍ନପଥର ଚୋରାଚାଲାଣରେ ବିଜେଡ଼ି ଲିଙ୍କ ଦାବି କଲା କଂଗ୍ରେସ - ରାୟଗଡାରେ ରତ୍ନପଥର ଚୋରାଚାଲାଣ

ରାୟଗଡା ଜିଲ୍ଲାରୁ ବିପୁଳ ପରିମାଣରେ ରତ୍ନ ପଥର କ୍ରାଇମବ୍ରାଞ୍ଚ ଟିମ ଜବତ କରିଛି । ତେବେ ଏହି ଘଟଣାରେ ବିଜେଡ଼ିର ଲିଙ୍କ ରହିଛି ବୋଲି କଂଗ୍ରେସ ଦାବି କରିଛି । ଅଧିକ ପଢନ୍ତୁ...

Rayagada congress claims BJP link in gem stone smuggling
ରତ୍ନପଥର ଚୋରାଚାଲାଣରେ ବିଜେଡ଼ି ଲିଙ୍କ ଦାବି କଲା କଂଗ୍ରେସ
author img

By

Published : Dec 8, 2020, 2:56 PM IST

Updated : Dec 8, 2020, 3:20 PM IST

ରାୟଗଡା: ମୂଲ୍ୟବାନ ପଥର ଚୋରା ଚାଲାଣ ମାମଲାରେ ବିଜେଡ଼ି ଲିଙ୍କ ରହିଥିବା କଂଗ୍ରେସ କହିଛି । ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀ ଏବଂ ସ୍ଥାନୀୟ ଜଗନ୍ନାଥ ସାରକାଙ୍କ ସହିତ ରତ୍ନପଥର ବ୍ୟବସାୟୀଙ୍କ ସମ୍ପର୍କ ନେଇ କ୍ରାଇମବ୍ରାଞ୍ଚ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି ହୋଇଛି ।

ରତ୍ନପଥର ଚୋରାଚାଲାଣରେ ବିଜେଡ଼ି ଲିଙ୍କ ଦାବି କଲା କଂଗ୍ରେସ

ମୂଲ୍ୟବାନ ରତ୍ନପଥର ଚୋରାଚାଲାଣ ମାମଲା ବର୍ତ୍ତମାନ ରାଜନୈତିକ ମୋଡ଼ ନେଇଛି । ସୋମବାର କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଜଣେ ରତ୍ନ ପଥର ବ୍ୟବସାୟୀ ଧରା ପଡିଛନ୍ତି । ବିପୁଳ ପରିମାଣରେ ମୂଲ୍ୟବାନ ରତ୍ନ ପଥର ଜବତ ସହ ଏହି ମାମଲାରେ ଅଭିଯୁକ୍ତ ଜିତେନ୍ଦ୍ର କୁମାର ବେହେରାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଜିତେନ୍ଦ୍ର ଗିରଫ ହେବା ପରଠାରୁ ଜିଲ୍ଲାରେ ରାଜନୀତି ଜୋର ଧରିଛି ।

ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ସ୍ଥାନୀୟ ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କ ସହିତ ତାଙ୍କ ଫଟୋ ଘୁରି ବୁଲୁଥିବାବେଳେ ବିଜେଡ଼ିର ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ,ପୂର୍ବତନ ସାଂସଦ ଝିନ ହିକକା, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ସମେତ ବହୁ ଶାସକ ଦଳର ନେତା ମନ୍ତ୍ରୀଙ୍କ ସହିତ ଉଠାଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ଏହି ଘଟଣା ପରେ ମଙ୍ଗଳବାର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଇସ୍ତଫା ଦାବି କରିଛନ୍ତି । ଅଭିଯୁକ୍ତ ଜିତେନ୍ଦ୍ରଙ୍କ ସହ ଅନ୍ୟ ମନ୍ତ୍ରୀଙ୍କ ସମ୍ପୃକ୍ତି ସଂପର୍କରେ ଖୋଳତାଡ କରିବା ପାଇଁ ସେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ।

ସୂଚନାଥାଉ କି ଗତକାଲି ରାୟଗଡା ସହରସ୍ଥିତ ଜଗନ୍ନାଥ କଂପ୍ଲେକ୍ସର ଏକ ଘରୁ ଚୋରା ରତ୍ନ ପଥର ଗଚ୍ଛିତ ଥିବା ନେଇ କ୍ରାଇମବ୍ରାଞ୍ଚ ଏସଟିଏଫର ୫ ଜଣିଆ ଟିମ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଚଢାଉ ସମୟରେ ଅଭିଯୁକ୍ତ ଜିତେନ୍ଦ୍ରଙ୍କ କାରରୁ ୨ଟି ଅଖା ବସ୍ତାରେ ୧୫୫ କିଲୋ ମୂଲ୍ୟବାନ ରତ୍ନପଥର ଉଦ୍ଧାର ହୋଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି କ୍ରାଇମବ୍ରାଞ୍ଚ ଟିମ୍‌ ଆକଳନ କରିଛି । ଏହି ଘଟଣାରେ ଜିତେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ସହିତ ମାରାଥନ ଜେରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Dec 8, 2020, 3:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.