ETV Bharat / state

ମାଓବାଦୀଙ୍କ ସହିଦ ସପ୍ତାହ ପାଳନବେଳେ ଜିଲ୍ଲାପାଳଙ୍କ ମଟରସାଇକେଲରେ ମାଓଗଡ ଗସ୍ତ

author img

By

Published : Aug 2, 2022, 10:46 AM IST

ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ମଟରସାଇକେଲରେ କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ପାରସାଲୀ ପଞ୍ଚାୟତ ଆନ୍ତର୍ଗତ ଲାଖପଦର ଗାଁକୁ ଗସ୍ତ କରିଛନ୍ତି । ଏହାକୁ ନେଇ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଜିଲ୍ଲା ପ୍ରଶାସନ ଏସଓପିକୁ ଅଣଦେଖା କରିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

Rayagada Collector visits maoist area by breaking protocols
ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ବେଳେ ଜିଲ୍ଲାରେ ବାଇକ୍‌ରେ ବୁଲିଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା: ମଟରସାଇକେଲରେ ମାଓଗଡ ଗସ୍ତ କଲେ ଜିଲ୍ଲାପାଳ ସ୍ବଧାଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା । ମାଓବାଦୀଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଏଭଳି ଗସ୍ତକୁ ନେଇ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ତେବେ ଜିଲ୍ଲା ପ୍ରଶାସନ ଏସଓପିକୁ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

ମାଓପ୍ରବଣ ଅଞ୍ଚଳ ବୁଲି ମାଣ୍ଡିଆ ପିଇଲେ ଜିଲ୍ଲାପାଳ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ପାରସାଲୀ ପଞ୍ଚାୟତ ଆନ୍ତର୍ଗତ ଲାଖପଦର ଗାଁକୁ ଗସ୍ତ କରିଛନ୍ତି ଜିଲ୍ଲାପାଳ ସ୍ବଧାଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା । ଏହି ଗାଁ ସବୁବେଳେ ଖଣି ଖନନ ବିରୋଧକୁ ନେଇ ବେସ ଚର୍ଚ୍ଚାରେ ରହିଆସୁଛି । ଏହାର ସୁଯୋଗ ନେଇ ମାଓବାଦୀମାନେ ନିଜ ଆଶ୍ରୟସ୍ଥଳୀ ଭାବେ ଏହି ଅଞ୍ଚଳକୁ ବ୍ୟବହାର କରୁଛନ୍ତି । ଯଦିଓ ବିଗତ ଦୁଇ ବର୍ଷ ମଧ୍ୟରେ ଏମାନେ ଏହି ଅଞ୍ଚଳରେ ସେଭଳି କିଛି ଅଘଟଣ ଘଟାଇନାହାନ୍ତି, ତଥାପି ଜିଲ୍ଲା ପୁଲିସର ମାଓବାଦୀ ଆଢୁସିତ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି ଲାଖପଦର ।

ଆଜି ମଧ୍ୟ ଏହି ଅଞ୍ଚଳକୁ ଚାରି ଚକିଆ ଯାନ ଯିବା ଭଳି ରାସ୍ତାଟିଏ ନାହିଁ । ତେବେ ସ୍ଵାଧିନତାର ୭୫ ବର୍ଷ ପରେ ମଧ୍ୟ ଏଠି ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ଆଖି ଦୃଷ୍ଟିଆ ଉନ୍ନତି ହୋଇନଥିବା ବେଳେ ଗାଁର ସ୍ଥିତି ପରଖିବା ସହ ସିଧାସଳଖ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଲାଖପଦର ଗାଁରେ ବାଇକ ଯୋଗେ ପହଞ୍ଚିଥିଲେ ଜିଲ୍ଲାପାଳ ସ୍ବଧାଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା । ସେଠାରେ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ଶିକ୍କା ଲଦ, ଯୁବ ସଭାପତି ସମ୍ବା କୁଲସିକା ଓ ଡ୍ରିଞ୍ଜ ଶିକ୍କାଙ୍କ ସହିତ ଆଲୋଚନା କରିବା ସହ ଡ଼ଙ୍ଗରିଆ କନ୍ଧଙ୍କ ଦ୍ଵାରା ପ୍ରସ୍ତୁତ ମାଣ୍ଡିଆ ଜାଉ ବି ଖାଇଥିଲେ । ଏହି ଗସ୍ତ ସମୟରେ ସେଠାରେ ବସବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନଙ୍କ ଜୀବନ ଯାପନ ଶୈଳୀ ଓ ସମସ୍ୟାକୁ ନେଇ ଡ଼ଙ୍ଗରିଆଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି ।

ହେଲେ ସବୁଠାରୁ ବଡ କଥା ୨୦୧୧ ମସିହାରେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଆର. ଭିନିଲକ୍ରୀଷ୍ଣା ମାଲକାନଗିରିର ମାଓପ୍ରବଣ ବିଚ୍ଛିନ୍ନାଞ୍ଚଳରେ ଉନ୍ନୟନ କାମର ସମୀକ୍ଷା ସାରି ଫେରିବା ବାଟରେ ତାଙ୍କୁ ଏବଂ ତାଙ୍କ ସହ ଯାଇଥିବା ଦୁଇ ଯନ୍ତ୍ରୀଙ୍କୁ ଅପହରଣ କରି ନେଇ ଦାବି ହାସଲ ପାଇଁ ମୁଣ୍ଡ ଜାମିନ ରଖିଥିଲେ ମାଓବାଦୀ । ସେହି ସମୟରେ ରାଜ୍ୟ ତଥା କେନ୍ଦ୍ର ସରକାର ଭିଆଇପି, ଭିଭିଆଇପି ତଥା ଜିଲ୍ଲାପାଳଙ୍କ ପାଇଁ ନକ୍ସଲ ପ୍ରଭାବିତ ଜିଲ୍ଲା ଗସ୍ତ କିମ୍ବା ଜିଲ୍ଲା ଭିତରେ ନକ୍ସଲ ପ୍ରବଣ ଅଞ୍ଚଳ ଗସ୍ତ ସମୟରେ କେତେଗୁଡିଏ ଏସଓପି ପ୍ରଣୟନ କରିଛନ୍ତି । ଯାହାକୁ କଡାକଡି ମାନିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଜିଲ୍ଲାପାଳଙ୍କ ଏଭଳି ମାଓପ୍ରବଣ ଅଞ୍ଚଳ ଗସ୍ତ ସତେ ଯେପରି ଜିଲ୍ଲା ପ୍ରଶାସନ ସରକାରଙ୍କ ଏସଓପି ଭୁଲିଗଲା ଭଳି ମନେହେଉଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.