ETV Bharat / state

ବ୍ଲକ ବୁଲିଲେ ରାୟଗଡା ଜିଲ୍ଲାପାଳ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା - collector review various devlpoment work

ରାୟଗଡା ଜିଲ୍ଲା ସଦର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଅଧିକ ପଢନ୍ତୁ...

ବ୍ଲକ ବୁଲିରେ ରାୟଗଡା ଜିଲ୍ଲାପାଳ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Feb 27, 2021, 10:25 PM IST

ରାୟଗଡା: ଜିଲ୍ଲା ସଦର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର । କୁଲି ଗ୍ରାମପଞ୍ଚାୟତ ଗସ୍ତ କରି ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମନ୍ତ୍ରଝୋଲା ପୋଖରୀ ପୁନଃରୁଦ୍ଧାର, କେନାଲ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି । ଏହାସହ ନିର୍ମାଣଧୀନ ମିଶନ ଶକ୍ତି ଗୃହ ଓ ମାର୍କେଟ କଂପ୍ଲେକ୍ସ ଗୃହ ଅନୁଧ୍ୟାନ କରି ତାହା ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ଲକ ବୁଲିରେ ରାୟଗଡା ଜିଲ୍ଲାପାଳ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସେହିପରି ଜିଲ୍ଲାପାଳ କୁଲି ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ଉପସ୍ଥିତ ଥିବା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା କରିବା ସହ ନିଷ୍ଠାର ସହ ପାଠ ପଢିବା ପାଇଁ ଉତ୍ସାହିତ କରିଛନ୍ତି । କୁଲି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ସେଠାରେ ଶିକ୍ଷାଦାନ, ସ୍ୱାସ୍ଥ୍ୟକର ଖାଦ୍ୟ ଦେବା ଓ ପୋଷାକ ସଫାସୁତୁରା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି । ଗ୍ରାମୀଣ ଲାଇବ୍ରେରୀ ନିମନ୍ତେ ନିର୍ମାଣଧୀନ କୋଠାକୁ ତଦାରଖ କରିବା ସହ ଲାଇବ୍ରେରୀରେ ବିଭିନ୍ନ ପୁସ୍ତକ ମହଜୁଦ ରଖିବାକୁ ପରାମର୍ଶ ଦେବା ସହ ଆମ ଗାଁ ଆମ ବିକାଶ କଲ୍ୟାଣ ମଣ୍ଡପ ପରିଦର୍ଶନ ମଧ୍ଯ କରିଛନ୍ତି ।

ଏହାପରେ ଜିଲ୍ଲାପାଳ ସରୋଜ ମିଶ୍ର ଉତକାପାଡୁ ଗ୍ରାମ ଗସ୍ତ କରି ସେଠାରେ ବସୁଧା ଯୋଜନାରେ ପାଇପ ଜଳଯୋଗାଣ ପ୍ରକଳ୍ପ ବୁଲି ଦେଖିଛନ୍ତି । ବଳ ଆଳୁବାଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଆଗାମୀ ପରୀକ୍ଷା ପାଇଁ ସେମାନଙ୍କ ପ୍ରସ୍ତୁତି ସମ୍ବନ୍ଧରେ ପଚାରି ବୁଝିଛନ୍ତି । ସେଠାରେ ପରିଚାଳିତ ଡାକ ଘର ଅଫିସ, ମିଶନ ଶକ୍ତି ଗୃହ, ବୃହତ ପାଣି ଟାଙ୍କି ସହ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନରେ ମଧ୍ୟ ଯାଇଛନ୍ତି । ପିପଲଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲୀ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଯୁବକମାନଙ୍କ ସହ ଆଲୋଚନା କରି ଯୁବକମାନଙ୍କୁ ଦିନଦୟାଲ ଉପାଧ୍ୟାୟ କୌଶଳ ବିକାଶ ଯୋଜନାରେ ତାଲିମ ନେବାକୁ ପରାମର୍ଶ ଦେଇଛନ୍ତି । ଗ୍ରୀଷ୍ମ ଋତୁ ଆସୁଥିବାରୁ ଗ୍ରାମଗୁଡିକରେ ଯେପରି ପାନୀୟ ଜଳର ସମସ୍ୟା ନ ରହେ ସେଥିପ୍ରତି ଧ୍ୟାନ ଦେବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାର ରାଜେନ୍ଦ୍ର ମାଝୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.