ରାୟଗଡା: ଜିଲ୍ଲାପାଳ ସରୋଜ କୁମାର ମିଶ୍ର ବିଷମ କଟକ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି l ଦୁର୍ଗୀ ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ କିପରି ଭାବରେ ମୋ ସ୍କୁଲ ଯୋଜନାରେ ଉନ୍ନତ କରାଯାଇପାରିବ ସେ ବିଷୟରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ ଜିଲ୍ଲାପାଳ l

ବିଶେଷ କରି ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଶୌଚାଳୟ ତିଆରି କରିବା, ସ୍ମାର୍ଟ ଶ୍ରେଣୀ ଗୃହ ବ୍ୟବସ୍ଥା, ଇ-ଲାଇବ୍ରେରୀ ସ୍ଥାପନ, ଖେଳ ପଡିଆର ଉନ୍ନତିକରଣ କାର୍ଯ୍ୟ ତଦାରଖ କରିବା ଛାତ୍ର ଓ ଛାତ୍ରୀଙ୍କ ସହିତ ଆଲୋଚନା କରିବା ସହ ବିଦ୍ୟାଳୟରେ ବିଭନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । ଏହାପରେ ଜିଲ୍ଲାପାଳ ମିଶ୍ର ହଟାମୁନିଗୁଡାସ୍ଥିତ ରାମକୃଷ୍ଣ ଆଶ୍ରମର ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଯୋଗଦାନ କରି ଅଧ୍ୟକ୍ଷତା କରିଥିଲେ ।
ପରେ ହଟାମୁନିଗୁଡାସ୍ଥିତ ଅନୁସୂଚିତ ଜନଜାତି ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ସେଠାରେ ପଢୁଥିବା ଛାତ୍ରୀମାନଙ୍କ ସହ ଆଲୋଚନା କରି ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ