ETV Bharat / state

ଜିଲ୍ଲାପାଳ ହେବ ତ ଏମିତି, ତଳେ ବସି ବୁଝିଲେ ଲୋକଙ୍କ ସମସ୍ୟା - କାଦୁଅ ପଲିଥିନରେ ବସିଲେ ରାୟଗଡ଼ା ଜିଲ୍ଲାପାଳ

ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ । ଶୁକ୍ରବାର ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

ଜିଲ୍ଲାପାଳ ହେବ ତ ଏମିତି, ତଳେ ବସି ବୁଝିଲେ ଲୋକଙ୍କ ସମସ୍ୟା

author img

By

Published : Jul 22, 2022, 8:55 PM IST

ରାୟଗଡ଼ା: ତୃଣମୂଳସ୍ତରରେ ଲୋକଙ୍କ ସମସ୍ୟା ବୁଝୁଛନ୍ତି ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ । ଶୁକ୍ରବାର ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଲୋକେ ତାଙ୍କୁ ବାଃ ବାଃ ଦେବାରେ ଲାଗିଛନ୍ତି । କୋଲନାରା ବ୍ଳକ ଗସ୍ତ ବେଳେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସହ ଏକ ସନ୍ତସନ୍ତିଆ ପଲିଥିନ ଉପରେ ବସି ସ୍ବୟଂ ସହାୟିକା ସଦସ୍ୟଙ୍କ ସମସ୍ୟା ବୁଝିଥିଲେ ।

ଜିଲ୍ଲାପାଳ ହେବ ତ ଏମିତି, ତଳେ ବସି ବୁଝିଲେ ଲୋକଙ୍କ ସମସ୍ୟା

ଶୁକ୍ରବାର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ କୋଲନାରା ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏହାପରେ ଗୌଡ଼ଗୁଡାରେ ଜୀବିକା ମିଶନ ଜରିଆରେ ସ୍ଵୟଂ ସାହାୟିକା ଗୋଷ୍ଠୀ କରିଥିବା ପନିପରିବା ଚାରା ଉତ୍ପାଦନ କେନ୍ଦ୍ର ବୁଲି ଦେଖିଥିଲେ । ଏହି ସମୟରେ ସେ ସମସ୍ତ ସଦସ୍ୟାଙ୍କ ସହ ମାଟି କାଦୁଅ ଲାଗିଥିବା ପଲିଥିନ୍‌ ଉପରେ ବସି ପଡ଼ିଥିଲେ । ଜିଲ୍ଲାପାଳ ଅନ୍ୟ ସରକାରୀ ଅଧିକାରୀଙ୍କ ପାଇଁ ସ୍ବୟଂ ସହାୟିକା ସଦସ୍ୟମାନେ ଚୌକିର ବ୍ୟବସ୍ଥା କରିଥିଲେ ।

ତେବେ ସ୍ବୟଂ ଗୋଷ୍ଠୀ ସଦସ୍ୟା ପଲିଥିନ ଉପରେ ବସିଥିବା ଦେଖି ଜିଲ୍ଲାପାଳ ମଧ୍ୟ ବିନା ଦ୍ଵିଧାରେ ସେଥିରେ ବସି ପଡ଼ିଥିଲେ । ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବର୍ଷକର ଚାଷବାସ, ପାନୀୟ ଜଳ ଓ ଶୌଚାଳୟ ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମ ପଞ୍ଚାୟତରୁ ଲିଜ୍‌ରେ ନେଇଥିବା ପଖୋରୀକୁ ସଫା କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.