ETV Bharat / state

ଜେଏସ୍‌କୋ ମାଡ଼ିବସିଥିବା ୫୦୬ ଏକର ଜମିକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ - ରାୟଗଡ଼ା ଜିଲ୍ଲା ପ୍ରଶାସନ

ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଜମି ବିବାଦର ଘଟିଲା ଅବସାନ । ବେଆଇନ ଭାବେ ମାଡ଼ିବସିଥିବା ଜେଏସ୍‌କୋ (Jsco Pvt Ltd)ର ୫୦୬.୬୯ ଏକର ଜମିକୁ ନିଜ ଦଖଲକୁ ନେଲା ରାୟଗଡ଼ା ଜିଲ୍ଲା ପ୍ରଶାସନ । ଏଥିସହ ରାଜସ୍ବ ବିଭାଗର ଲ୍ୟାଣ୍ଡ ରେକର୍ଡ ମଧ୍ୟ ପରିବର୍ତ୍ତନ କରାଯାଇ ସମସ୍ତ ଜମି ରାୟଗଡ଼ା ତହସିଲ ରେକର୍ଡରେ ସ୍ଥାନ ପାଇଛି । ଅଧିକ ପଢ଼ନ୍ତୁ

ଜେଏସ୍‌କୋର ଜମିକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ

author img

By

Published : Jan 21, 2023, 4:38 PM IST

Updated : Jan 21, 2023, 4:52 PM IST

ଜେଏସ୍‌କୋର ଜମିକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା: ବେଆଇନ ଭାବେ ମାଡ଼ିବସିଥିବା ଜେଏସ୍‌କୋ (Jsco Pvt Ltd)ର ୫୦୬.୬୯ ଏକର ଜମିକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ । ବନ୍ଦ ପଡ଼ିଥିବା ଜେଏସ୍‌କୋ ଚିନି କାରଖାନା ଅଧିନରେ ରାୟଗଡ଼ା ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରହିଥିବା ୫୦୬.୬୯ ଏକର ସିଲିଂ ଜମି ନିଜ କବଜାକୁ ନେଇଛି ପ୍ରଶାସନ । ଏଥିସହ ରାଜସ୍ବ ବିଭାଗର ଲ୍ୟାଣ୍ଡ ରେକର୍ଡ ମଧ୍ୟ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ସମସ୍ତ ଜମି ରାୟଗଡ଼ା ତହସିଲ ରେକର୍ଡରେ ସ୍ଥାନ ପାଇଛି ।

ଦୀର୍ଘ ୪୮ ବର୍ଷ ହେବ ଏହି ଜମି ପାଇଁ ଦ୍ଵନ୍ଦ୍ବ ଲାଗିରହିଥିଲା । ୧୯୭୪ ମସିହାରେ ଚିନି କାରଖାନା (Jsco Sugar Factory) ନିର୍ମାଣ ପାଇଁ ୭୮୭ ଏକର ଜମି ଅଧିଗ୍ରହଣ କରାଯାଇଥିଲା । ହେଲେ ସେଥିରୁ ଅଳ୍ପ କିଛି ଜମି ବ୍ୟବହାର କରି ଜେଏସ୍‌କୋ କାରଖାନା ପ୍ରତିଷ୍ଠା କରିଥିଲା । ବଳକା ଜମିରେ କୌଣସି କାରଖାନା ନିର୍ମାଣ ନକରି ବ୍ୟବସାୟୀକ ଚାଷ କରାଯାଉଥିଲା । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଅବଗତ କରିବା ପରେ ମଧ୍ୟ ଜମି ଛାଡିନଥିଲା ଜେଏସ୍‌କୋ । ଏନେଇ ଉଭୟ ଜେଏସ୍‌କୋ ଏବଂ ଜିଲ୍ଲା ପ୍ରଶାସନ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୫୦୬.୬୯ ଏକର ଜମି ବର୍ତ୍ତମାନ ତହସିଲ ରେକର୍ଡ ଅନ୍ତର୍ଭୁକ୍ତ ହୋଇଛି ।

୧୯୩୬ ମସିହାରେ ଓଡ଼ିଶାର ସର୍ବପୁରାତନ ଜୟପୁର ସୁଗାର କମ୍ପାନୀ ରାୟଗଡ଼ା ଠାରେ ପ୍ରତିଷ୍ଠିତ ହୋଇଥିଲା । ଧିରେ ଧିରେ ବ୍ୟବସାୟ ବୃଦ୍ଧି ସହିତ ଜୟପୁର ସୁଗାର ଡିଷ୍ଟଲାରି (jeypore sugar distillery) ଏବଂ ଫେରୋ ମାଙ୍ଗାନିଜ ପ୍ଲାଣ୍ଟ (Ferromanganese Plant) ପ୍ରତିଷ୍ଠା ସାଙ୍ଗକୁ ସଂପ୍ରସାରଣ ହୋଇଥିଲା । କାରଖାନା ପ୍ରତିଷ୍ଠା ପରେ ତିନୋଟି କାରଖାନା ପାଇଁ ସରକାର ୮୭୮.୮୭ ଏକର ଜମି ଯୋଗାଇ ଦେଇଥିଲେ । କିନ୍ତୁ ସମୟ କ୍ରମେ ୧୯୯୩ରେ ବ୍ୟବସାୟିକ କ୍ଷତି ଦର୍ଶାଇ ତିନୋଟି ଯାକ କାରଖାନାରେ ତାଲା ପକାଇବା ସହ ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ଦେଇ ଛଟେଇ କରାଯାଇଥିଲା । ଓଡ଼ିଶାର ଏହି ସର୍ବପୁରାତନ ଚିନି କଳରେ ୨୫ ବର୍ଷ ଧରି ତାଲା ଝୁଲୁଥିବା ବେଳେ ବେଆଇନ ଭାବେ ସହରର କେନ୍ଦ୍ରସ୍ଥଳରେ ଥିବା ମୂଲ୍ୟବାନ ଜମି ମାଡିବସିଥିଲା ଜେଏସ୍‌କୋ । ଏନେଇ ବାରମ୍ବାର ସ୍ଥାନୀୟ କୋର୍ଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ତାଗଦ୍‌ ସତ୍ତ୍ବେ ପ୍ରଶାସନକୁ ନିୟମ ମୁତାବକ ୫୦୬.୬୯ ଏକର ଜମି ଫେରାଇବା ବଦଳରେ ବ୍ୟାଙ୍କରେ ବନ୍ଧା ପକାଇ ଶହ ଶହ କୋଟି ଟଙ୍କା ଲୁଟି ନେଇଥିଲା ଏହି କମ୍ପାନୀ ।

ଖାଲି ସେତିକି ନୁହେଁ ୧୯୯୩ରେ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଅଧା ଯନ୍ତ୍ରାଂଶ ଜରାଜୀର୍ଣ୍ଣ ହେବାବେଳେ ବାକି ଯନ୍ତ୍ରକୁ ମଧ୍ୟ କାରଖାନା କର୍ତ୍ତୃପକ୍ଷ ବିକ୍ରି କରିଦେଇଛନ୍ତି । ସେପଟେ କିନ୍ତୁ ଆଇନ ଆଖିରେ ଧୁଳି ମାରିବା ଭଳି ୨୦୧୫ ପର୍ଯ୍ୟନ୍ତ କାରଖାନାରୁ ବାଷ୍ପ ବାହାରୁଥିବା ପ୍ରମାଣପତ୍ର ଫ୍ୟାକ୍ଟ୍ରି ଏବଂ ବୟେଲର୍‌ସ ବିଭାଗ ଠାରୁ ନେଇ ଲାଇସେନ୍ସ ନବୀକରଣ କରିବାରେ ସକ୍ଷମ ହୋଇଥିଲା କମ୍ପାନୀ । ସେପଟେ ସ୍ଥାନୀୟ ତହସିଲଦାରଙ୍କ ରାୟକୁ କାୟମ ରଖି ୫୦୬.୬୯ ଏକର ଜମିକୁ ତୁରନ୍ତ ସରକାରୀ ଖାତାକୁ ଆଣିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଶନିବାର ଜିଲ୍ଲା ପ୍ରଶାସନ ବିଧିବଦ୍ଧ ଭାବେ ସମ୍ପୃକ୍ତ ଜମିକୁ ଜମିକୁ ନିଜ ଦଖଲକୁ ନେଇଛି । ତେବେ ଜମି ଅଭାବରୁ ଜିଲ୍ଲାରେ ବିକାଶ କାର୍ଯ୍ୟ ବ୍ୟାଘାତ ହେଉଥିବାରୁ ଏହା ଜିଲ୍ଲା ପାଇଁ ଏକ ଖୁସି ଖବର । ଆଜି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଭୀମସେନ ଶବର, ତହସିଲଦାର ତାପସ ରାଉତ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଜମି ମାପଚୁପ କରିଥିଲେ ।

ଇଟିଭି ଭାରତ, ରାୟଗଡ଼ା

Last Updated : Jan 21, 2023, 4:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.