ETV Bharat / state

ରାଜ୍ୟରେ ପ୍ରଥମ: ତଳିଆ ଅଞ୍ଚଳର ବରିଷ୍ଠଙ୍କୁ ରାୟଗଡା ପ୍ରଶାସନର ଟୀକାକରଣ - rayagada

ସଂକ୍ରମଣ କମିଛି ମାତ୍ର ଟଳିନି ବିପଦ । ମହାମାରୀ ସହ ମୁକାବିଲା କରିବା ପାଇଁ ଭାରତରେ ଆରମ୍ଭ ହୋଇଛି ଟୀକାକରଣ । ପ୍ରଥମ ଥର ପାଇଁ ରାୟଗଡା ଜିଲ୍ଲାରେ ସାହି ସାହି ବୁଲି ବଞ୍ଚିତ ବରିଷ୍ଠଙ୍କ ପାଇଁ ହେଉଛି ଟୀକାକରଣ । ଅଧିକ ପଢନ୍ତୁ...

ରାଜ୍ୟରେ ପ୍ରଥମ: ସହରତଳ ଅଞ୍ଚଳର ବରିଷ୍ଠଙ୍କୁ ରାୟଗଡା ପ୍ରଶାସନର ଟୀକାକରଣ

author img

By

Published : Mar 16, 2021, 2:04 PM IST

ରାୟଗଡା: ସଂକ୍ରମଣ କମିଛି ମାତ୍ର ଟଳିନି ବିପଦ । ମହାମାରୀ ସହ ମୁକାବିଲା କରିବା ପାଇଁ ଭାରତରେ ଆରମ୍ଭ ହୋଇଛି ଟୀକାକରଣ । ଏହି କ୍ରମରେ ବରିଷ୍ଠଙ୍କୁ ଦିଆଯାଉଛି ଟିକା ମାତ୍ର ସଚେତନତାର ଅଭାବ କାରଣରୁ ଗ୍ରାମାଞ୍ଚଳ ମାନଙ୍କରେ ଥିବା ବୃଦ୍ଧ-ବୃଦ୍ଧା ଟୀକାକରଣରୁ ବଞ୍ଚିତ ରହୁଛନ୍ତି । ରାଜ୍ୟର ବସ୍ତି ମାନଙ୍କରେ ଟୀକାକରଣ ସର୍ବନିମ୍ନ ହେଲେ ପ୍ରଥମ ଥର ପାଇଁ ରାୟଗଡା ଜିଲ୍ଲାରେ ଏଥିପ୍ରତି ଦୃଷ୍ଟି ଦିଆଯାଇ ଜିଲ୍ଲା ପ୍ରଶାସନ ଆପଣାଇଛନ୍ତି ନୂଆ ରଣନୀତି । ସାହି ସାହି ବୁଲି ବଞ୍ଚିତ ବରିଷ୍ଠଙ୍କ ପାଇଁ ହେଉଛି ଟୀକାକରଣ ।

ରାଜ୍ୟରେ ପ୍ରଥମ: ସହରତଳ ଅଞ୍ଚଳର ବରିଷ୍ଠଙ୍କୁ ରାୟଗଡା ପ୍ରଶାସନର ଟୀକାକରଣ

ମାର୍ଚ୍ଚ 31 ସୁଦ୍ଧା ଲକ୍ଷେରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣର ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ଏ କ୍ଷେତ୍ରରେ ସ୍ମାର୍ଟ ଫୋନ୍ କିମ୍ବା ଅଶିକ୍ଷିତ ଲୋକଙ୍କ ନିକଟରେ ଟୀକା ପହଞ୍ଚାଇବାକୁ ଚାଲିଛି ଯୋଜନା । ସୋମବାର ରାୟଗଡାର ଆମ୍ବାଗୁଡା ଓ ରାମଚନ୍ଦ୍ରପୁର ବସ୍ତିରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ଲୋକଙ୍କୁ ଟିକା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି । ଆମ୍ବାଗୁଡାରେ ୬୭ଜଣ ଏବଂ ରାମଚନ୍ଦ୍ରପୁର ବସ୍ତିର ୫୨ଜଣ ବୟସ୍କଙ୍କୁ ଟୀକା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ରାୟଗଡା ସହର ପାର୍ଶ୍ବ ସମସ୍ତ ବସ୍ତିବାସୀଙ୍କୁ ଟିକା ପ୍ରଦାନ କରାଯିବ । ସୋମବାର ସୁଦ୍ଧା ଜିଲ୍ଲାରେ ମୋଟ୍ 8662 ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ 45 ବର୍ଷରୁ 59 ବର୍ଷ ବୟସର ବ୍ୟକ୍ତି ଟୀକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଜଣା ପଡିଛି । ସରକାର ଏହି ବର୍ଗରେ ୧ ଲକ୍ଷ ୬ ହଜାର ୨୮୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ସୋମବାର ସୁଦ୍ଧା ଜିଲ୍ଲାରେ ମାତ୍ର ୩୧୧ ଜଣ ଟିକା ନେଇଛନ୍ତି, ଯାହା ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ ।

ପ୍ରକାଶଥାଉକି, ସ୍ବାସ୍ଥ୍ୟ ବିଭାଗର ୮୪୩୯ ଯୋଦ୍ଧାଙ୍କ ମଧ୍ୟରୁ ୭୦୩୮, ଆଗଧାଡ଼ିର ୭୪୭୩ ଯୋଦ୍ଧାଙ୍କ ମଧ୍ୟରୁ ୫୯୪୧ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ପ୍ରଥମ ଡୋଜ୍ ନେଇଥିବା ସ୍ବାସ୍ଥ୍ୟ ଓ ଆଗଧାଡ଼ିର ଯୋଦ୍ଧା ଦ୍ବିତୀୟ ଡୋଜ୍ ଟିକା ନେବା ପାଇଁ ମଧ୍ୟ ଅନିଚ୍ଛା ଥିବା ଜଣାପଡିଛି । ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ସ୍ବାସ୍ଥ୍ୟ ବିଭାଗର ୭୦୩୮ ବଦଳରେ ୫୧୪୮ (୭୩ ପ୍ରତିଶତ) ଏବଂ ଆଗଧାଡ଼ିର ୫୯୪୧ ଯୋଦ୍ଧାଙ୍କ ବଦଳରେ ୨୩୨୮ ଜଣ (୩୯ ପ୍ରତିଶତ) ଟିକା ନେଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ 5 ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଟୀକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି । ତେବେ ଗ୍ରାଉଣ୍ଡ ସ୍ତରରେ ସରକାରଙ୍କ ଟୀକାକରଣ ପଦକ୍ଷେପ ନିଶ୍ଚିତ ରୂପେ ପ୍ରଶଂସନୀୟ । ଯଦ୍ବାରା କୋଭିଡକୁ ନେଇ ପଛୁଆ ଅଞ୍ଚଳର ଲୋକେ ସଚେତନ ହୋଇପାରିବେ ଓ ସରକାର ନିଜ ଲକ୍ଷ୍ୟ ହାସଲ କରିପାରିବେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.