ETV Bharat / state

ମୌଳିକ ସୁବିଧା ପାଇଁ ଆଦିମ ଜନଜାତିଙ୍କ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ - A letter to Rayagada collector

ମୌଳିକ ସୁବିଧା ପାଇଁ ଆଦିମ ଜନଜାତି ଲାଞ୍ଜିଆ ସୌରା ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳର ନଅ ଟି ପଞ୍ଚାୟତର ଆଦିମ ଜନଜାତି ଲାଞ୍ଜିଆ ସୌରା ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 17 ଦଫା ଦାବି ନେଇ ଜିଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଅଧିକ ପଢନ୍ତୁ

Rayagada
Rayagada
author img

By

Published : Nov 23, 2021, 6:58 AM IST

ରାୟଗଡା: ମୌଳିକ ସୁବିଧା ପାଇଁ ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳର ନଅ ଟି ପଞ୍ଚାୟତର ଆଦିମ ଜନଜାତି ଲାଞ୍ଜିଆ ସୌରା ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 17 ଦଫା ଦାବି ନେଇ ଜିଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ସେମାନଙ୍କ ଅଭିଯୋଗ ହେଲା ରାଜ୍ୟ ସରକାର ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ,ପିଇବା ପାଣି,ବାର୍ଦ୍ଧକ୍ୟ ଭତା ବ୍ୟାଙ୍କ ଜରିଆରେ ପ୍ରଦାନ କରାଯାଉଥିବାରୁ ଭତ୍ତା ପାଇଁ ଗମନା ଗମନ ସୁବିଧା ନଥିବାରୁ ହିତାଧିକାରୀ ବଞ୍ଚିତ ଅଛନ୍ତି । ଏହାସହ ଯୋଗାଯୋଗ ପାଇଁ ନେଟୱାର୍କ ସୁବିଧା ନଥିବାରୁ ବିଭିନ୍ନ କାର୍ଯ୍ୟ ପାଇଁ ଗୁଣୁପୁର ଉପରେ ନିର୍ଭର କରୁଥିବା ଭଳି 17 ଦଫା ଦାବି ନେଇ ଆଜି ଦଳ ମତ ନିର୍ବିଶେଷରେ ପୁଟାସିଂ ଅଞ୍ଚଳ ଉନ୍ନୟନ କମିଟି ଗଠନ କରି ଦାବି ପତ୍ର ପ୍ରଦାନ କରିଛନ୍ତି।

ଯଦି ଆଗାମୀ ପଞ୍ଚାୟତ ନିର୍ବାଚନ ସୁଧା ସରକାର ଦାବି ନ ମାନନ୍ତି ତେବେ ନଅ ଗୋଟି ପଞ୍ଚାୟତ ବାସିନ୍ଦା ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଥିବା କମିଟିର ସଦସ୍ୟ ରଞ୍ଜିତ ପାଣି ପ୍ରକାଶ କରିଛନ୍ତି। ଏହି ଦାବି ପତ୍ର ପ୍ରଦାନ ଅତିରିକ୍ତ ଜିଲ୍ଲାପାଳ (୨) ଧର୍ମାନନ୍ଦ ବେହେରା ଗ୍ରହଣ କରିଥିବା ବେଳେ ଦାବି ପତ୍ର ପ୍ରଦାନ ସମୟରେ ପୁଟାସିଂ ଅଞ୍ଚଳ ଉନ୍ନୟନ କମିଟିର ସନ୍ତସି ଶବର,ଦମଦାର ଶବରଙ୍କ ସହିତ ୫୦ ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.