ETV Bharat / state

ରାୟଗଡ଼ାରେ ଭାରତ ବନ୍ଦର ପ୍ରଭାବ, ଟାୟାର ଜାଳି ରାସ୍ତା ଅବରୋଧ କଲେ ବିକ୍ଷୋଭକାରୀ - rashtriya adivasi ekta parishad calls bharat bandh

ରାୟଗଡ଼ାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ମଣିପୁର ହିଂସା ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଅଧିକ ପଢନ୍ତୁ

ରାୟଗଡ଼ାରେ ଭାରତ ବନ୍ଦର ପ୍ରଭାବ
ରାୟଗଡ଼ାରେ ଭାରତ ବନ୍ଦର ପ୍ରଭାବ
author img

By

Published : Aug 7, 2023, 10:58 PM IST

ରାୟଗଡ଼ାରେ ଭାରତ ବନ୍ଦର ପ୍ରଭାବ

ରାୟଗଡ଼ା: ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ଆଜି ରାୟଗଡା ସହରରେ ଦେଖିବାକୁ ମିଳିଥିଲା । ମଣିପୁର ରାଜ୍ୟରେ ଆଦିବାସୀ ମହିଳାମାନଙ୍କୁ ଗଣଦୁଷ୍କର୍ମ ସହିତ ନଗ୍ନ କରି ପରେଡ କରାଇବା ପ୍ରତିବାଦରେ ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏନେଇ ଆଜି ସ୍ଥାନୀୟ କପିଳାସ ଛକରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାୟଗଡାର ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସଦସ୍ୟମାନଙ୍କ ବିକ୍ଷୋଭ କାରଣରୁ ରାୟଗଡା ଦେଇ କୋରାପୁଟ ଏବଂ ଭୁବନେଶ୍ବରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ 326 ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ସେପଟେ ସହର ସାରା ବୁଲି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସଦସ୍ୟମାନେ ଦୋକାନ ବଜାର ବନ୍ଦ କରିବାକୁ ନିବେଦନ କରିଥିଲେ। ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ହୋଇନଥିଲେ ମଧ୍ୟ କିଛି କିଛି ଅଞ୍ଚଳରେ ଦୋକାନ ବନ୍ଦ ଥିବା ଦେଖିବାକୁ ମିଳିଥିଲା।

ବିଶେଷ କରି ରାୟଗଡାରୁ ଗୁଣପୁର , ପାରଳାଖେମୁଣ୍ଡି , ବ୍ରହ୍ମପୁର ଏବଂ ଭୁବନେଶ୍ବରକୁ ବସ୍ ଚଳାଚଳ ଦିନରେ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା । ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ 12 ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି । ଏନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସଦସ୍ୟମାନେ କପିଳାସ ଛକଠାରେ ରାସ୍ତା ଅବରୋଧ କରିଥିଲେ । କେବଳ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଏବଂ ସ୍କୁଲ ପିଲାଙ୍କ ବସକୁ ବନ୍ଦ ପାଳନରୁ ବାଦ ଦିଆଯାଇଥିବାବେଳେ ଅତ୍ୟାବଶ୍ୟକୀୟ ସେବା ଜାରି ରହିଥିଲା।

ଯଦି କେନ୍ଦ୍ର ସରକାର ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଜାର ହେବ ବୋଲି ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାୟଗଡା ସମ୍ପାଦକ ପ୍ରୀତମ ଖରା। ଆଜିର ବ୍ଯାନ୍ଡକୁ ଦୃଷ୍ଟିରେ ରାଖୀ ସହରର କପିଳାସ ଛକ ଠାରେ ଏକ ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା । ତେବେ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଦେଶରେ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରିବନ୍ଦ ଡାକରା ଦିଆଯାଇଥିଲା। ଯାହାର ପ୍ରଭାବ ଦେଶ ସମେତ ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାୟଗଡ଼ା ଶାଖା ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଇଥିବା ଦେଖିବାକୁ ମିଳିଛି।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.