ରାୟଗଡା: ଆସନ୍ତା ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାମନାଗୁଡାର ସାପ୍ତାହିକ ହାଟକୁ ସଟଡାଉନ ଘୋଷଣା । କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତ ଅଧୀନରେ ହେଉଥିବା ସମସ୍ତ ସାପ୍ତାହିକ ହାଟକୁ ସଟଡାଉନ ଘୋଷଣା କରାଯାଇଛି। ପାରିଖିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହି କରି ଏହି ସଟଡାଉନ ଲାଗୁ କରିଛନ୍ତି ।
ଶୁକ୍ରବାର ରାମଣାଗୁଡା ଭଲେରୀ ଠାରେ ହେଉଥିବା ବ୍ଲକର ସର୍ବବୃହତମ ହାଟ ବନ୍ଦ ହୋଇଥିଲା । ଏହି ସଟଡାଉନ ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବା ସହ ଅତ୍ୟାବଶ୍ୟକ ସେବା ପ୍ରତି ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ସରପଞ୍ଚ । ଏହି ହାଟ ଉପରେ ନିର୍ଭର କରୁଥିବା ୩ ଟି ବ୍ଲକର ଲୋକଙ୍କୁ ଅନୁରୋଧ କରାଯାଇଛି । ସେହିପରି ଶନି ଓ ରବିବାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସଟଡାଉନ ଘୋଷଣା ହୋଇଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ