ରାୟଗଡା: ମହାମାରୀ ସମୟରେ ବେଆଇନ ଚୋରା ମଦ କାରବାରକୁ ରୋକିବାକୁ ଅବକାରୀ ଧରପଗଡ଼କୁ ଜୋରଦାର କରାଯାଇଛି। ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ତତ୍ତ୍ବାବଧାନରେ ବ୍ୟାପକ ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରାଯାଇଛି। ଏଥିସହ ବେଆଇନ ମଦ ବିକ୍ରି ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି।
ଅମ୍ବାଦଳା ଥାନାର ଲଟିଗୁଡା, ଶୁକ୍ରଭଟା ଗ୍ରାମରୁ ୨୮୦ ଲିଟର ମହୁଲ ପୋଚ ଓ ୩୯ଲିଟର ଦେଶୀ ରନ୍ଧା ମଦ ଜବତ ସହ ସୁଭାଷ ସିକକା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗୁଣପୁର ଥାନା ରାଜାଦଙ୍ଗା ନଗରରେ ହୋଇଥିବା ଚଢ଼ଉରେ ୨୪୦୦ ଲିଟର ମହୁଲ ପୋଚ ଓ ୧୫୦ଲିଟର ଦେଶୀ ରନ୍ଧାମଦ ଜବତ କରି ନଷ୍ଟ କରିଛି ଅବକାରୀ ବିଭାଗ । ସେହିପରି ଚନ୍ଦ୍ରୟୁଗୁଡା ଗ୍ରାମରେ ଚଢ଼ାଉ କରି ୪୦ ଲିଟର ମଦ ଓ ୩୫୦ ଲିଟର ପୋଚ ଜବତ ପରେ ନଷ୍ଟ କରାଯାଇଛି। ଆହୁରି ମଧ୍ୟ ଗୁଡାରୀର ନାଇରା ଓ ପୂଜାବିଲା ଗ୍ରାମ ନାଳରେ ଚଢ଼ାଉ କରାଯାଇ ୬୫୦ ଲିଟର ପୋଚ ଏବଂ ୩୦ ଲିଟର ମଦ ସହ ରନ୍ଧା ସାମଗ୍ରୀ ଜବତ ହୋଇଛି। ମୁନିଗୁଡା ସିଙ୍ଗାରି ଗ୍ରାମରେ ୪୫୦ ଲିଟର ପୋଚ ଓ ୪୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଗୁଣପୁରର ଆମ୍ବେଦକର ନଗରରୁ ୧୦ ଲିଟର ମଦ ସହ କାହ୍ନୁ ଚରଣ ନାହାକ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ରାୟଗଡା ଥାନା ଚିନ୍ତାଲିଗୁଡ଼ାରେ ହୋଇଥିବା ଚଢ଼ାଉରେ ନାସାରି କାଡ୍ରକା ଓ ସୁରୀ କାଡ୍ରକାକୁ ଗିରଫ କରାଯାଇଥିବା ବେଳେ ଚାନ୍ଦଲି ଥାନା ତାଣ୍ଡିପୁର ଗ୍ରାମରେ ଚଢାଉ କରାଯାଇ ୧୦୦ ଲିଟର ମହୁଲ ପୋଚ ଓ ୧୦ ଲିଟର ମଦ ଜବତ କରି ନଷ୍ଟ କରାଯାଇଛି। ହଳଧର କନ୍ଦପାନ ନାମକ ବ୍ୟକ୍ତିଙ୍କଚ ଗିରଫ କରିଛି ଅବକାରୀ ବିଭାଗ। ଗୁଡାରୀ ଥାନା ରାଜବାଲି, ଅନୁଗୁରଥ ଗ୍ରାମରେ ଚଢ଼ାଉ କରି ୮୦୦ଲିଟର ପୋଚ ଓ ୨୬ଲିଟର ଦେଶୀ ରନ୍ଧାମଦ, ବସନ୍ତ ନଗର ଅଞ୍ଚଳରେ ଚଢ଼ାଉ କରି ୮୫୦ କେଜି ପୋଚ ଓ ୧୩ ଲିଟର ମଦ ଜବତ କରି ନଷ୍ଟ କରାଯାଇଛି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ