ରାୟଗଡା: କୋରୋନା ସମୟରେ ଲୋକେ ଜୀବିକା ହରାଇଥିବା ବେଳେ ରାଜ୍ୟ ସରକାରଙ୍କ ବିଦ୍ୟୁତ ବିଲ ବୃଦ୍ଧିକୁ ନେଇ ଆଜି ଆମ ଆଦମୀ ପାର୍ଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ।
ରାଜ୍ୟ ସରକାର ୟୁନିଟ ପିଛା 20 ପଇସା ବଢ଼ାଇବା ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲଇଛି ଆମ ଆଦମୀ ପାର୍ଟି । ବୃଦ୍ଧି ବିଦ୍ୟୁତ ବିଲ ପ୍ରତ୍ୟାହାର ଏବଂ ବସ୍ତି ବାସିନ୍ଦାଙ୍କୁ 200 ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ଯୋଗାଇବା ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ ଆଦମୀ ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରିଛି ।
ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଉପଜିଲ୍ଲାପାଳ ନାରାୟଣ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦଳନ ଜୋରଦାର କରାଯିବା ନେଇ ଚେତାବନୀ ଦେଇଛନ୍ତି ଦଳର ରାଜ୍ୟ ସାଂଗଠନିକ ସାଧାରଣ ସମ୍ପାଦକ ଜନ୍ମେଞ୍ଜୟ ସ୍ୱାଇଁ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ