ରାୟଗଡା: ଜିଲ୍ଲା ପୌରପାଳିକାର ସଫେଇ କର୍ମଚାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । ପୌରପରିଷଦର ସଫେଇ କର୍ମଚାରୀ ଏହି ଧାରଣା ଦେଇଛନ୍ତି । 14 ଦଫା ଦାବି ନେଇ ପୌର ପରିଷଦ ସମ୍ମୁଖରେ ସଫେଇ କର୍ମଚାରୀ ଏହି ଧାରଣା ଦେଇଥିବା ଜଣାପଡିଛି ।
ରାୟଗଡା ଜିଲ୍ଲା ପୌରପାଳିକାରେ ଦୀର୍ଘବର୍ଷ ଧରି କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା, ସରକାରୀ ନିୟମ ଅନୁଯାୟୀ ସମସ୍ତ ସୁବିଧା ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଦାବି ସତ୍ତ୍ବେ ନଶୁଣିବାରୁ ଆଜି(ଗୁରୁବାର) ବାଧ୍ୟ ହୋଇ କର୍ମଚାରୀମାନେ ସକାଳ 7ଟାରୁ ଧାରଣାରେ ବସିଥିଲେ । ଖବର ପାଇ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସଫେଇ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ ଆଗାମୀ ଏକ ମାସ ମଧ୍ୟରେ ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବାପରେ ଠିକା କର୍ମଚାରୀମାନେ ଆନ୍ଦୋଳନରୁ ଓହ୍ଲାଇଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ