ରାୟଗଡା: କୋଭିଡ ନିୟମ ଉଲ୍ଲଂଘନ କରି ଫସିଲେ ପୂଜକ । ଫଳରେ ତାଙ୍କୁ ଥାନାରେ ଅଟକ ରଖାଯାଇଛି । ରାୟଗଡ ଜିଲ୍ଲା ସଦର ମହକୁମାରେ ଘଟିଛି ଏଭଳି ଏକ ଘଟଣା । ସୂଚନା ଅନୁଯାୟୀ ରାୟଗଡ ସହରର ଜ୍ୟୋତି ମହଲ ଛକ ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରରେ ନିୟମକୁ ଉଲ୍ଲଂଘନ କରି ପୂଜାର୍ଚ୍ଚନା ଚାଲିଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।
ଭିଡିଓ ଭାଇରାଲ ପରେ ପ୍ରଶାସନ ତରଫରୁ ମାଜିଷ୍ଟ୍ରେଟ ରାୟଗଡ ତହସିଲଦାର ଉମାଶଙ୍କର ବେହେରାଙ୍କ ଉପସ୍ଥିତିରେ ଏବଂ ପୋଲିସ ତରଫରୁ ମନ୍ଦିରରେ ଚଢ଼ାଉ କରି ପୂଜକକୁ ଥାନାରେ ଆଣି ଅଟକ ରଖିଛନ୍ତି । ଆଜି ସକାଳୁ ମନ୍ଦିର ପଛପଟ ଗଲା ବାଟ ଦେଇ ମନ୍ଦିର ଭିତରକୁ ନେଇ ପୂଜାର୍ଚ୍ଚନା କରୁଥିବା ଖବର ଭାଇରଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛନ୍ତି ତହସିଲଦାର।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ