ETV Bharat / state

ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ - cot

ରାୟଗଡା ଜିଲ୍ଲାରେ ଥମିବାର ନାଁ ନେଇନାହିଁ ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ । ଫଳରେ ଖଟିଆରେ 2 କିଲୋମିଟର ବୁହା ହେଲେ ଗର୍ଭବତୀ । ଅଧିକ ପଢନ୍ତୁ...

ଖଟିଆରେ ବୁହାହେଲେ ଗର୍ଭବତୀ
ଖଟିଆରେ ବୁହାହେଲେ ଗର୍ଭବତୀ
author img

By

Published : May 26, 2021, 12:49 PM IST

ରାୟଗଡା: ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ରାୟଗଡା ଜିଲ୍ଲାରେ ଥମିବାର ନାଁ ନେଇନାହିଁ ଜନନୀ ଯନ୍ତ୍ରଣା । କେତେବେଳେ ନଦୀ ପାର ହୋଇ ଗର୍ଭବତୀ ଆସୁଛନ୍ତି ତ ପୁଣି ଆଉ କେତେବେଳେ ଘଞ୍ଚ ଜଙ୍ଗଲରେ ରାସ୍ତା ନଥିବାରୁ ଚାଲି ଚାଲି ଆସୁଛନ୍ତି ଗର୍ଭବତୀ ମହିଳା । ରାସ୍ତା ନ ଥିବାରୁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ । ଫଳରେ ଖଟିଆରେ 2 କିଲୋମିଟର ବୁହା ହେଲେ ଗର୍ଭବତୀ । ଏପିର ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଶାରାଫାସ ଗ୍ରାମରେ ।

ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ

ଖବର ଅନୁସାରେ,ଶାରାଫାସ ଗ୍ରାମର ସାମୁଦୁ ମାଝୀଙ୍କ ପତ୍ନୀ ବସନ୍ତି ମାଝୀ ପ୍ରସବଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଏ ନେଇ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପାଇଁ ସ୍ୱାମୀ ସାମୁଦୁ ମାଝୀ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଖବର ପାଇ ୧୦୨ ଆମ୍ବୁଲାନ୍ସ ଶାରାଫାସ ଗ୍ରାମ ଅଭିମୁଖେ ବାହାରିଥିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ଶାରାଫାସ ଗ୍ରାମକୁ ରାସ୍ତା ନଥିବାରୁ ୨ କିଲୋମିଟର ଦୂର ବାସୁଙ୍ଗମାଳି ଠାରେ ଅଟକି ଯାଇଥିଲା ।

ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ,ଦୀର୍ଘ ୨କିଲୋମିଟର ଚାଳିବାପରେ ଗାଁରେ ପହଞ୍ଚି ତାଙ୍କ ସ୍ୱାମୀ ସାମୁଦୁ ମାଝୀଙ୍କ ସହାୟତାରେ ଷ୍ଟେଚରେ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଏହା ପରେ ବାସନ୍ତି ମାଝୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଜିଲ୍ଲାର ଅନେକ ସ୍ଥାନରେ ଏଭଳି ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି । ହେଲେ ଏ ପର୍ଯ୍ୟନ୍ତ ପ୍ରଶାସନର ନିଦ ଭାଙ୍ଗୁନି । ଫଳରେ ସାଧାରଣ ଲୋକଟିଏ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.