ETV Bharat / state

ପୁଣି ଖଟିଆରେ ଗର୍ଭବତୀ, ରାସ୍ତା ନଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ

ଯାତାୟତ କରିବା ପାଇଁ ନିତିଦିନିଆ ରାସ୍ତା ନଥିବାରୁ ଯନ୍ତ୍ରଣାରେ ଜନନୀ। ଯାହାଫଳରେ ଖଟିଆରେ ବୁହାଇ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ ଗ୍ରାମବାସୀ। ଅଧିକ ଖବର ପଢନ୍ତୁ...

author img

By

Published : Apr 27, 2020, 7:22 AM IST

_labour pain
ପୁଣି ଖଟିଆରେ ଗର୍ଭବତୀ, ରାସ୍ତା ନଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ

ରାୟଗଡା: ପୁଣି ସାମନାକୁ ଆସିଲା ଜନନୀ ଯନ୍ତ୍ରଣାର ଦାରୁଣ ଚିତ୍ର । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ। କାଶୀପୁର ବ୍ଲକ ବଡ଼ ମାରିଭଟ୍ଟା ଗ୍ରାମରେ ଜଣେ ଗର୍ଭବତୀ ଏପରି ଯନ୍ତ୍ରଣାର ଶିକାର ହେଇଛନ୍ତି।

ଏହି ଗ୍ରାମର ଜଗନ୍ନାଥ ପୁର ସାହିର ବଳଭଦ୍ର ଝଡ଼ିଆଙ୍କର ସ୍ତ୍ରୀ ମଞ୍ଜୁବତୀଙ୍କର ରବିବାର ସକାଳେ ପ୍ରସବ ଜନିତ ବେଦନା ଆରମ୍ଭ ହୋଇଥିଲା । ହେଲେ ଗ୍ରାମବାସୀ ସହାୟତାରେ ସ୍ୱାମୀ ବଳଭଦ୍ର କାଶୀପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯିବାକୁ ୧୦୮ ଆମ୍ବୁଲେନ୍ସକୁ ଫୋନ କରିଥିଲେ। ଇତି ମଧ୍ୟରେ ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ବଢିବା ସହ ହଠାତ୍ ଛୁଆଟି ପ୍ରସାବ ହୋଇ ନପାରି ଅଧା ବାଟରେ ଅଟକି ରହିଯାଇଥିଲା।ହେଲେ ଗାଁକୁ ରାସ୍ତା ନଥିବା ଯୋଗୁଁ ଅଧବାଟରେ ଆମ୍ବୁଲେନ୍ସ ଅଟକିଯାଇଥିଲା ।

ଏଭଳି ସ୍ଥିତିରେ ଗ୍ରାମବାସୀ ଉପାୟ ଶୂନ୍ୟ ହେଇ ବାଧ୍ୟ ହୋଇ ମଞ୍ଜୁବତୀଙ୍କୁ ଖଟ ରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ । ପରେ ମଞ୍ଜୁବତୀ କାଶୀପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

ରାୟଗଡ଼ା ଜିଲ୍ଲାର ଦୁର୍ଗମଅଞ୍ଚଳରେ ରାସ୍ତା ଘାଟ ବିକାଶ ଦିଗରେ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଜନନୀ ଯନ୍ତ୍ରଣା ଏକ ନୀତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.