ପୁରୀ: ଝାରପଡାରେ ରହିବେ ପ୍ରଦୀପ ମହାରଥୀ । ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଗିରଫ ହେବା ପରେ ତାଙ୍କ ଜାମିନ ଖାରଜ ହୋଇଛି । ଫଳରେ ତାଙ୍କୁ ଝରପଡା ଜେଲ ପଠାଯାଇଛି।
ସୂଚନା ଅନୁଯାୟୀ ଗିରଫ ହେବା ପୂର୍ବରୁ ପ୍ରଦୀପ ମହାରଥୀ ତାଙ୍କ ଫେସବୁକ୍ ଆଇଡିରେ ଏହି ଘଟଣାକୁ ନେଇ ସେ ଏକ ପ୍ରତିକ୍ରିୟା ରଖିଥିଲେ । ସେହି ଭିଡିଓ ଏବେ ଭାଇରଲ ହୋଇଛି । ସେ ଭିଡିଓରେ ଏହି ଘଟଣାକୁ ନେଇ ମର୍ମାହତ ଓ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ସେ ଓ ତାଙ୍କ ଦଳ ଏହି ଘଟଣାରେ ସମ୍ପୃକ୍ତ ନ ଥିବା କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ରବିବାର ବିଳମ୍ବିତ ରାତିରେ ଫ୍ଲାଇଙ୍ଗ୍ ସ୍କ୍ବାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଓ ବିଡିଓ ସର୍ଭେଲାନ୍ସ ଟିମ୍ ଉପରେ ଆକ୍ରମଣ କରାଯାଇଥିଲା । ପରେ ଏହି ଘଟଣାରେ ପୋଲିସକୁ ମହାରଥୀଙ୍କ ନାମରେ ଆକ୍ରମଣ ଘଟାଇଥିବା ସମସ୍ତ ତଥ୍ୟ ଓ ପ୍ରମାଣ ମିଳିଥିଲା । ପରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ଆଧାର କରି ମହାରଥୀଙ୍କୁ ଗିରଫ କରାଯାଇଥିଲା ।
ଏହାପରେ ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ମହାରଥୀଙ୍କୁ ହାଜର କରାଯାଇଥିଲା । ଏହାପରେ ସୋମବାର ଅପରାହ୍ଣରେ କୋର୍ଟରେ ହାଜର ହେବା ସମୟରେ ମହାରଥୀଙ୍କ ଅଚେତ ହୋଇଯାଇଥିଲେ । ଏବେ ଝାରପଡା ଜେଲରେ ପ୍ରଦୀପଙ୍କୁ ଜାମିନ ମିଳିବା ପର୍ଯ୍ୟନ୍ତ ରହିବାର ସୂଚନା ରହିଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ