ETV Bharat / state

ବିଷାକ୍ତ ମଦ ପିଇ ଦୁଇ ଗୁରୁତର -ଅବକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ - ମଦ ବିଭୀଷିକା

ପୁଣି ଜିଲ୍ଲାରେ ଆତଙ୍କ ରଚାଇଛି ବିଷାକ୍ତ ମଦ । ବିଷାକ୍ତ ମଦପାନ କରି ଘଟଣାରେ ଗୋଟିଏ ପରିବାରର ଦୁଇ ଭାଇ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତଦା,ବରଗଡ଼
author img

By

Published : Nov 2, 2019, 5:05 AM IST

ରାୟଗଡ଼ା: ଜିଲ୍ଲାକୁ ପୁଣି ଫେରିଛି ମଦ ବିଭୀଷିକା । କଲ୍ୟାଣସିଂହପୁର ବ୍ଲକରେ ଘଟିଛି ଏପରି ଅଘଟଣ। ବ୍ଲକର ଦୁଇଟି ପୃଥକ ସ୍ଥାନରେ ମଦଜନିତ ଖବର ଆସିଛି । ଧାମୁଣି ପଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଲୁମୁଇ ଗାଁର ଗୋଟିଏ ପରିବାରର ଦୁଇଭାଇ ବିଶ୍ବନାଥ ୱାନ୍ଦାଲାକା ଏବଂ ବଳରାମ ୱାନ୍ଦାଲାକା ବିଶାକ୍ତ ମଦ ପିଇ ଗୁରୁତର ହୋଇଯାଇଥିଲେ । ତାଙ୍କୁ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ବିଷାକ୍ତ ମଦ ପିଇ ଦୁଇ ଗୁରୁତର

ସୂଚନା ମୁତାବକ ଦୁଇ ଭାଇ ଗାଇ ଚରାଇବାକୁ କତାଗୁଡ଼ା ଗାଁକୁ ଯାଇଥିବା ବେଳେ ସେଠାରୁ ଦେଶିରନ୍ଧା ମଦ ଆଣି ପିଇଥିଲେ । ଏହି ମଦ ପିଇବାର କିଛି ସମୟ ପରେ ଉଭୟଙ୍କୁ ଜ୍ବର, ପେଟ ବ୍ୟଥା ସାଙ୍ଗକୁ ତରଳ ଝାଡ଼ା ହୋଇଥିଲା । ଫଳରେ ପରିବାର ଲୋକେ ଉଭୟଙ୍କୁ ଆମ୍ବୁଲାନସ ଯୋଗେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଗୁରୁତର ହେବାରୁ ପୁଣି ଏକ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ାକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ସିରିପୁର ଗାଁରେ ମଧ୍ୟ ୪ ଜଣ ଦେଶୀ ମଦ ପିଇ ଅସୁସ୍ଥ ଥିବା ଖବର ମିଳିଛି । ସେମାନେ ହେଲେ ସମା ନିଶିକା , କାଡ଼୍ରାକା କିତ୍ରୀ , କାଡ଼୍ରାକା ଅର୍ଜୁନ, ବିରା ନିଶିକା ଏବଂ ରାମୁ ନିଶିକା । ସିରିପୁରର ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତର ଖାନା ନଆସି ଘରୋଇ ଚିକିତ୍ସା କରିଥିଲେ । ଏହି ଘଟଣାରେ ଜିଲ୍ଲାପାଳ ଜିଲ୍ଲା ଅବକାରୀ ଅଧିକ୍ଷକ ଏବଂ ସିଡ଼ିଏମଓଙ୍କ ଠାରୁ ରିପୋର୍ଟ ମାଗିଛନ୍ତି। ଏଭଳି ବିଶାକ୍ତ ମଦ ରାନ୍ଧୁଥିବା କିମ୍ବା ବିକୁଥିବା ଲୋକଙ୍କୁ ଚିହ୍ନଟକରି ତୁରନ୍ତ ଆଇନଗତ ପଦକ୍ଷେପ ନେବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ଏସପି ।

ରାୟଗଡ଼ାରୁ ରଞ୍ଚନ ରଥ, ଇଟିଭି ଭାରତ

Intro:ବିଷାକ୍ତ ମଦ ପିଇ ଦୁଇ ଗୁରୁତର -ଅବକାରୀ ଏବଂ ସ୍ୱାସ୍ଥ୍ରବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳBody:ରାୟଗଡ଼ା ଜିଲ୍ଲାରେ ପୁଣି ଲେଉଟିଲା ମଦ ବିଭିଷିକା । ଏଥର ଖବର ମିଳିଛି କଲ୍ୟାଣସିଂହପୁର ବ୍ଲକରୁ । ଏହି ବ୍ଲକର ଦୁଇଟ ପୃଥକ ଜାଗାରୁ ଖର ଆସିଛି । ଧାମୁଣି ପଙ୍ଗା ପଚାଂୟତ ଅନ୍ତର୍ଗତ କୁଲୁମୁଇ ଗାଁର ଗୋଟିଏ ପରିବାରର ଦୁଇଭାଇ ବିଶ୍ୱନାଥ ୱାନ୍ଦାଲାକା ଏବଂ ବଳରାମ ୱାନ୍ଦାଲାକା ବିଶାକ୍ତ ମଦ ପିଇ ଗୁରୁତର ହୋଇଯାଇଥିଲେ । ତାଙ୍କୁ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ନେବାରେ ଜଣାଯାଇଛି ଉଭୟ ଭାଇ ଗାଇ ଚରାଇବାକୁ କତାଗୁଡ଼ା ଗାଁକୁ ଯାଇଥିବା ବେଳେ ସେଠାରୁ ଦେଶିରନ୍ଧା ମଦ ଆଣି ପଇଥିଲେ । ଏହି ମଦ ପିଇବାର କିଛି ସମୟ ପରେ ଜ୍ୱରରେ ପେଟ ବ୍ୟଥା ସାଙ୍ଗକୁ ତରଳ ଝାଡ଼ା ହୋଇଥିଲା । ଫଳରେ ପରିବାର ଲୋକେ ଉଭୟଙ୍କୁ ଆମ୍ବୁଲାନସ ଯୋଗେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଗୁରୁତର ହେବାରୁ ଜପୁଣି ଏକ ଆମ୍ବୁଲାନସରେ ରାୟଗଡ଼ା ସ୍ଥାନାନ୍ତର କରାଯାଇଛି । ସେହି ପରି ସେହି ବ୍ଲକର ନାରାୟଣପୁର ପଚାଂୟତ ଅନ୍ତର୍ଗତ ସିରିପୁର ଗାଁରେ ମଧ୍ୟ ୪ ଜଣ ଦେଶିମଦ ପିଇ ସାମାନ୍ୟ ଅସ୍ୁସ୍ଥ ହୋଇଥିବା ଖବର ମିଳିଛି । ସେମାନେ ହେଲେ ସମା ନିଶିକା , କାଡ଼୍ରାକା କିତ୍ରୀ , କାଡ଼୍ରାକା ଅର୍ଜୁନ , ବିରା ନିଶିକା ଏବଂ ରାମୁ ନିଶିକା । ତେବେ ସିରିପୁରର ଅସୁସ୍ଥଙ୍କୁ ମାନେ ଚିକିତ୍ସା ପାଇଁ ଡ଼ାକ୍ତର ଖାନା ନ ଆସି ଘରୋଇ ଚିକିତ୍ସା କରିଥିଲେ । ଆମେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ଏନେଇ ସେ ଜିଲ୍ଲା ଅବକାରି ଅଧିକ୍ଷକ ଏବଂ ସିଡ଼ିଏମଓଙ୍କ ଠାରୁ ରିପୋର୍ଟ ମଗାଯାଇଛି । ଏସପିଙ୍କ ସହ ଆଲୋଚନା କରି ଏଭଳି ବିଶାକ୍ତ ମଦ ରାନ୍ଧୁଥିବା କିମ୍ବା ବିକୁଥିବା ଲୋକଙ୍କୁ ଚିହ୍ନଟକରି ତୁରନ୍ତ ଆଇନଗତ ପଦକ୍ଷେପ ନେବା ପାଇଁ ନିର୍ଦ୍ଧେଶ ଦେଇଥିବା କହିଛନ୍ତି ।
Conclusion:ବିଷାକ୍ତ ମଦ ପିଇ ଦୁଇ ଗୁରୁତର -ଅବକାରୀ ଏବଂ ସ୍ୱାସ୍ଥ୍ରବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.