ETV Bharat / state

ଜିଲ୍ଲାପରିଷଦ ଅଧ୍ୟକ୍ଷ ଉପନିର୍ବାଚନ ପରେ ରାଜନୀତି ସରଗରମ

ବୁଧବାର ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ବିଜେଡ଼ିର ଜିଲ୍ଲାପରିଷଦ ସଭ୍ୟ ଗଙ୍ଗାଧର ପୁଆଲାଙ୍କ ବିଜୟ ପରେ ଏବେ ସରଗରମ ହୋଇଛି ସାରା ଜିଲ୍ଲାରେ ରାଜନୀତି । ଅଧିକ ଖବର ପଢନ୍ତୁ...

author img

By

Published : Feb 20, 2020, 9:49 PM IST

ଜିଲ୍ଲାପରିଷଦ ଅଧ୍ୟକ୍ଷ ଉପ ନିର୍ବାଚନ ପରେ ରାଜନୀତି ସରଗରମ

ରାୟଗଡା: ବୁଧବାର ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ବିଜେଡ଼ିର ଜିଲ୍ଲାପରିଷଦ ସଭ୍ୟ ଗଙ୍ଗାଧର ପୁଆଲାଙ୍କ ବିଜୟ ପରେ ଏବେ ସରଗରମ ହୋଇଛି ସାରା ଜିଲ୍ଲାରେ ରାଜନୀତି । ସବୁଠି ଗୋଟିଏ କଥା ବିଜେଡ଼ି ଖାତାରେ 7 ଥିବାବେଳେ 13 ହେଲା କେମିତି ? ବୁଧବାର ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଏହି ନିର୍ବାଚନରେ ବିଜେଡ଼ି ତରଫରୁ ଗଙ୍ଗାଧର ପୁଆଲା ଏବଂ କଂଗ୍ରେସ ପକ୍ଷରୁ ଆଶୁତୋଷ କିଲକା ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଭୋଟ ଦାନ ପରେ ଗଙ୍ଗାଧର ପୁଆଲା 13 ଟି ଭୋଟ ପାଇ ବିଜୟୀ ହୋଇଥିଲେ । ସବୁଠାରୁ ବଡ଼ କଥା 19 ଜିଲ୍ଲାପରିଷଦ ସଭ୍ୟଙ୍କ ମଧ୍ୟରୁ ବିଜେପିର 2 ଟି , ବିଜେଡ଼ିର 7 ଟି ଜିଲ୍ଲାପରିଷଦ ସଭ୍ୟ ଏବଂ କଂଗ୍ରେସର 10 ଟି ଜିଲ୍ଲାପରିଷଦ ସଭ୍ୟ ନିର୍ବାଚନରେ ଭାଗ ନେଇଥିବା ବେଳେ କଂଗ୍ରେସ ଏବଂ ବିଜେପି ସଭ୍ୟଙ୍କ କ୍ରସ ଭୋଟିଂରେ ଗଙ୍ଗାଧର ବିଜୟୀ ହୋଇଥିବା ପ୍ରମାଣିତ ହୋଇଛି ।

ତେବେ କଂଗ୍ରେସ ଏବଂ ବିଜେପି ଏହାକୁ ଘୋଡ଼ା ବେପାର କହୁଥିବା ବେଳେ ବିଜେପି ଅଦାଲତ ଯିବାକୁ ଧମକ ଦେଇଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡ଼ି । ବିଜେଡ଼ିର କହିବା କଥା ଜିଲ୍ଲାର ବିକାଶ ସାଙ୍ଗକୁ ରାଜ୍ୟ ସରକାରଙ୍କ ଲେକାଭିମୁଖୀ ଯୋଜନାକୁ ସମର୍ଥନକରି ଜିଲ୍ଲା ପରିଷଦ ସଭ୍ୟମାନେ ବିଜେଡ଼ି ସମର୍ଥନରେ ଭୋଟ ଦେଇଛନ୍ତି । କିନ୍ତୁ ଏକଥାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ । ତାଙ୍କ କହିବା କଥା ଉଭୟ କଂଗ୍ରେସ ଏବଂ ବିଜେପି, ବିଜେଡ଼ି ସହ ସଲାସୁତୁରା କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.