ETV Bharat / state

ଘରୋଇ କ୍ଲିନିକରୁ ଶିଶୁ ନିଖୋଜ ମାମଲା, ତନାଘନା ଆରମ୍ଭ କଲା ପୋଲିସ

ରାୟଗଡା ସହରର ଏକ ଘରୋଇ କ୍ଲିନିକରୁ ଶିଶୁ ନିଖୋଜ ଘଟଣା । ଶିଶୁ ସୁରକ୍ଷା ୟୁନିଟର ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

author img

By

Published : Jun 7, 2022, 8:20 PM IST

ଘରୋଇ କ୍ଲିନିକରୁ ଶିଶୁ ନିଖୋଜ ମାମଲା, ତନାଘନା ଆରମ୍ଭ କଲା ପୋଲିସ
ଘରୋଇ କ୍ଲିନିକରୁ ଶିଶୁ ନିଖୋଜ ମାମଲା, ତନାଘନା ଆରମ୍ଭ କଲା ପୋଲିସ

ରାୟଗଡ଼ା: ସହରର ଏକ ଘରୋଇ କ୍ଲିନିକରୁ ଶିଶୁପୁତ୍ର ନିଖୋଜ ଘଟଣା । ଏନେଇ ଅଭିଯୋଗ ପରେ ମାମଲା ରୁଜୁ କରି ତନାଘନା ଚଳାଇଲା ପୋଲିସ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ରାୟଗଡ଼ା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଥିଲା । ଆଜି ପୋଲିସ ମାମଲାରେ ଛାନଭିନ ଆରମ୍ଭ କରିଛି । କେଉଁ କାରଣରୁ ଶିଶୁକୁ ଘରୋଇ କ୍ଲିନିକ୍ ଭର୍ତ୍ତି କରାଯାଇଥିଲା, ଏହା ପଛର କ'ଣ ରହସ୍ୟ ରହିଛି, ସେହିଭଳି ଶିଶୁର କ'ଣ ଚିକିତ୍ସା କରାଯାଇଥିଲା ତାହାର ଯାଞ୍ଚ କରାଯାଇଛି ।

ପ୍ରକାଶଥାଉ କି, ଗତ ମାର୍ଚ୍ଚ ୧୭ ତାରିଖ ଦିନ ରାୟଗଡା ବ୍ଲକ ଅନ୍ତର୍ଗତ କାରୁବାଇ ଗ୍ରାମର ରାଇସିଂ ମେଲେକାଙ୍କ ସ୍ତ୍ରୀ ପ୍ରଭାତୀ ମେଲେକା ନିଜର କୁଡ଼ିଆ ଘରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପ୍ରସବ ବେଦନା ସହ୍ୟ କରିନପାରି ମହିଳା ଶେଷରେ ଆଖି ବୁଜି ଦେଇଥିଲେ । ପରବର୍ତ୍ତୀ ସମୟରେ ଏଏନଏମ ଓ ଆଶାକର୍ମୀ ତାଙ୍କ ପରିବାର ନିକଟରେ ପହଞ୍ଚିଲେ । ଏହାପରେ ଶିଶୁକୁ ଚିକିତ୍ସା ପାଇଁ ରାୟଗଡ଼ା ଅଣାଯାଇଥିଲା । ରାୟଗଡ଼ା ଆଣିବା ପରେ ସେହି ଅଞ୍ଚଳର ଏଏନଏମ ଶିଶୁକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ନକରି ଏକ ଘରୋଇ କ୍ଲିନିକ୍ ନେଇଥିଲେ । ସେଠାରେ ଭର୍ତ୍ତି କରିବା ପରେ ଶିଶୁର ମାଗଣା ଚିକିତ୍ସା କରାଯାଉଛି ବୋଲି ମଧ୍ୟ କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ଶିଶୁର ବାପା ରାଇସିଂ ଓ ପରିବାର ସଦସ୍ୟ ଉକ୍ତ କ୍ଲିନିକରେ ପହଞ୍ଚିବା ପରେ କ୍ଲିନିକ କର୍ତ୍ତୃପକ୍ଷ ସେମାନଙ୍କୁ ଶିଶୁକୁ ଦେଖାଇନଥିଲେ ।

ପ୍ରାୟ ୨ ମାସରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଶିଶୁପୁତ୍ରର ସନ୍ଧାନ ପାଉନାହାନ୍ତି ବାପା ରାଇସିଂ । ପରିବାରବର୍ଗ ମଧ୍ୟ ଶିଶୁର ମୁହଁ ଦେଖିବାକୁ ଅନାଇ ବସିଛନ୍ତି । ଅନ୍ୟପଟେ ଶିଶୁପୁତ୍ରଟି ଡାକ୍ତରଙ୍କ ପାଖରେ ୩୭,୫୦୦ ଟଙ୍କାରେ ବନ୍ଧା ପଡିଥିବା କହିଛନ୍ତି ଅଙ୍ଗନବାଡ଼ି କର୍ମୀ । ରାଇସିଂ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଏତେ ପରିମାଣର ଅର୍ଥ ଯୋଗାଡ଼ କରିବା ତାଙ୍କ ପାଖରେ ସମ୍ଭବପର ହେଉନାହିଁ । ଯାହାକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାରବର୍ଗ । ସେହିପରି ଶିଶୁ ନିଖୋଜ ଅଛି ନା କେଉଁଠି ଲୁଚା ଯାଇଛି ତାହା ସନ୍ଦେହ ଘେରରେ ରହିଛି । ଏହି ମାମଲାରେ ପୋଲିସର ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.