ETV Bharat / state

3 ଦିନରେ ଚୋରି ମାଲ ସହ ଚୋର ଧରିଲା ରାୟଗଡା ପୋଲିସ

ରାୟଗଡା ପୋଲିସକୁ ବଡ ସଫଳତା । 3 ଦିନ ମଧ୍ୟରେ ଚୋରକୁ ଖୋଜି ବାହାର କରିବା ସହ ଚୋରି ହୋଇଥିବା ସମସ୍ତ ସୁନା ଏବଂ ରୂପା ଅଳଙ୍କାର ଜବତ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jul 3, 2019, 5:41 PM IST

ରାୟଗଡା: ଏକ ବଡ ଧରଣର ଚୋରି ମାମଲାର ପର୍ଦ୍ଦାଫାଶ କରିଛି ରାୟଗଡା ପୋଲିସ । ଜୁନ ୨୯ ତାରିଖ ଦିନ ରାୟଗଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ସମସ୍ତ ଗହଣାକୁ ଜବତ କରିବା ସହ ଚୋରକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନାନୁଯାୟୀ, ୨୯ ତାରିଖ ରାତିରେ ପ୍ରଦୀପ ବେହେରା କୋରାପୁଟ ଜିଲ୍ଲା ଅନ୍ତର୍ଗତ କାକିରିଗୁମ୍ମା ଗ୍ରାମ ନିବାସୀ ଇନ୍ଦ୍ରାବତୀ-ଭଞ୍ଜନଗର ବସ ଯୋଗେ ଆସ୍କାଠାରୁ ଲକ୍ଷ୍ମୀପୁର ଅଭିମୁଖେ ବାହାରିଥିଲେ । ରାତି ୧୦.୪୦ ରେ ରାୟଗଡା ବସଷ୍ଟାଣ୍ଡରେ ବସ ପହଞ୍ଚିବା ପରେ ପ୍ରଦୀପ ବେହେରା ନିଜ ସ୍ତ୍ରୀକୁ ଗାଡି ଭିତରେ ବସିବା ପାଇଁ କହି ପାଣି ଆଣିବା ନିମନ୍ତେ ବାହାରକୁ ଯାଇଥିଲେ । ପାଣି ନେଇ ଫେରିବା ପରେ ଗାଡି ଭିତରେ ନିଜର ଏକ ଟ୍ରଲି ବ୍ୟାଗ ନଥିବା ଦେଖିବାକୁ ପାଇଥିଲେ । ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ବ୍ୟାଗ୍‌ ନ ପାଇବାରୁ ଏନେଇ ରାୟଗଡା ଥାନାରେ ଏତଲା ଦେଇଥିଲେ ।

ଏତଲା ଅନୁଯାୟୀ ବ୍ୟାଗ ଭିତରେ ୧୬ ଗ୍ରାମ ସୁନା ସହ ୧ କେଜି ଓଜନର ରୂପା ଗହଣା ଥିବା ନେଇ ଲିଖିତ ଆକାରରେ ଜଣାଇଥିଲେ । ଏନେଇ ରାୟଗଡା ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲ। । ପୋଲିସ ତଦନ୍ତ କରି 3 ଦିନ ମଧ୍ୟରେ ଚୋରକୁ ଖୋଜି ବାହାର କରିବା ସହ ଚୋରି ହୋଇଥିବା ସମସ୍ତ ସୁନା ଏବଂ ରୂପା ଅଳଙ୍କାର ଜବତ କରିଛି । ଏନେଇ ରେଲି ସାହିରୁ ଜଣକୁ ଗିରଫ କରାଯାଇଛି ଏବଂ ବର୍ତମାନ ସୁଦ୍ଧା ୨ ଅଭିଯୁକ୍ତ ଫେରାର ଥିବା ରାୟଗଡା ଏସପି ଡଃ ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:

୩ ଦିନ ମଧ୍ୟରେ ରାୟଗଡା ପୋଲିସ ଏକ ବଡ ଧରଣର ଚୋରି ମାମଲାର ପର୍ଦ୍ଦାଫାସ କରିଛି । ବିଗତ ଜୁନ୍ ୨୯ ତାରିଖ ଦିନ ରାୟଗଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ସମସ୍ତ ଗହଣାକୁ ଜବତ କରିବା ସହ ଚୋରକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି । ଘଟଣାକ୍ରମେ ୨୯ ତାରିଖ ରାତିରେ ପ୍ରଦୀପ ବେହେରା କୋରାପୁଟ ଜିଲ୍ଲା ଅନ୍ତର୍ଗତ କାକିରିଗୁମ୍ମା ଗ୍ରାମ ନିବାସୀ ଇନ୍ଦ୍ରାବତୀ – ଭଂଜନଗର ବସ ଯୋଗ ଆସ୍କା ଠାରୁ ଲକ୍ଷ୍ମୀପୁର ଅଭିମୁଖେ ବାହାରିଥିଲେ । ରାତି ୧୦.୪୦ ମିନିଟ୍ ସମୟରେ ରାୟଗଡା ବସଷ୍ଟାଣ୍ଡରେ ବସ ପହଂଚିବା ପରେ ଶ୍ରୀବେହେରା ନିଜ ସ୍ତ୍ରୀକୁ ଗାଡି ଭିତରେ ବସିବା ପାଇଁ କହି ପାଣି ଆଣିବା ନିମନ୍ତେ ବାହାରକୁ ଯାଇଥିଲେ । ପାଣି ନେଇ ଫେରିବା ପରେ ଗାଡି ଭିତରେ ନିଜର ଏକ ଟ୍ରଲି ବ୍ୟାଗ ନଥିବା ଦେଖିବାକୁ ପାଇଥିଲେ । ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ବ୍ୟାଗ ନପାଇବାରୁ ଏ ନେଇ ରାୟଗଡା ଥାନାରେ ଏତଲା ଦେଇଥିଲେ । ଏତଲା ପ୍ରକାରେ ବ୍ୟାଗ ଭିତରେ ୧୬ ଗ୍ରାମ ସୁନା ସହ ୧ କେଜି ଓଜନର ରୂପା ଗହଣା ଥିବା ନେଇ ଲିଖିତ ଆକାରରେ ଜଣାଇଥିଲେ । ଏ ନେଇ ରାୟଗଡା ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲ। । ପୋଲିସ ତଦନ୍ତ କରି 3 ଦିନ ମଧ୍ୟରେ ଚୋରକୁ ଖୋଜି ବାହାର କରିବା ସହ ଚୋରୀ ହୋଇଥିବା ସମସ୍ତ ସୁନା ଏବଂ ରୂପା ଅଳଙ୍କାର ଜବତ କରିଛି । ଏ ନେଇ ରେଲି ସାହିରୁ ଜଣକୁ ଗିରଫ କରାଯାଇଛି ଏବଂ ବର୍ତମାନ ସୁଦ୍ଧା ୨ ଅଭିଯୁକ୍ତ ଫେରାର ଥିବା ରାୟଗଡା ଏସ.ପି ଡଃ ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି ।
Byte-S P, Dr sraban bibek m rayagada.Body:AAConclusion:BB
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.