ETV Bharat / state

କୋରୋନା ଯୁଦ୍ଧରେ ପୋଲିସ ଚିହ୍ନିଲା ପେଟର ଭୋକ

କୋରୋନାକୁ ନେଇ ସାରା ବିଶ୍ବରେ ଯୁଦ୍ଧଂଦେହି ଡାକରା ଦିଆଯାଇଥିବାବେଳେ ଏଥିରେ ପୋଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ରାୟଗଡା ଟାଉନ ପୋଲିସ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପେଟର ଭୋକକୁ ଚିହ୍ନି ରାସନ ଯୋଗାଇ ଦେଇ ଲୋକଙ୍କ ପାଖରେ ବିଶ୍ବାସଭାଜନ ହୋଇପାରିଛି । ଅଧିକ ପଢନ୍ତୁ...

author img

By

Published : Apr 12, 2020, 6:37 PM IST

police distribute food to people in rayagada
କୋରୋନା ଯୁଦ୍ଧରେ ପୋଲିସ ଚିହ୍ନିଲା ପେଟର ଭୋକ

ରାୟଗଡା: କୋରୋନାକୁ ନେଇ ସାରା ବିଶ୍ବରେ ଯୁଦ୍ଧଂଦେହି ଡାକରା ଦିଆଯାଇଥିବାବେଳେ ଏଥିରେ ପୋଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଖରାବର୍ଷା ଶୀତ କାକରରେ ଜନସଚେତନତା ସାଙ୍ଗକୁ ସାମାଜିକ ଦୂରତା, ମାସ୍କ ପରିଧାନ ଏବଂ ଲକଡାଉନ ନିୟମ ମାନି ଲୋକେ କିଭଳି ଘରେ ରହିବେ ସେଥିପାଇଁ ପୋଲିସ ଅହରହ କାମ କରୁଛି ।

କୋରୋନା ଯୁଦ୍ଧରେ ପୋଲିସ ଚିହ୍ନିଲା ପେଟର ଭୋକ

ତେବେ ଏଥିରୁ ଟିକିଏ ସମୟ ବାହାର କରି ରାୟଗଡା ଟାଉନ ପୋଲିସ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପେଟର ଭୋକକୁ ଚିହ୍ନି ରାସନ ଯୋଗାଇ ଦେଇ ଲୋକଙ୍କ ପାଖରେ ବିଶ୍ବାସଭାଜନ ହୋଇପାରିଛି । ରାୟଗଡା ଥାନା ପୋଲିସ ପକ୍ଷରୁ ଆଜି ଗରିବଗୁରୁବା ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।

କୋରୋନା ମହାମାରୀ ଯୋଗୁଁ ପ୍ରଭାବିତ ଗରିବ ଲୋକଙ୍କ ପରିବାର ବର୍ଗଙ୍କୁ ସାହାଯ୍ୟର ହାତ ବଢାଇ ବଦାନ୍ୟତାର ପରିଚୟ ପ୍ରଦାନ କରିଛନ୍ତି ରାୟଗଡା ଟାଉନ ଥାନା ପୋଲିସ । ସ୍ଥାନୀୟ ଜମ୍ବୁ, ପେରୀ ଗାଁ ସମେତ ନାଥମା, ତାଡମା ଗ୍ରାମ ନିକଟସ୍ଥ ଇଟାଭାଟିରେ ଫସି ରହିଥିବା କଳାହାଣ୍ଡି ଜିଲ୍ଲା ତଥା ପଡୋଶୀ ଆନ୍ଧ୍ର ଓ ଛତିଶଗଡର କିଛି ଶ୍ରମିକଙ୍କୁ ରାସନ ପ୍ୟାକେଟ ବଣ୍ଟନ କରିଛନ୍ତି ପୋଲିସ ଅଧିକାରୀ । ଉକ୍ତ ରାସନ ପ୍ୟାକଟରେ ପାଞ୍ଚ କିଗ୍ରା ଚାଉଳ, ଡାଲି ଏକ କେଜି, ଆଳୁ ଏକ କେଜି ଓ ରୋଷେଇ ପାଇଁ ଜରୁରୀ ତେଲ ଓ ଲୁଣ ଏବଂ ଫୁଟଣ ଇଦ୍ୟାତି ସାମଗ୍ରୀ ଲୋକଙ୍କୁ ପ୍ରଦାନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.