ETV Bharat / state

ଗୁଣପୁର ପୋଲିସ କବ୍ଜାରେ ବାଇକ ଲୁଟେରା: ୨୨ ଚୋରି ବାଇକ ଉଦ୍ଧାର, 6 ଗିରଫ

author img

By

Published : Oct 30, 2021, 10:51 PM IST

ଏକ ବଡଧରଣର ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିଛି ଗୁଣପୁର ପୋଲିସ । ଗତ ଏକ ମାସ ଧରି ଗୁଣପୁର ପୋଲିସର ନିଦ ହଜେଇ ଦେଇଥିଲେ ବାଇକ ଲୁଟେରା । ଅଧିକ ପଢନ୍ତୁ...

ଗୁଣୁପୁର ପୋଲିସ କବ୍ଜାରେ ବାଇକ ଲୁଟେରା: ୨୨ଟି ଚୋରି ବାଇକ ଉଦ୍ଧାର, 6 ଗିରଫ

ରାୟଗଡା: ଏକ ବଡଧରଣର ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିଛି ଗୁଣପୁର ପୋଲିସ । ଗତ ଏକ ମାସ ଧରି ଗୁଣପୁର ପୋଲିସର ନିଦ ହଜେଇ ଦେଇଥିଲେ ବାଇକ ଲୁଟେରା । ପ୍ରତିଦିନ ପୋଲିସ ଆଖିରେ ଧୂଳି ଦେଇ ସହରର ଗଳିକନ୍ଦିରୁ ଚୋରି କରି ନେଉଥିଲେ ବିଭିନ୍ନ ପ୍ରକାର ରକମର ବାଇକ୍ । ପୋଲିସ ଏକ ସ୍ୱତନ୍ତ୍ର ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୁଖ୍ୟ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ହେଲେ ଗୁଣପୁରର ନିଖିଲ ଶବର ଓ ହୁକୁମ୍ବାର ସାଇକ୍ରିଷ୍ଣା । ଚୋରି ବାଇକ କିଣିଥିବା ଅଭିଯୋଗରେ ଅନ୍ୟ ଚାରିଜଣକୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ୨୨ଟି ବାଇକ୍, ୨ଟି ସାଇକେଲ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗୁଣପୁର ଆଦର୍ଶ ଥାନା ଅଧିକାରୀ ଯଶୱନ୍ତ ହିଆଲ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.