ETV Bharat / state

କାଶୀପୁରରେ ଆଦାନି ଆଲୁମିନା କାରଖାନା ସ୍ଥାପନା ପାଇଁ ଦାବି - ଆଦାନି ଆଲୁମିନା କାରଖାନା

ଆଦାନି ଆଲୁମିନା କାରଖାନା ସ୍ଥାପନା ପାଇଁ ତେଜିଲା ବିବାଦ, କାଶୀପୁରରେ କାରଖାନା କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ଲୋକେ ।

କାଶୀପୁରରେ ଆଦାନି ଆଲୁମିନା କାରଖାନା ସ୍ଥାପନା ପାଇଁ ଦାବି

author img

By

Published : Nov 4, 2022, 11:49 AM IST

ରାୟଗଡ଼ା: ଜିଲ୍ଲାରେ ଏକ ବୃହତ ଆଲୁମିନା କାରଖାନା ସ୍ଥାପନା କରିବ ଆଦାନି ଗ୍ରୁପ, କିନ୍ତୁ ଏହା ପୂର୍ବରୁ ତେଜିଲା ଆନ୍ଦୋଳନ । କାରଖାନା ନାହିଁ ତ ଖଣି ନାହିଁ ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ କଲେ ସ୍ଥାନୀୟ ବାସିନ୍ଦା । କଲ୍ୟାଣସିଂହପୁର ଓ କୋଲନରା ବ୍ଲକ ଅଞ୍ଚଳରେ ସ୍ଥାପନା ନେଇ ଉଦ୍ୟମ ଜାରି ରହିଥିବାବେଳେ କାଶୀପୁର ବ୍ଲକରେ ଉପଯୁକ୍ତ ସ୍ଥାନରେ କାରଖାନା କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

କାଶୀପୁରରେ ଆଦାନି ଆଲୁମିନା କାରଖାନା ସ୍ଥାପନା ପାଇଁ ଦାବି

୪୧ ହଜାର ୬୫୩ କୋଟି ଟଙ୍କା ବ୍ୟୟରେ ଆଦାନି ଏଣ୍ଟରପ୍ରାଇଜେସ ଲିଃ ତରଫରୁ ଆଲୁମିନା କାରଖାନା ସ୍ଥାପନା କରାଯିବା ନେଇ ଘୋଷଣା ହୋଇଛି । ତେବେ ଏହି କାରଖାନା କାଶୀପୁର ବ୍ଲକରେ ସ୍ଥାପନା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । କାରଣ କାଶୀପୁର ବ୍ଲକରେ ଥିବା ବକ୍ସାଇଟ ଖଣିରୁ କଞ୍ଚାମାଲ ଉତ୍ତୋଳନ କରି ଏହି କାରଖାନା ଆଲୁମିନା ଉତ୍ପାଦନ କରିବ। ତେଣୁ କାଶୀପୁର ବ୍ଲକର ଉପଯୁକ୍ତ ସ୍ଥାନରେ କାରଖାନା କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । କାରଖାନା ନାହିଁ ତ ଖଣି ନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଏହା ମଧ୍ୟ ପଢନ୍ତୁ-ଯୋଜନାଠୁ ଯୋଜନ ଦୂରରେ କୁନି, ଗାଁ ବିକାଶ ଗୃହରେ ବିତୁଛି ଜୀବନ

ଏଥି ପୂର୍ବରୁ କାଶୀପୁର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ବୈଠକରେ କାରଖାନା ହେଲେ ସ୍ଵାଗତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ କାରଖାନା କଲ୍ୟାଣସିଂହପୁର ଓ କୋଲନରା ବ୍ଲକ ଅଞ୍ଚଳରେ ସ୍ଥାପନା ନେଇ ଉଦ୍ୟମ ଜାରି ରହିଛି । ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ସ୍ଥାନୀୟ ଲୋକେ କାଶୀପୁରରେ ଏହାକୁ କରିବାକୁ ଦାବି କରିଛନ୍ତି । ଯଦି ଏପରି ନହୁଏ ତେବେ ଆନ୍ଦୋଳନ ହେବା ନେଇ ଆଶଙ୍କା କରାଯାଉଛି ।

ରାୟଗଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.