ETV Bharat / state

ବାଥରୁମ ଝରକାରୁ ଡେଇଁ ମହିଳା ରୋଗୀଙ୍କ ଆତ୍ମହତ୍ୟା - ରୋଗୀଙ୍କ ଆତ୍ମହତ୍ୟା

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ଶୁକ୍ରବାର ବିଳମ୍ବିତ ରାତିରେ ତିନି ମହଲାରେ ରହିଥିବା ବାଥରୁମ ଝରକାରୁ ଡେଇଁ ଜଣେ 28 ବର୍ଷୀୟ ମହିଳା ରୋଗୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ରଜନୀ ମେଲେକା । ଅଧିକ ପଢନ୍ତୁ...

ବାଥରୁମ ଝରକାରୁ ଡେଇଁ ମହିଳା ରୋଗୀଙ୍କ ଆତ୍ମହତ୍ୟା

author img

By

Published : Jul 10, 2021, 2:10 PM IST

ରାୟଗଡା: ବାଥରୁମ ଝରକାରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ଶୁକ୍ରବାର ବିଳମ୍ବିତ ରାତିରେ ତିନି ମହଲାରେ ରହିଥିବା ବାଥରୁମ ଝରକାରୁ ଡେଇଁ ଜଣେ 28 ବର୍ଷୀୟ ମହିଳା ରୋଗୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ରଜନୀ ମେଲେକା । ସେ ତୁମ୍ବିଗୁଡା ବାସିନ୍ଦା ବୋଲି ଜଣାପଡ଼ିଛି ।

ବାଥରୁମ ଝରକାରୁ ଡେଇଁ ମହିଳା ରୋଗୀଙ୍କ ଆତ୍ମହତ୍ୟା

ସୂଚନା ଅନୁଯାୟୀ, ରଜନୀ ଗତ 7 ତାରିଖରେ ଜ୍ବର କାରଣରୁ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ । ହଠାତ୍ ଶୁକ୍ରବାର ବାଥରୁମ ଯାଇ ସେ ଫେରିନଥିଲେ । ଏଣୁ ତାଙ୍କୁ ବହୁ ଖୋଜା ଖୋଜି କରାଯାଇଥିଲା । ପରେ ରକ୍ତାକ୍ତ ଅବସ୍ଥାରେ ମେଡିକାଲ ବିଲ୍ଡିଂ ତଳେ ତାଙ୍କୁ ପଡିଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା ।

ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି । ତେବେ ମହିଳା ଜଣଙ୍କ ରୋଗାକ୍ରାନ୍ତ ଯୋଗୁ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି ରାୟଗଡା ଥାନା ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ । ଘଟଣା ସ୍ଥଳରେ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ବହୁ ରୋଗରେ ମହିଳା ଜଣଙ୍କ ଆକ୍ରାନ୍ତ ରହିଥିବା କହିଛନ୍ତି ADMO ବରଦା ମିଶ୍ର ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.