ETV Bharat / state

ବିକାଶର ଅସଲ ଚିତ୍ର: ଗାଁକୁ ରାସ୍ତା ନାହିଁ, ଖଟିଆରେ ବୁହା ହେଲେ ରୋଗୀ - ଖଟିଆରେ ବୁହା ହେଲେ ରୋଗୀ

ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ । ରାୟଗଡ଼ା ଜିଲ୍ଲା କେରେଡ଼ା ପଞ୍ଚାୟତ ଖିଲିମିସଗୁଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

patient carried on cot
ଖଟିଆରେ ବୁହାହେଲେ ରୋଗୀ
author img

By

Published : Jan 9, 2023, 11:21 AM IST

Updated : Jan 9, 2023, 11:34 AM IST

ଖଟିଆରେ ବୁହା ହେଲେ ରୋଗୀ

ରାୟଗଡ଼ା: ମୋ ସରକାର ଓ 5ଟି ଭଳି ମେଗା ଯୋଜନା କାର୍ଯ୍ୟକାରୀ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର । ହେଲେ ବିକାଶର ଫଳ ଶୂନ । ଆଜି ବି ଦୂର ହେଉନି ଅପହଞ୍ଚ ଲୋକଙ୍କ ସମସ୍ୟା । ରାସ୍ତା ନଥିବାରୁ ମିଳୁନି ଆମ୍ବୁଲାନ୍ସ ସେବା । ଖଟିଆରେ ବୁହାହେଲେ ରୋଗୀ । ରାୟଗଡ଼ା ଜିଲ୍ଲା କେରେଡା ପଞ୍ଚାୟତର ଖିଲିମିସଗୁଡା ଗ୍ରାମରେ ସରକାରଙ୍କ ଯୋଜନା ବିଫଳତାର ଚିତ୍ର ସାମ୍ନାକୁ ଆସିଛି । ଗ୍ରାମକୁ ରାସ୍ତା ନଥିବାବେଳେ ନଦୀ ସାଜିଛି ବାଧକ । ପୋଲଟିଏ ମଧ୍ୟ ନିର୍ମାଣ ହୋଇପାରୁନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ଜବତ ହେଲା 11 ଲକ୍ଷ

ଖିଲିମିସ ଗୁଡା ଗ୍ରାମର ସତ୍ୟ ବତି ମଣ୍ଡାଙ୍ଗୀ ନାମକ ଜଣେ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେମଦେଇ ପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେବାକୁ ଖଟିଆରେ ବୋହି ନଦୀ ପାର କରାଇଥିଲେ ଗ୍ରାମବାସୀ । ନାଗାବଳୀ ନଦୀ କୂଳରେ ଥିବା ଏହି ଗ୍ରାମର ଲୋକେ ପୂର୍ବରୁ ଅନେକ ସମୟ ଗର୍ଭବତୀ ମହିଳାଙ୍କୁ ନଦୀ ପାର କରାଇ ମେଡିକାଲକୁ ଆଣିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ: ରାଜଧାନୀରେ ବଢୁଛି ଆତଙ୍କରାଜ: ବାର ଉପରକୁ ପଥର ମାଡ, ନିରବଦ୍ରଷ୍ଟା ସାଜିଲା ପୋଲିସ

ଗ୍ରାମରେ ଝାଡାବାନ୍ତିରେ ଏବେ ଅନେକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଧ ପନ୍ତରିଆ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ସମୟରେ ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ଯଦି ବିଭାଗୀୟ ଅଧିକାରୀ ପୋଲ ନିର୍ମାଣ କରିବା ନେଇ ଯଥାଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

Last Updated : Jan 9, 2023, 11:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.